ଜିଲ୍ଲା ପରିକ୍ରମା

କାଦବରଙ୍ଗ ପଞ୍ଚାୟତର ରାଣୀପୁର ଠାରେ ମକର ମହୋତ୍ସବ ପାଳିତ

ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକର କାଦବରାଙ୍ଗ ପଞ୍ଚାୟତ ସ୍ଥିତ ରାଣୀପୁର ଠାରେ ମକର ମହୋତ୍ସବ ନବମ ବର୍ଷେ ପଦାର୍ପଣ କରିଛି। ଏହି ମକର ମହୋତ୍ସବକୁ ନେଇ କାଦବରାଙ୍ଗ ପଞ୍ଚାୟତର ରାଣୀପୁର ଗ୍ରାମ ଉତ୍ସବ ମୁଖର ହୋଇଉଠିଥିଲା। ମକର ମହୋତ୍ସବକୁ ନେଇ କମ୍ପୁଥିଲା ଗାଁ ଠାରୁ ସାହିବସ୍ତି ପର୍ଯ୍ୟନ୍ତ। ସମସ୍ତଙ୍କ ମନରେ ମକରକୁ ମନେଇବା ଓ ମକର ମହୋତ୍ସବର ପରମ୍ପରାକୁ ଉଜ୍ଜିବିତ କରିବା ପାଇଁ ଗ୍ରାମର ଯୁବକମାନେ ନବମ ବର୍ଷର ମକୋର ମହୋତ୍ସବ ପାଳନ କରିଥିଲେ। କାଦବରାଙ୍ଗ ପଞ୍ଚାୟତର ଯୁବବିଜେଡ଼ିର ସଭାପତି ନିରଞ୍ଜନ ନାୟକ ଓ ଦିଲ୍ଲିପ୍ କୁମାର ସ୍ୱାଇଁ ଙ୍କ ତତ୍ତବଧାନରେ ଅନୁଷ୍ଟିତ ଉତ୍ସବରେ ଜିଲ୍ଲାଯୁବ ବିଜେଡ଼ିର ସାଧାରଣ ସଂପାଦକ ଉତ୍କଳ କେଶରୀ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ସମ୍ମାନୀତ ଅତିଥିଭାବେ ବନ୍ତ ବ୍ଲକ ବିଜୁଛାତ୍ରର ସଭାପତି ପ୍ରଣବ କିଶୋର ଲେଙ୍କା ଆଇନ୍ଜୀବି ରଶ୍ମି ରଞ୍ଜନ ଦିକ୍ଷିତ୍ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ସ୍ୱୟଂସହାୟକ ଗୋଷ୍ଠୀର ଉତ୍ତମ କାର୍ଯ୍ୟପାଇଁ ସୁଦିପ୍ତ ସିଂ ଓ ପାର୍ବତୀ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜୟନ୍ତ କୁମାର ଭୋଇ,  ସୁଦର୍ଶନ ପ୍ରଧାନ,  ଭାଗୀରଥି ସେଠୀ,  ଅଭୟ ପଲାଇ, ଅଭୟ ନାୟକ, ବିଶ୍ୱମ୍ବର ପଲାଇ, ଶ୍ରୀଧର ନାୟକ, ଅଭିମନ୍ୟୁ ନାୟକ, ବିଭୁଜି ନାୟକ, ବିଜୁ ଜେନା, ଗୀତା ସ୍ୱାଇଁ, କୈଳାଶ ପଲାଇ,  ଅକ୍ଷୟ ନାକୟ ପ୍ରମୁଖ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top