ଅନୁଗୁଳ

କାରଗିଲ ଦିବସରେ ସହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ଭୁଲିଗଲେ

ତାଳଚେର, ୨୬/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ସାରା ଦେଶରେ ଆଜି ପାଳନ କରାଯାଉଛି କାରଗିଲ ଦିବସ ବା ବିଜୟ ଦିବସ। ଦେଶକୁ ସୁରକ୍ଷା ଦେବା ପାଇଁ ପ୍ରାଣ ଉତ୍ସର୍ଗ କରିଥିବା ବୀର ସୈନିକଙ୍କ ଉଦ୍ଦେଶ୍ୟରେ ଏହି ଅବସରରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ତେବେ ତାଳଚେରରେ ଏହି ଦିବସରେ ସହୀଦ ରଞ୍ଜନ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ପ୍ରଶାସନ, ନିର୍ବାଚିତ ପ୍ରତିନିଧି କିମ୍ବା ରାଜନୈତିକ ନେତାମାନେ ଭୁଲି ଯାଇଥିବାର ଲକ୍ଷ୍ୟ କରାଯାଇଛି। ପ୍ରକାଶଯୋଗ୍ୟ, ତାଳଚେର ବ୍ଲକ କିଶୋରୀପାଳ ଗ୍ରାମର ରଞ୍ଜନ ମହାନ୍ତି ସେତେବେଳେ ସେନାରେ କାର୍ଯ୍ୟ କରୁଥିଲେ। ଶତ୍ରୁ ଆକ୍ରମଣର ଶୀକାର ହୋଇ ଚିକିତ୍ସାଧୀନ ଅବସ୍ଥାରେ ସେ ତା୨୪/୦୧/୨୦୦୦ରିଖରେ ସହୀଦ ହୋଇ ଯାଇଥିଲେ। ଏହାପରେ ସହୀଦ ରଞ୍ଜନଙ୍କ ଏକ ପ୍ରତିମୂର୍ତ୍ତୀ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସ୍ଥାପନ କରାଯାଇଥିଲା। ଦେଶ ମାତୃକାର ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଏହି ବୀର ଯବାନଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା କଥା। କିନ୍ତୁ ପ୍ରଶାସନ କିମ୍ବା ଜନପ୍ରତିନିଧିମାନେ ଏପରି ସମ୍ମାନ ଜଣାଇ ନଥିବାରୁ ବୁଦ୍ଧିଜୀବୀ ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ତେବେ କିଛି ଗଣମାଧ୍ୟମ ପ୍ରତିନିଧି ଏ ସମ୍ପର୍କରେ ଉପଜିଲ୍ଲାପାଳଙ୍କୁ ପଚାରିବା ପରେ ଦିନ ୨ ଟା ପରେ ତରବରିଆ ଭାବେ ଏକ ଫୁଲମାଳ ସହୀଦଙ୍କ ପ୍ରତିମୂର୍ତ୍ତୀରେ ପକାଇ ଦିଆଯାଇଥିବାର ଜଣାପଡ଼ିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top