ତୁରୁମୁଙ୍ଗା, ତା.୧୮.୦୪(ଓଡିଆ ପୁଅ/ସନ୍ତୋଷ ପତି)କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଦାଶରଥିପୁର ନିକଟରେ ଥିବା ପୋଲ ପାଖରେ କାରକୁ ପଛପଟୁ ଧକ୍କା ଦେଲା ଟ୍ରାକ୍ଟର, ଘଟଣାସ୍ଥଳରେ ଦୁଇ ଗାଡ଼ି ଜଳି ଗଲା।ସୂଚନା ଅନୁଯାୟୀ ଆଜି ଅପରାହ୍ନ ସମୟରେ ଓଆର ୦୯ ଏଲ ୯୯୪୬ର ଟ୍ରାକ୍ଟର ଟି ଦାଶରଥିପୁର ରୁ ଆସୁଥିଲା ଆଗରେ ଯାଉଥିବା ଓଡି ୦୨ ଜେ ୫୧୯୪ ନମ୍ବରର କାରକୁ ପଛପଟୁ ଧକ୍କା ଦେଇଥିଲା। ଧକ୍କା ଦେବା ଫଳରେ ଦୁଇଟି ଗାଡିରେ ନିଆଁ ଲାଗିଯାଇଥିଲା ଘଟଣାସ୍ଥଳରେ ଦୁଇଟି ଗାଡି ପୋଡି ନଷ୍ଟ ହୋଇଯାଇଥିବାର ଜଣାପଡିଛି। ଖବର ପାଇ ସଙ୍ଗେ ସଙ୍ଗେ ପାଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

Loading...