ଓଡ଼ିଶା

କାଠ ମାଫିଆଙ୍କ ଆକ୍ରମଣ ଘଟଣା: ଜଣେ ଗିରଫ ୩ ଫେରାର

ତୁରୁମୁଙ୍ଗା ୯-୮ (ଓଡ଼ିଆ ପୁଅ/ସନ୍ତୋଷ ପତି) ଗତ ମଙ୍ଗଳବାର ଅପରାହ୍ନରେ ପାଟଣା ଥାନା ନିକଟ ବୈତରଣୀ ପୋଲ ନିକଟରେ ଚୋର କାଠ ଵୋଝେଇ ମିନି ଟ୍ରକ ଭରସାମ୍ୟ ହରାଇ ଓଲଟି ପଡିବା ଘଟଣା ଆଉ ପୋଲିସ ସାମ୍ନାରୁ ଗାଡିକୁ ନେଇ ଫେରାର ସହିତ ପୋଲିସ ଓ ବନ କର୍ମଚାରୀଙ୍କୁ ମାଡ ମାରିବା ପୋଲିସ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ପାଟଣା ପୋଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ବିଜୟ କୁମାର ସାହୁ। ତେବେ ଅନ୍ୟ ତିନି ଜଣ ଫେରାର ଥିବା ପୋଲିସ କହିଛି। ସୂଚନାଯୋଗ୍ୟ ଗତ ମଙ୍ଗଳବାର ଦିନ ODO9 J 0294 ନମ୍ବର ବିଶିଷ୍ଟ ଏକ ଅଶୋକ ଲିଲାଣ୍ଡ ମିନି ଟ୍ରକ କୁଣ୍ଡୁଳା ପଟୁ ପାଟଣା ପଟକୁ ଶାଳ କାଠରେ ନିର୍ମିତ ଚୌକାଠ ନେଇ ଆସୁଥିଲା। କୌଣସି ସୂତ୍ରରୁ ପାଟଣା ବନଖଣ୍ଡ ଅଧିକାରୀ ଖବର ପାଇ ଗାଡିକୁ ଜବତ କରିବା ପାଇଁ ଵନପାଳ ଶଶୀ ଭୂଷଣ ବାରିକ ଓ ଫରେଷ୍ଟ ଗାର୍ଡ ଲକ୍ଷ୍ମୀପ୍ରିୟା ମହାନ୍ତକୁ ନିର୍ଦେଶ ଦେଇଥିଲେ। ନିର୍ଦ୍ଦେଶ ପାଇ ଉଭୟ କର୍ମଚାରୀ ପୋଲ ନିକରେ ଛକି ବସିଥିଲେ କିନ୍ତୁ ଡ୍ରାଇଭର ବନ କର୍ମଚାରୀଙ୍କୁ ଦେଖି ପୋଲ ନିକରେ ହଡ଼ବଡ଼ାଇ ଯାଇ ଗାଡିଟିକୁ ଓଲଟାଇ ଦେଇଥିଲେ ଖବର ପାଇ ଘଟଣା ସ୍ଥଳରେ ପାଟଣା ଥାନା ପକ୍ଷରୁ ଏସ ଆଇ ଶୁଧାଂଶୁ ଶେଖର ଜେନା କନେଷ୍ଟବଳ ଦୟାନିଧି ସାହୁ ଓ ଗୃହରକ୍ଷୀ ଅମରେନ୍ଦ୍ର ମିଶ୍ର ଘଟଣା ସ୍ଥଳରେ ପହଞ୍ଚି ଥିଲେ। କିନ୍ତୁ ସେଠାରେ ପୋଲିସକୁ ଚ୍ୟାଲେଞ୍ଜ ଦେଇ ଓଲଟି ପଡ଼ିଥିବା ଗାଡିକୁ ପୋଲିସ ସାମ୍ନାରୁ ପୋଲିସକୁ ଚକ୍ଷ୍ମା ଦେଇ ଫିଲ୍ମ ଷ୍ଟାଇଲ ଗାଡିକୁ ଫେରାର କରାଇବାରେ କାଠ ମାଫିଆ ସକ୍ଷମ ହୋଇଥିଲେ। ଆଉ ପରେ ମାଫିଆଙ୍କ ପରିବାର ଓ ପୋଲିସ ମଧ୍ୟରେ ଧସ୍ତା ଧସ୍ତି ଆରମ୍ଭ ହୋଇଥିଲା। ଫଳରେ ଘଟଣା ସ୍ଥଳରେ କିଛି ସମୟ ଉତ୍ତେଜନା ଦେଖା ଦେବା ସହିତ ମହିଳା ଫରେଷ୍ଟ ଗାର୍ଡ ଲକ୍ଷ୍ମୀପ୍ରିୟା ମହାନ୍ତଙ୍କ ସମେତ ପୋଲିସ କର୍ମଚାରୀ ମାଫିଆଙ୍କ ଆକ୍ରମଣର ଶିକାର ହୋଇଥିଲେ। ଘଟଣା ସ୍ଥଳରୁ ପୋଲିସ ବିଜୟ କୁମାର ସାହୁଙ୍କୁ ଥାନା କୁ ଉଠାଇ ଆଣିଥିଲା। ମାଫିଆଙ୍କ ଆକ୍ରମଣରେ ଉଭୟ ପୋଲିସ ଓ ବନବିଭାଗର ୫ ଜଣ ଆହତ ହୋଇଥିଲେ। ଘଟଣା ସ୍ଥଳରୁ ୪୦ ହଜାର ଟଙ୍କାର ଶାଳ ଚୌକାଠ ଜବତ ହେଇଥିଲେ ହେଁ ଏଯାଏ ଫେରାର କରାଯାଇଥିବା ଗାଡିକୁ ଧରିବାରେ ପୋଲିସ ସକ୍ଷମ ହୋଇନାହିଁ। ପାଟଣା ବନପାଳ ଶଶୀଭୂଷଣ ବାରିକଙ୍କ ଅଭିଯୋଗକୁ ଭିତ୍ତତି କରି ପାଟଣା ଥାନା କେଶ ନମ୍ବର ୧୧୨/୧୮ ରେ ଏକ ମାମଲା ରୁଜୁ ହୋଇଛି ଏ ଏସ ଆଇ ସୁଧାଂଶୁ ଶେଖର ଜେନା ଘଟଣାର ତଦନ୍ତ କରୁଛନ୍ତି ସେହିପରି ପୋଲିସ ଏ.ଏସ. ଆଇ. ଆଉ ସୁଧାଂଶୁ ଶେଖର ଜେନାଙ୍କ ପକ୍ଷରୁ ଆଉ ଏକ ମାମଲା କେଶ ନମ୍ବର ୧୧୩/୧୮ ରେ ମାମଲା ରୁଜୁ ହୋଇଛି। ଏ ଏସ ଆଇ ଅଶୋକ କୁମାର ନାଏକ ଘଟଣାର ତଦନ୍ତ କରୁଛନ୍ତି। କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ମାଡ଼, ପୋଲିସ କାର୍ଯ୍ୟରେ ବାଧା, ଗାଡି ଚୋରି, ଓ ଦୁର୍ଘଟଣା ଘଟାଇଥିବା ଆଦି ଅଭିଯୋଗରେ ଗାଡି ମାଲିକ ଜୟଚନ୍ଦ୍ର ସାହୁ, ପତ୍ନୀ କୌଶଲ୍ୟା ସାହୁ, ପୁତ୍ର ଅଜୟ କୁମାର ସାହୁ ଓ ବିଜୟ କୁମାର ସାହୁଙ୍କ ନାମରେ ମାମଲା ରୁଜୁ ହୋଇଛି। ବିଜୟ କୁମାର ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଘଟଣାରେ ସମ୍ପୃକ୍ତ ଅନ୍ୟ ତିନି ଜଣ ଫେରାର ଥିବା ଥାନା ଅଧିକାରୀ ପ୍ରମୋଦିନୀ ସାହୁ କହିଛନ୍ତି। ଏଠି ପ୍ରଶ୍ନ ଉଠୁଛି ଦିନ ଦିପ୍ରହରରେ ମାଫିଆମାନେ ଚୋରା କାଠ ଗାଡିକୁ କିପରି ପାଟଣା ଥାନା ଓ ସମ୍ମୁଖରେ ପାର କରିବାକୁ ସକ୍ଷମ ହେଉଛନ୍ତି ନା ପୋଲିସ କର୍ମଚାରୀ ଓ ବନ କର୍ମଚାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାକିଛି ତାହା ଏବେ ସ୍ଥାନୀୟରେ ଅଞ୍ଚଳରେ ଆଲୋଚନା ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top