ଜିଲ୍ଲା ପରିକ୍ରମା

କାଠ ବୋଝେଇ ପିକଅପ୍ ଜବତ

ଯାଜପୁର, ୮.୪(ଓଡିଆପୁଅ/ମାନସ ରାଉତ):ବୈରୀ-ଡାଳିଯୋଡା ବନଖଣ୍ଡ ମୋବାଇଲ ଟିମ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରୁଥିବା ବେଳେ ଏକ େ·ରା କାଠ ବୋଝେଇ କରି ଯାଉଥିବା ପିକଅପ୍ ଭ୍ୟାନକୁ ଜବତ କରିଛନ୍ତି। ଜାରକାରୁ ଜେନାପୁର ଅଭିମୁଖେ ଯାଉଥିବା ପିକଅପ ଭ୍ୟାନ ଓଆର ୦୪ ଏଫ ୦୨୮୭ ନମ୍ବର ବିଶିଷ୍ଟ ଗାଡିଟି ମୂଲ୍ୟବାନ ସାଇଜ କାଠ ଓ ପଟ୍ଟା ନେଇ ଯାଉଥିବାର ଖବର ପାଇ କଟକ ବନଖଣ୍ଡ ଅଧିକାରୀ ସୁଦର୍ଶନ ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ମୋବାଇଲ ରେଞ୍ଜର ଲଲାଟେନ୍ଦୁ ମହାନ୍ତି, ଡେପୁଟି ରେଞ୍ଜର ମାଧବ ନାୟକ, ଫରେଷ୍ଟର ପିତବାସ ମହାପାତ୍ର ଓ ଫକିର ମହାନ୍ତି ବିଭିନ୍ନ ରାସ୍ତାକୁ ସିଲ କରିଥିଲେ। ଫଳରେ ନାକପୋଲ ନିକଟରେ ଏହି ପିକଅପଟି ଅଟକାଇଥିଲେ। ଚାଳକ ଘଟଣା ସ୍ଥଳରୁ ଗାଡି ଛାଡି କୌଶଳ କ୍ରମେ ଖସି ପଳାଇଥିଲା। ଅଧିକାରୀ ମାନେ ଉକ୍ତ ଗାଡିକୁ ଜବତ କରି ଜଙ୍ଗଲ ଧାରା ୫୬ରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଜାରୀ ରଖିଛନ୍ତି। ଗାଡିରେ ପ୍ରାୟ ୫୦ହଜାରରୁ ଉର୍ଦ୍ଧ ଟଙ୍କାର କାଠ ଥିବା ଜଣାପଡିଛି। ସେହିପରି ବୈରୀ ରେଞ୍ଜ ଅଧିନସ୍ଥ କଳକଳା ପ୍ରାଥମିକ ସଂରକ୍ଷିତ ଜଙ୍ଗଲର ଛେଳିଆ ପଦା ଠାରେ ବେଆଇନ ଭାବେ ମାଙ୍କଡା ପଥର ଖନନ ହେଉଥିବା ଖବର ପାି ବୈରୀ ଫରେଷ୍ଟର ଧର୍ମାନନ୍ଦ ପରିଡା ଓ ବନରକ୍ଷୀ ଅଶ୍ୱିନୀ ସାହୁ ଚଡାଉ କରିଥିଲେ। ଘଟଣା ସ୍ଥଳରୁ ମାଫିଆ ମାନେ ଖସି ଯାଇଥିବା ବେଳେ ଏକ ପାୱାରଟିଲରକୁ ଜବତ କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top