ଜିଲ୍ଲା ପରିକ୍ରମା

କାଠ ମାଫିଆ ଓ ବନ ବିଭାଗର ମଧୁଚନ୍ଦ୍ରିକା – ଫାର୍ମ ହାଉସ୍ ରେ ଚାଲିଛି ଅବାଧ ଚୋରା ଫର୍ଣ୍ଣିଚର ନିର୍ମାଣ

ବୌଦ୍ଧ, ୧୬ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା); ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର କୁଶଙ୍ଗ ପଞ୍ଚାୟତ ଅନ୍ତର୍ଗତ କୁଶାସିଙ୍ଗା ମହାନଦୀ କୂଳ ରେ ଅବସ୍ଥିତ ଏକ ନିରୋଳା ଫାର୍ମହାଉସ୍ ଭିତରେ ଥିବା ଶାଗୁଆନ ଗଛ ଗୁଡିକୁ ବିନା ଅନୁମତିରେ କଟାଯାଇ ଦୀର୍ଘ ଦିନ ହେଲା ମୁଲ୍ୟବାନ ଫର୍ଣ୍ଣିଚର ତିଆରି କରି ତାକୁ ଅବାଧରେ ବାହାରକୁ ବିକ୍ରି ପାଇଁ ଚୋରା ଚାଲାଣ କରାଯାଉଥିବା ଅଭିଯୋଗ ହେଉଛି। ହରଭଙ୍ଗା ଗ୍ରାମର ଜୈନିକ ପ୍ରଭାବଶାଳୀ ବ୍ୟବସାୟୀ ବନ ବିଭାଗର କିଛି ଉଚ୍ଚପଦସ୍ଥ ଅସାଧୁ ଅଧିକାରୀଙ୍କୁ ହାତକରି ନିଜ ଫାର୍ମରେ ବେଆଇନ ଭାବେ ନିଜର ବ୍ୟବସାୟ ଚଳାଇଥିବା ବେଳେ ବନ ବିଭାଗ ସବୁ ଜାଣିଶୁଣି ନିରବଦ୍ରଷ୍ଟା ସାଜିଥିବାରୁ ବିଭାଗୀୟ କାର୍ଯ୍ୟଶୈଳିକୁ ନେଇ ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଠି କରିଛି। ଏପରିକି ଜାଲ କାଗଜ ପତ୍ର ସହାୟତାରେ ବ୍ୟବସାୟୀ ଜଣକ ବେଆଇନ ଭାବେ ଚାଲିଥିବା ଉଦ୍ୟୋଗରୁ ପ୍ରସ୍ତୁତ ହେଉଥିବା ମୁଲ୍ୟବାନ ଶାଗୁଆନ କାଠ ଫର୍ଣ୍ଣିଚର ଗୁଡିକ ଜିଲ୍ଲା ତଥା ଜିଲ୍ଲା ବାହାରକୁ ଚାଲାଣ କରି ମୋଟା ଅଙ୍କର ଅର୍ଥ ମୁନାଫା କମାଉଥିବା ଅଭିଯୋଗ ହେଉଛି। ବାହାଘର ତିଥିକୁ ଆଖି ଆଗରେ ରଖି ରାଜ୍ୟ ବାହାରର କେତେକ ଦକ୍ଷ ଓ କୁଶଳି କାରିଗରଙ୍କୁ ଅଣାଯାଇ ସେମାନଙ୍କ ଦ୍ୱାରା ବହୁ ସଂଖ୍ୟାରେ ବହୁମୁଲ୍ୟ ଦାମୀ ଶାଗୁଆନ କାଠର ପଲଙ୍କ,  ସୋଫା,  ଡାଇନିଙ୍ଗ ସେଟ୍,  ଡ୍ରେସିଂ ଟେବୁଲ ଆଦି ପ୍ରସ୍ତୁତ କରି ମହଜୁଦ କରାଯାଉଥିବା ଦେଖାଯାଇଛି। ନିଜ ପଟ୍ଟା ଜମିରେ ଲାଗିଥିବା ଗଛ କାଟିବା ପାଇଁ ସରକାରଙ୍କ ସ୍ୱତନ୍ତ୍ର ନୀତିନୀୟମ ରହିଛି। ଜାଗାର ମାଲିକ ଆବେଦନ କରିବା ପରେ ବନ ଓ ରାଜସ୍ୱ ବିଭାଗ ପକ୍ଷରୁ ମିଳିତ ତଦନ୍ତ କରାଯାଇ ନିର୍ଦିଷ୍ଟ କେଉଁ ପ୍ଲଟରେ କେତୋଟି ଗଛ ରହିଛି ତାର ଚୁଡାନ୍ତ ରିପୋର୍ଟ ଦେବା ପରେ ଗଛ କାଟିବାକୁ ଅନୁମତି ପ୍ରଦାନର ପ୍ରାବଧାନ ରହିଛି। ତେବେ ଉକ୍ତ ଫାର୍ମ ହାଉସ୍ ପରିସରରେ ଗଛ କଟା ପାଇଁ ରାଜସ୍ୱ ବିଭାଗ ନିକଟରେ ମଧ୍ୟ କୈଣସି ସୂଚନା ନଥିବା ହରଭଙ୍ଗା ତହସିଲ ରେଭନ୍ୟୁ ସୁପରଭାଇଜର ଶ୍ୟାମସୁନ୍ଦର ବେହେରା ପ୍ରକାଶ କରିଛନ୍ତି। ଏ ନେଇ ବୌଦ୍ଧ ଡିଏଫ୍ଓ ଯଶୋବନ୍ତ ସେଠୀ ଙ୍କ ପ୍ରତିକ୍ରିୟା ନେବାରୁ ତାଙ୍କ ବିଭାଗ ପକ୍ଷରୁ କୈଣସି କୁଶାସିଙ୍ଗା ଫାର୍ମ ହାଉସ୍ ମଧ୍ୟରେ ଗଛ କାଟିବା ପାଇଁ କେହି ଅନୁମତି ନେଇ ନଥିବା ପ୍ରକାଶ କରିଥିଲେ। ବେନିୟମ ଭାବେ ଗଛ କଟାଯାଇ ଫର୍ଣ୍ଣିଚର ନିର୍ମାଣ କରି ସେସବୁକୁ ଚାଲାଣ କରାଯାଉଥାଏ ତାହା ହେଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଥିଲେ। ହେଲେ ବିନା ଅନୁମତିରେ ବେଆଇନ ଭାବେ ଗଛ କଟାଯାଇ ଦୀର୍ଘଦିନ ଧରି ଅବାଧରେ ଏହି ଫାର୍ମରେ ଫର୍ଣ୍ଣିଚର ନିର୍ମାଣ କରି ଚାଲାଣ ହୋଇଆସୁଥିଲେ ମଧ୍ୟ କୈଣସି ବିଭାଗୀୟ ଅଧିକାରୀ ଏହାର ଟେର ପାଇପାରୁ ନଥିଲେ ନା ସମସ୍ତଙ୍କ ଜ୍ଞାତସାର ରେ ଏ ସବୁ ଚାଲିଆସିଛି ତାହାର ନିରପେକ୍ଷ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top