ଓଡ଼ିଶା

କାନ୍ଥ ପଡି ଛାତ୍ରୀଙ୍କ ମୃତ୍ୟୁ ଘଟଣା କ୍ଷେତ୍ରୀୟ ତଦନ୍ତରେ ଆସିଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟା

ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ବାସୁଦେବପୁର ବ୍ଳକ ବିନାୟକପୁର ପ୍ରାଥମିକ ବିଦ୍ୟାଳୟର ଜଣେ ଛାତ୍ରୀଙ୍କ ଉପରେ କାନ୍ଥ ପଡିଯାଇ ମୃତ୍ୟୁ ହେବା ଘଟଣାର କ୍ଷେତ୍ରୀୟ ତଦନ୍ତରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ୨ ଜଣ ସଦସ୍ୟା ଘଟଣା ସ୍ଥଳକୁ ଆସିଥିଲେ। ତଦନ୍ତ ସାରି ସେ ଭଦ୍ରକ ସାଳନ୍ଦୀ ଜଳ ସେଚନ ଡାକବଙ୍ଗଳାରେ ଏକ ସାମ୍ବାଦିକ ସମ୍ମିଳନୀ କରି ତଦନ୍ତ ପରେ ସରକାରଙ୍କୁ କେତେକ ପ୍ରସ୍ତାବ ଦେବା କହିଥିଲେ। ଆୟୋଗର ସଦସ୍ୟା ନିବେଦିତା ନାୟକ ଏବଂ ସୁନନ୍ଦା କୁମାରୀ ପତି ଦୁର୍ଘଟଣା ଘଟିଥିବା ସ୍ଥାନ ଏବଂ ଉକ୍ତ ବିଦ୍ୟାଳୟକୁ ଯାଇ ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ। ଉକ୍ତ ବିଦ୍ୟାଳୟର ଗୋଟିଏ ସ୍ଥାନରେ ପାଚେରୀର ଉଚ୍ଚତା ସାମାନ୍ୟ କମ୍ ଥିବାରୁ ପିଲାମାନେ ସେହି ପାଚେରୀ ଡେଇଁ ପିଲାମାନେ ବାହାରକୁ ଯାଇ ଦୁର୍ଘଟଣାର ଶିକାର ହୋଇଥିଲେ। ତେବେ ରାଜ୍ୟର ସମସ୍ତ ବିଦ୍ୟାଳୟମାନଙ୍କରେ ପାଚେରୀ ବାଧ୍ୟତା ମୂଳକ କରିବା ଏବଂ ପାଚେରୀର ଉଚ୍ଚତା କେତେ କରାଯିବ ସେ ନେଇ ଆୟୋଗ ପକ୍ଷରୁ ଏକ ପ୍ରସ୍ତାବ ଦିଆଯିବ। ଏହା ଛଡା ଶିଶୁ ମାନଙ୍କ ସୁରକ୍ଷା ପାଇଁ ପ୍ରତି ବିଦ୍ୟାଳୟରେ ଜଣେ ଶିକ୍ଷକଙ୍କୁ ନୋଡାଲ ଶିକ୍ଷକ ଭାବେ ଦାୟିତ୍ୱ ଦିଆଯିବ ଏବଂ ସେହି ଶିକ୍ଷକ ବିଦ୍ୟାଳୟର ସୁରକ୍ଷା ପ୍ରତି ଧ୍ୟାନ ଦେବେ ବୋଲି ପ୍ରସ୍ତାବ ସରକାରଙ୍କୁ ଦିଆଯିବ। ବିନାୟକପୁରରେ ଘଟିଥିବା ଏହି ଦୁର୍ଭାଗ୍ୟଜନକ ଘଟଣା ପାଇଁ ସଦସ୍ୟା ଦୁଃଖ ପ୍ରକାଶ କରିବା ସହିତ ଜିଲ୍ଲା ପ୍ରଶାସନ ଆହତଙ୍କ ଚିକିତ୍ସା ଖର୍ଚ୍ଚ ବହନ କରୁଥିବା ସୂଚନା ଦେଇଥିଲେ। ଏ ବାବଦରେ କଟକ ସ୍ଥାନାନ୍ତର କରାଯାଇଥିବା ୨ଜଣ ପିଲାଙ୍କୁ ୧୮ ହଜାର ଟଙ୍କା ଏବଂ ଭଦ୍ରକରେ ଚିକିତ୍ସିତ ହେଉଥିବା ଛାତ୍ରଙ୍କୁ ୨ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରା ସରିଛି। ସେହିପରି ମୃତ୍ୟୁ ବରଣ କରିଥିବା ଛାତ୍ରୀଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ସରକାରୀ ସହାୟତା ଯୋଗାଇବାକୁ ଜିଲ୍ଲାପାଳ ସୁପାରିଶ କରିଥିବା ସଦସ୍ୟା ଶ୍ରୀମତୀ ନାୟକ କହିଥିଲେ। ଏହି ସାମ୍ବାଦକି ସମ୍ମିଳନୀରେ ଉପସ୍ଥିତ ଥିବା ଜିଲ୍ଳା ଜରୁରୀ କାଳୀନ ଅଧିକାରୀ ତଥା ଡିପିସି ଜୟଶ୍ରୀ ସେନାପତି ସୂଚନା ଦେଇ କହିଥିଲେ ଯେ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଥମେ ଜିଲ୍ଳାରେ ଥିବା ୧୭୮ଟି ହାଇସ୍କୁଲ ମଧ୍ୟରୁ ୭୭ଟି ହାଇସ୍କୁଲକୁ ବଛା ଯାଇଛି। ଯେଉଁ ବିଦ୍ୟାଳୟ ୫୦ ବର୍ଷରୁ ଅଧିକ ପୁରୁଣା। ସେହି ବିଦ୍ୟାଳୟର ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆ ଯାଇ ସେ ବସୁ ବିଦ୍ୟାଳୟର ଗୃହ ଗୁଡିକୁ ତନଖି କରାଯିବ ବୋଲି ସେନାପତି କହିଥିଲେ। ଏହା ବ୍ୟତୀତ ରାଜ୍ୟରେ ଥିବା ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ବେବି ଟୟଲେଟ କରାଯିବାକୁ ଆୟୋଗ ପକ୍ଷରୁ ସରାକରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ସଦସ୍ୟା ନାୟକ ସାମ୍ବାଦିକଙ୍କୁ କହିଥିଲେ। କିନ୍ତୁ ଏହି ଅଘଟଣ ଲାଗି ଆୟୋଗ ସଦସ୍ୟା କାହାରିକୁ ନିର୍ଦ୍ଦିଷ୍ଟ ଭାବେ ଦାୟୀ କରିନାହାନ୍ତି। ବିଦ୍ୟାଳୟ ବାହାରେ ଦୁର୍ଘଟଣା ଘଟିଛି, ସେ ସମୟରେ ସ୍କୁଲ ଗେଟରେ ମଧ୍ୟ ତାଲା ପଡିଥିବା କହିଛନ୍ତି। ତେବେ ଏହି ଘଟଣା ପରେ ସାରା ରାଜ୍ୟରେ କେମିତି ଏଭଳି ଅଘଟଣ ନ ଘଟିବ ସେଥିଲାଗି ସଦସ୍ୟା ଦ୍ୱୟ ସରକାରଙ୍କୁ କେତୋଟି ସୁପାରିଶ କରିବେ ବୋଲି ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ପଦ୍ମନ କୁମାର ରାୟ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋଲେଖ ଚନ୍ଦ୍ର ବେହେରା ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top