ଜିଲ୍ଲା ପରିକ୍ରମା

କାନ୍ଧକୁ ଶିଡ଼ିକରି ଅନ୍ୟକୁ ଉପରକୁ ଉଠାଉଥିଲେ ଭଗବାନ ନାୟକବର୍ମା, ‘ତ୍ୟାଗଭୂମି’ ସାଂସ୍କୃତିକ ସମ୍ମେଳନ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ସାହିତ୍ୟ ଓ ସାମ୍ବାଦିକତାର ଭୀଷ୍ମ ପିତାମହ ଥିଲେ ଭଗବାନ ନାୟକବର୍ମା । ଆକାଶବାଣୀର ସୁପରିଚିତ ଗୀତିକାର ଭାବେ ତାଙ୍କର ଗୀତ ଆଜିବି ଶ୍ରୋତୃମଣ୍ଡଳୀକୁ ତନ୍ମୟ କରେ । ଭଦ୍ରକର ଚାନ୍ଦବାଲି ନିକଟସ୍ଥ ବଉଳଯୋଡ଼ା ଗ୍ରାମରେ ଜନ୍ମିତ ଏହି ପ୍ରତିଭା ଓଡ଼ିଶାର ଜଣେ ଆଗଧାଡ଼ିର ସାରସ୍ୱତ ସାଧକ ଥିଲେ ଓ ଯିଏ ନିଜ କାନ୍ଧକୁ ଶିଡ଼ିକରି ଅନ୍ୟକୁ ଉପରକୁ ଉଠାଉଥିଲେ ବୋଲି ସ୍ମୃତିସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଶିଷ୍ଟ କବି ହୃଦାନନ୍ଦ ପାଣିଗ୍ରାହୀ ମତବ୍ୟକ୍ତ କରିଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ତ୍ୟାଗଭୂମି ଭବନ ପରିସରରେ ସମ୍ପାଦକ ତୁଷାରକାନ୍ତି ମହାନ୍ତିଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସଭାଟିର ପୌରୋହିତ୍ୟ କରିଥିଲେ ସାହିତି୍ୟକ ଶାନ୍ତନୁ କୁମାର ରାଉତ । ଶିକ୍ଷାବିତ୍ ଗଗନବିହାରୀ ରାଉତ ଓ କବି ଦିବ୍ୟସିଂହ ଦାସଅଧିକାରୀ, ହରମୋହନ ଜେନା, ବୈଲୋଚନ ବେହୁରିଆ, ଚର୍ଚ୍ଚିକା ମହାପାତ୍ର, ଅଶୋକ ମହାନ୍ତି, ସୁଧାକାର ରାଉତ, ଅକ୍ଷୟ ବାରିକ୍, ନିର୍ମଳଚନ୍ଦ୍ର ରାଉତ, ଅଧ୍ୟାପକ ବିଶ୍ୱରଂଜନ ଦାସ, ଡକ୍ଟର ଅଭୟ କୁମାର ଦାସ, ବାବୁଲାଲ ଦାସ, ଲକ୍ଷ୍ମୀକାନ୍ତ ବାରିକ୍ ପ୍ରମୁଖ ଯୋଗଦେଇ ସ୍ମୃତିବକ୍ତବ୍ୟ ପ୍ରଦାନ କରିଥିଲେ । ତ୍ୟାଗଭୂମିର ସଭାପତି ଅଜୟ ନାୟକ ଶେଷସ୍ପର୍ଶ ପ୍ରଦାନ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top