କୋରାପୁଟ

କାରକୁ ଧକ୍କା ଦେଇ ବାଇକ ଆରୋହୀର ଗୋଡ କଟିଲା

କୋରାପୁଟ ; ତା୨୦-୦୪-୧୮(ଓଡିଆପୁଅ/ରଂଜନ କୁମାର ଦାସ)ଏକ କାରକୁ ଧକ୍କା ଦେଇ ବାଇକ ଆରୋହୀର ଗୋଡ କଟିଯାଇଥିବା ଜଣାପଡିଛି ।ଜୟପୁରର ଏକ ଘରୋଇ ବ୍ୟବସାୟ ପ୍ରତିଷ୍ଠାନରେ କାର୍ଯ୍ୟ କରୁଥିବା ରାଉଲକେଲାର ସନ୍ତୋଷ ଜେନା ନାମକ ବ୍ୟକ୍ତି ହିରୋହଣ୍ଡା ମଟରସାଇକେଲରେ ଆଜି ଅପାରହ୍ନରେ ଜୟପୁରରୁ ପାରଲାଖେମୁଣ୍ଡୁକୁ ବିବାହ କାର୍ଯ୍ୟରେ ଯୋଗଦେବାକୁ ଯାଉଥିଲେ ।ସେମିଲିଗୁଡା ନିକଟ ରାସ୍ତାରେ ଏକ କାରକୁ ଧକ୍କା ଦେବା ଫଳରେ ଘଟଣାସ୍ଥଲରେ ସନ୍ତୋଷଙ୍କ ଗୋଡ କଟି ରାସ୍ତାରେ ପଡିଯାଇଥିବା ନଜର କରାଯାଇଥିଲା ।୧୦୮ ଆମ୍ବୁଲାନ୍ସରେ ଗୁରୁତର ସନ୍ତୋଷଙ୍କୁ କୋରାପୁଟ ମେଡିକଲାରେ ଆଣି ଭର୍ତି କରାଯାଇଥିବା ଜଣାପଡିଛି ।ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ସ୍ଥାନାନ୍ତର କରିବାକୁ ଡାକ୍ତର ପରାମର୍ଶ ଦେଇଥିବା ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top