କାର୍ତ୍ତିକେଶ୍ୱର ପୂଜା ଉପଲକ୍ଷେ ଡ଼୍ରମା ପତିଯୋଗିତା

ତିର୍ତ୍ତୋଲ୧୨/୧୧(ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ପଞ୍ଚାୟତ ମତ୍ତଗଜ ପୁର ଠାରେ କାର୍ତ୍ତିକେଶ୍ୱରଙ୍କର ପୂଜା ମହାଆଡ଼ମ୍ବର ସହକାରେ ପାଳିତ ହେବା ସହିତ ସ୍ଥାନୀୟ କଳାକାରମାନଙ୍କୁ ନେଇ ଡ଼୍ରାମା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଏହି ପୂଜା ଅନୁଷ୍ଠିତ ହୋଇଥିବାବେଳେ ଏହି ଅବସରରେ କଳସ ଶୋଭାଯାତ୍ରା, ଅଙ୍କୁରାରୋପଣ, ଘଟସ୍ଥାପନ, ହୋମଯଜ୍ଞ ସମେତ କାର୍ତ୍ତିକେଶ୍ୱରଙ୍କ ସମସ୍ତ ନିତି କାର୍ଯ୍ୟ କରାଯାଇଥିଲା। ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ୧୧ ଓ ୧୨ ଦୁଇଦିନ ଧରି “ସୁଖ ଆସିଥିଲା ଭଗାରି ହୋଇ” ଓ ଅଲକ୍ଷଣୀ ନାଟକ ମଞ୍ଚସ୍ଥ କରାଯାଇଥିଲା। ଏହି ନାଟକ କୁ ନିର୍ଦ୍ଦେଶନା ଦେଇଥିଲେ ସୁଧାଶୁଂ ଶେଖର ସିଂହ, କାହାଣୀ ଦିଲିପ କୁମାର ବିଶ୍ୱାଳ ରହିଥିବାବେଳେ କମିଟିର ସଭାପତି ନବଘନ ମଲ୍ଲିକ, ସମ୍ପାଦକ ସରପଞ୍ଚ ବେଦଦ୍ୟୁତି ପୃଷ୍ଟି, କୋଷାଧ୍ୟକ୍ଷ ପ୍ରଫୁଲ କୁମାର ଦାସ, ସଭ୍ୟ ନିତ୍ୟାନନ୍ଦ ବେହେରା, ଖଗେଶ୍ୱର ସାହୁ, ଅକ୍ଷୟ ନାୟକ, ବେଣୁଧର ଭୂୟାଁ ଙ୍କ ସମେତ ଗ୍ରାମବାସୀମାନେ ପରିଚାଳନା ଓ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *