ଓଡ଼ିଶା

କାନ୍ଥ ପଡି ଜଣେ ମୃତ

ତୁରୁମୁଙ୍ଗା ୯-୮ (ଓଡ଼ିଆ ପୁଅ/ସନ୍ତୋଷ ପତି) ସାହାରପଡା ବ୍ଲକ ଉଦୟପୁର ପଞ୍ଚାୟତ ଗୋପାଳପୁର ଗ୍ରାମରେ ଲଗାଣ ବର୍ଷା ଯୋଗୁ ଗତକାଲି ଅପରାହ୍ନରେ ଘର କାନ୍ଥ ଯାକି ଗ୍ରାମର କୃଷ୍ଣଚନ୍ଦ୍ର ମହାନ୍ତ(୫୫) ଙ୍କ ର ଚିକିତ୍ସାଧୀନ ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି। ନିଜ ଘର ଭିତରେ ଖଟ ବୁଣୁ ଥିବା ସମୟରେ ହଠାତ କାନ୍ଥ ଭାଙ୍ଗିପଡିଯାଇଥିଲା ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ନିଆ ଯାଇଥିଲା ଚିକିତ୍ସାଧୀନ ଅବସ୍ଥାରେ ସେଠାରେ କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ସ୍ଥାନୀୟ ସାମାଜିକ କର୍ମୀ ଦୀପକ ରାଜ୍ ମୃତ କୃଷ୍ଣଚନ୍ଦ୍ରଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top