କାରକୁ ପଛରୁ ଧକ୍କା ଦେଲା ଯାତ୍ରୀବାହୀ ବସ

ହିଞ୍ଜିଳିକାଟୁ ୧୧-୮ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ): ଶନିବାର ସକାଳ ପ୍ରାୟ ସାଢେ ୯ଘଂଟା ସମୟରେ ୫୯ ନଂ ଜାତୀୟ ରାଜପଥ ହିଞ୍ଜିଳିକାଟୁ ସ୍ଥିତ ଘୋଡ଼ାହାଡ଼ ସେତୁ ଉପରେ ଏକ ଇଣ୍ଡିଗୋ କାର (ନଂ-ଓଡ଼ି୨୭-୪୪୪୯) ପଛପଟକୁ ଏକ ଘରୋଇ ଯାତ୍ରୀବାହୀ ବସ ମା ଟ୍ରାଭେଲର୍ସ (ନଂ- ଓଆର ୧୨ ବି – ୫୦୨୭) ଧକ୍କା ଦେଇଥିଲା। ଦୁର୍ଘଟଣାରେ କେହି ଆହତ ହୋଇନଥିବା ବେଳେ କାର ପଛଭାଗ ଏବଂ ଯାତ୍ରୀବାହୀ ବସର ସମ୍ମୁଖ ଭାଗର କିଛି ଅଂଶ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ଖବର ପାଇ ହିଞ୍ଜିଳି ପୋଲିସ ଘଟଣା ସ୍ଥଳରେ ପଂହଚି ତଦନ୍ତ ଚଳାଇଛି। ପ୍ରକାଶ ଥାଉକି, କାର ଗାଡ଼ିଟି ଆସିକା ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ସମୟରେ ହିଞ୍ଜିଳିକାଟୁ ସ୍ଥିତ ଘୋଡ଼ାହାଡ଼ ସେତୁ ଉପରେ ହଠାତ ବ୍ରେକ ମାରିବାରୁ ସୋରଡ଼ା ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଘରୋଇ ଯାତ୍ରୀବାହୀ ବସଟି କାର ପଛପଟକୁ ଧକ୍କା ଦେଇଥିଲା।

Leave a Reply

Your email address will not be published. Required fields are marked *