ଓଡ଼ିଶା

କାନ୍ଥ ପଡି ଦୁଇ ଶିଶୁ ମୃତ

ଘଟଗାଁ, ୧୦/୦୯(ଓଡିଆ ପୁଅ/ଭବାନୀ ପ୍ରସାଦ)- କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ମନୋହରପୁର ଗ୍ରାମରେ ଅଘଟଣ ଗତକାଲି ବିଳମ୍ବିତ ରାତିରେ ଘରର କାନ୍ଥପଡି ଗ୍ରାମର ଜଗାମୁଣ୍ଡାଙ୍କ ୨ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପତ୍ନୀ ଓ ୩ ବର୍ଷର ଝୀଅ ଗୁରୁତର ଆହାତ ହୋଇ ଘଟଗାଁ ସ୍ୱସ୍ଥ୍ୟକେନ୍ଦ୍ରରେ ଭର୍ତ୍ତୀ ହୋଇଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ଜଗା ମୁଣ୍ଡାଙ୍କ ପତ୍ନୀ ରୁକ୍ମଣୀ ଖାଇସାରି ତାଙ୍କର ୨ ଝୀଅ ଓ ତାଙ୍କର ପୁଅଙ୍କ ସହ ଘରେ ଶୋଇଥିଲେ। ପୂର୍ବରୁ ଘରକାନ୍ଥ ଦୁର୍ବଳ ଥିବାବେଳେ ତାହା ଗତକାଲି ଭାଙ୍ଗିଯାଇଥିଲା ଫଳରେ ତାଙ୍କର ୩ବର୍ଷର ପୁଅ ବବୁଲୁ ମୁଣ୍ଡା ଓ ୫ ବର୍ଷର ଝୀଅ ଗୀତା ମୁଣ୍ଡାଙ୍କ ମୃତ୍ୟୁ ହୋଇଛି। ଅନେପଟେ ରୁକ୍ମଣୀ ଓ ତାଙ୍କର ଅନ୍ୟ ଏକ ଝୀଅ ହେମ ମୁଣ୍ଡା ଅଳ୍ପକେ ବର୍ତ୍ତୀ ଯାଇଛନ୍ତି। ତେବେ ତାଙ୍କୁ ପରିବାର ଲୋକଙ୍କ ସହାୟତାରେ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତୀ କରାଇଛନ୍ତି। ଘଟଗାଁ ସ୍ଥଳରେ ପୋଲିସ ପହଚିଁ ତଦନ୍ତ ଚଳାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top