ad
ଗଞ୍ଜାମ

କାମରେ ଆସିଲା ନାହିଁ ରାଜ୍ୟ ସରକାରଙ୍କ ଆଦର୍ଶ ଗୁହାଳ ସାମୁଦ୍ରିକ ଝଡ ପେଥାଇ ଯୋଗୁଁ ଗୁଣ୍ଠପଡା ଗ୍ରାମରେ ୧୪ ଗାଈ ଓ ବାଛୁରୀ ମୃତ

ଆସିକା .୧୯/୧୨(ଓଡ଼ିଆ ପୁଅ/ଲଡୁ କିଶୋର ଦାସ):ଗୁଣ୍ଠପଡା ଗ୍ରାମପଚାଂୟତରେ ଗୁଣ୍ଠପଡା ଓ ଖଣ୍ଡବନ୍ଧ ରାସ୍ତାରେ ଥିବା ରୁକ୍ଷ ପାହାଡ ତଳେ ଗୋଠ ଗାଈ ବନ୍ଧା ଯାଇଥିବା ଅବସ୍ଥାରେ ପେଥାଇ ପ୍ରଭାବରେ ଲଗାଣ ବର୍ଷାରେ ଅତି ଦୟନିୟ ଅବସ୍ଥାରେ ୧୪ଟି ଗାଈ ଓ ବାଛୁରୀ ମୃତ୍ୟୁ ହେବା ସହ ୮ ଗାଈ ଗୁରୁତର ହୋଇ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁସହ ସଂଗ୍ରାମ କରୁଥିବା ଜଣାଯାଇଛି। ଏହା ସହିତ ଶତାଧିକ ଗାଈ ଆକ୍ରାନ୍ତ ହୋଇଥିବା ଜଣାପଡିଛି।

 

ସାମୁଦ୍ରିକ ଝଡ ପ୍ରଭାବରେ ଗତ ୧୬ ତାରିଖରୁ ଆଜି ପର୍ଯ୍ୟନ୍ତ ୩ ଦିନ ଧରି ଲଗାଣ ବର୍ଷା ସାଙ୍ଗକୁ କୋହଲିଆ ପବନ ଲାଗି ରହିଛି। ଏତିକି ବେଳେ ଗୁଣ୍ଠପଡା ଓ ଏହାର ଆଖପାଖ ଅଚଂଳରେ ଲୋକ ମାନେ ନିଜ ଗାଈ ବାଛୁରୀକୁ ବର୍ଷା ସାରା ପାଳନ ପାଇଁ ଗ୍ରାମର ପିତବାସ ଗୋୖଡ଼ଙ୍କ ଗୋଠଗାଈରେ ଛାଡି ଦେଇଥିଲେ। ପିତବାସ ଗୁଣ୍ଠପଡା ଗ୍ରାମ ମୁଣ୍ଡରେ ତିବା ରୁକ୍ଷ ପାହାଡ ପାଦ ଦେଶରେ ଏକ ଖାଲୁଆ ସ୍ଥଳ ଭାଗରେ ୧୦୦ ରୁ ଉର୍ଦ୍ଦ ଗାଈକୁ ଏକାଠି ଖୋଲା ଆକାଶ ତଳେ ବାଉଁଶ ବାଡ ଦେଇ ବାଉଁଶ ଖୁଟଂରେ ବାନ୍ଧି ରଖିଥିଲେ। ପେଥାଇ ପ୍ରଭାବରେ ୩ ଦିନ ଧରି ବର୍ଷା, ଥଣ୍ଡା ଓ ପବନ ଲାଗି ରହିଥିଲେ। ଆଜି ସକାଳ ଠାରୁ ମଧ୍ୟାହ୍ନ ମଧ୍ୟରେ ବନ୍ଧା ଯାଇଥିବା ଅବସ୍ଥାରେ ୧୪ଟି ଗାଈ ଓ ବାଛୁରୀଙ୍କ ଶୋଚନୀୟ ମୃତ୍ୟୁ ହୋଇଥିଲା। ଏହି ଘଟଣା ଲୋକ ମାନେ ଜାଣିବା ପରେ ପିତବାସ ଗୈାଡ ସହ ବଚସା ହେଇଥିଲା। ସ୍ଥାନୀୟ ଆସିକା ପଶୁ ଚିକିତ୍ସା ଅଧିକାରୀଙ୍କୁ ଖବର ଦେବା ପରେ ଘଟଣା ସ୍ଥଳରେ ପଶୁଡାକ୍ତର ଓ ତାଙ୍କ ଦଳ ପହଚିଂଥିଲେ।ଗୁଣ୍ଠପଡା ଠାରେ ଅସ୍ଥାୟୀ ଭାବେ କ୍ୟାମ୍ପ କରି ଚିକିତ୍ସା କରିବା ସହ ଗାଈ ଓ ବାଛୁରୀଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଆକ୍ରାନ୍ତ ଗାଈଙ୍କୁ ପ୍ରାଥମିକ ଚିକିତ୍ସା ସହ ଗରମ ଖାଦ୍ୟ, ନିଆଁରେ ସେକିବା ପାଇଁ କହିଥିଲେ। ଏହା ସହିତ ମୃତ ୧୪ଟି ଗାଈର ଶବ ବ୍ୟବଚ୍ଚେଦ କରାଯାଇଥିଲା।

 

କେନ୍ଦ୍ର ସରକାରଙ୍କ ଆଦର୍ଶ ଗୁହାଳ ଯୋଜନା ଓ ପଶୁ ଚିକିତ୍ସା ଅଧିକାରୀଙ୍କ ସଚେତନତାର ଅଭାବ ଏଠାରେ କାର୍ଯ୍ୟ କଲା ନାହିଁ। ଲଗାଣା ବର୍ଷାରେ ଖୋଲା ଆକାଶ ତଳେ ଗାଈ ଓ ଗୋରୁ ମାନଙ୍କୁ ନିର୍ଦ୍ଦୟ ଭାବେ ବାନ୍ଧି ରଖିବା ଯୋଗୁଁ ଏପରି ଅବସ୍ତୁ| ଉପୁଜିଲା ବୋଲି ସାଧାରଣରେ ଅଭିଯୋଗ କରାଯାଇଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top