କାରଗିଲ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଜିଲ୍ଲା ଅବସରପ୍ରାପ୍ତ ସୈନିକ ସଂଘ ଓ ସହିଦ ଭଗତ ସେନାର ମିଳିତ ଆନୁକୂଲ୍ୟରେ ଆସନ୍ତା ୨୬ତାରିଖ ହେବାକୁ ଥିବା କାରଗିଲ ଦିବସ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାକାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ବୈଠକରେ ଅବସରପ୍ରାପ୍ତ ସୈନିକ ସଂଘର ସଭାପତି ରୋହିତ କୁମାର ରାୟ ସଭାପତିତ୍ୱ କରିଥିଲେ। ସିଦ୍ଧାନ୍ତ ଅନୁଯାୟୀ ସେହିଦିନ ସକାଳ ୮ଟା ସମୟରେ କଚେରୀ ବଜାର ଓ କୋର୍ଟ ମୁଖ୍ୟ ଫାଟକ ସମ୍ମୁଖରେ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଏକ ଶୋଭାଯାତ୍ରା ଓ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇଅଛି। ଏଥିରେ ବହୁ ସଂଖ୍ୟାରେ ଯୋଗଦାନ କରିବାକୁ ଜିଲ୍ଲା ସଭାପତିଙ୍କ ସମେତ ସାଧାରଣ ସଂପାଦକ ଅଶୋକ କୁମାର ପାତ୍ର, ମହେଶ୍ୱର ଦୀକ୍ଷିତ୍, ନାରାୟଣ ଚନ୍ଦ୍ର ଦାସ, ବଂଶୀଧର ପଲାଇ, ସୁରେଶ ଚନ୍ଦ୍ର ନାୟକ ଓ ସହିଦ ଭଗତ ସେନାର ଆବାହକ ଶୀତାଂଶୁ ମହାପାତ୍ର ପ୍ରମୁଖ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *