କାଠି କଣ୍ଢେଇ ନୃତ୍ୟର ପରଂପରା ଏବଂ କାଠି କଣ୍ଢେଇ ନୃତ୍ୟର ବିକାଶ

– ଘନଶ୍ୟାମ ଜେନା
ଏକଦା କେନ୍ଦୁଝର ମହାରାଜା ଶୁଣିଲେ ଗୋପୀ ବେହେରା ନାମକ ଜଣେ ଝରା ସଂପ୍ରଦାୟର ଲୋକ ମାଟିରୁ ସୁନା ବାହାର କରି ଜିବିକା ନିର୍ବାହ କରୁଥିଲେ। ତା ମଧ୍ୟରେ ସେ ଲୋକକଳା ପ୍ରତି ଆକୃଷ୍ଟ ଥିଲେ। ସେ କଣ୍ଢେଇ ନାଚ କରୁଥିଲା। କଣ୍ଢେଇ ନାଚର ପ୍ରଶଂସା ଲୋକ ମୁଖରେ ପ୍ରଚାରିତ ହେବାର ଶୁଣି କେନ୍ଦୁଝର ମହରାଜା ତାଙ୍କୁ ଡକାଇ ତାଙ୍କୁ ପଚାରିଲେ ତୁମେ ଯେଉଁ କଣ୍ଢେଇ ନାଚ କରୁଛ ତାକୁ ଲୋକମାନେ ବହୁତ ପ୍ରଶଂସା କରୁଛନ୍ତି ଆମ୍ଭେ ଶୁଣିବାକୁ ପାଇଲୁ। ତୁମେ ଆମକୁ ଥରେ ଦେଖାଆ ରାଜାଙ୍କ ମୁଖରୁ ଏକଥା ଶୁଣି ଗୋପୀ ବେହେରା କାକୁତି ମିନତି ହୋଇ କହିଲେ ମହାରାଜା ମୁଁ କଣ ସନ୍ତୁଷ୍ଟ କରିପାରିବି। ମହାରାଜା କହିଲେ ତୁମେ ନିର୍ଭୟରେ ନାଚ କରିଦେଖାଆ ରାଜାଙ୍କ ଆଦେଶ ଶୁଣି ଗୋପୀ ବେହେରା ପ୍ରସ୍ତୁତ ହୋଇ ତିନି ଦିନ ପରେ ରାଣୀ ହଂସପୁର ସାମ୍ନାରେ ଛୋଟ ପେଣ୍ଡାଲ କରି କଣ୍ଢେଇ ନାଚ କଲେ ନାଚ ଦେଖି ରାଜା, ରାଣୀ, ରାଜ ପରିବାର ବର୍ଗ ଏବଂ ବାହାର ଦର୍ଶକ ବହୁତ ପ୍ରଶଂସା କଲେ। ସେ ନାଟକଟି ଥିଲା ଭାଗବତରୁ ‘କୃଷ୍ଣ ଜନ୍ମ’। ମହରାଜା ତାଙ୍କୁ ବିଦାକି ସ୍ୱରୂପ ଯୋଡି ପାଟ ଏବଂ ପାଂଚଟଙ୍କା ପ୍ରଦାନ କରିଥିଲେ। ଗୋପୀ ବେହେରା ତାହା ପାଇ ଆନନ୍ଦରେ କାନ୍ଦି ପକାଇ ଥିଲା। ଆଉ କହିଥିଲା ମହାରାଜାଙ୍କ କୃପାରୁ ମୁଁ କୁବେର ସମ୍ପଦ ପାଇଲି। ତାପରେ ଗୋପୀ ବେହେରାଙ୍କର ଏତେ ଆଗ୍ରହ ବଢିଲା ଯେ ପ୍ରତ୍ୟେକ ଗାଁ ଗଣ୍ଡାରେ ଯାଇ ଗ୍ରାମବାସୀଙ୍କୁ କଣ୍ଢେଇ ନାଚ ଦେଖାଇ ଦର୍ଶକମାନଙ୍କଠାରୁ ଉଚ୍ଚ ପ୍ରଶଂସିତ ହେଲା। ଏହିପରି କିଛିଦିନ ବିତିଲା ପରେ ତାଙ୍କୁ ବାର୍ଦ୍ଧକ୍ୟ ଆକ୍ରମଣ କଲା। ସେ ଆଉ ଭାରବୋହି ଗ୍ରାମକୁ ଯାଇ ନାଚ ଦେଖାଇ ପାରିଲେ ନାହିଁ। ସେ ଜଣେ ସହଯୋଗୀ ସାଙ୍ଗରେ ନେଇ ଗାଁ ଗାଁ ବୁଲି ନାଚ କଲେ। ସେ ସହଯୋଗୀର ନାମ ଥିଲା ମକରଧ୍ୱଜ ଝରା। ସେ ସହଯୋଗୀ ହୋଇ ତାଙ୍କଠାରୁ ଜ୍ଞାନ ଅର୍ଜନ କରି ତାଙ୍କର ଶିଷ୍ୟ ହୋଇଥିଲେ। ତାପରେ ଗୁରୁଙ୍କୁ ମନପ୍ରାଣ ଦେଇ ସାହାଯ୍ୟ କଲେ। ସାହାଯ୍ୟ କରିବା ସମୟରେ ଗୁରୁଙ୍କର ସମସ୍ତ କଳାକୌଶଳକୁ ନିଜ ଆୟତାଧିନ କରିଥିଲେ। ଗୋପୀ ବେହେରାଙ୍କର ବାଦ୍ୟ ହିସାବରେ ଏକ ଗୋଟା ଢୋଲ. ଏକ ଗୋଟା ମହୁରି, ଏକଯୋଡା ଗିନି ଥିଲା। ଦିନକୁ ଦିନ ଗୋପୀ ବେହେରା ଦୁର୍ବଳ ହୋଇଗଲେ। ତାଙ୍କ ଶିଷ୍ୟ ମକରଧ୍ୱଜକୁ ବସାଇ କହିଲେ, ଆମ ପିଲାମାନେ ସମସ୍ତେ ଛୋଟ, ତୁମ୍ଭେ ଏଇ ଅନୁଷ୍ଠାନକୁ ରଖ। ସେଥିରେ ସେ ଏକମତ ହେଲେ ତାଙ୍କ ପରଲୋକ ପରେ ମକରଧ୍ୱଜ ଏଇ ଛୋଟ ଅନୁଷ୍ଠାନକୁ ପରିଚାଳନା କଲେ। ସେ ମଧ୍ୟ ସେହି ‘କୃଷ୍ଣ ଜନ୍ମ’ ନାଟକଟି ଦୀର୍ଘଦିନ ଧରି ପରିବେଷଣ କଲେ। ତାଙ୍କର ବାଦ୍ୟଯନ୍ତ୍ର ଗୋଟିଏ ଢୋଲକ ଗୋଟିଏ ମହୁରୀ, ଗିନି ଏକଯୋଡା ଏବଂ ମାଟି ହାଣ୍ଡିର ଛାଉଣୀ ଏକ ଛୋଟ ନାଗରା ଥିଲା। ମକରଧ୍ୱଜ ଝରା କଣ୍ଢେଇ ତିଆରି କରିପାରୁନଥିଲେ। ତେଣୁ ସେ ଗୁରୁ ଭଗବାନ୍ ଜେନାଙ୍କ ପାଖରୁ କଣ୍ଢେଇ କିଣି ନାଚ କରୁଥିଲେ। ଯେତେବେଳେ ଭଗବାନ ଜେନା ଅକ୍ଷମ ହୋଇ ପଡିଲେ ମାଗୁଣୀ କୁଅଁର କାଠର କଣ୍ଢେଇ ଏବଂ ଖେଳନା ତିଆରି କରୁଥିଲେ। ତା’ପରେ ଆସି ମାଗୁଣୀ ଠାରୁ କଣ୍ଢେଇ କିଣିନେଇ ନାଚ କଲେ, ମକରଧ୍ୱଜ ବେହେରାଙ୍କ ଶେଷ ସମୟ ବେଳକୁ ସେ ଆସି ଆମକୁ କହିଲେ ଯେ ଏ କଳାକୁ ତୁମେ ରଖି ପାରିବ। କାରଣ ତୁମର କଣ୍ଢେଇ ତିଆରି କରିବା ଏବଂ ଗାଇବା ବଜାଇବା ଜ୍ଞାନ ଅଛି। ମାଗୁଣୀ ଚିନ୍ତା କଲେ ସେମାନେ ବହୁତ ଦିନ ଧରି କଣ୍ଢେଇମାନଙ୍କ ଜରିଆରେ ‘କୃଷ୍ଣ ଜନ୍ମ’ ନାଟକ ପରିବେଷଣ କରିଦେଖାଇଲେ ମୁଁ ଚିନ୍ତା କରି ‘ରାବଣ ବଧ’ ନାଟକ ପରିବେଷଣ କଲୁି ଏବଂ ତତ୍ସଙ୍ଗେ ସଙ୍ଗେ ବାଦ୍ୟଯନ୍ତ୍ର ମଧ୍ୟ ଉନ୍ନତ ଧରଣର କଲି। ହାରମୋନିୟମ୍, ବିଗୁଲ, ବଇଁଶୀ, ଲାଲ୍, ଢୋଲକ, ଯୋଡି ନାଗରା, କ୍ରାସ୍, ଝାଞ୍ଜ, ଝୁମୁକା, ଅଂସା ଇତ୍ୟାଦି ବାଦ୍ୟଯନ୍ତ୍ର କରିବା ସଙ୍ଗେ ସଙ୍ଗେ ପେଣ୍ଡାଲଟିକ ମଧ୍ୟ ଆଧୁନିକ ହିସାବରେ ତିଆରି କଲି। ରଙ୍ଗ ବେରଙ୍ଗର ଆଲୋକରେ ସୁସଜ୍ଜିତ କରି ପେଣ୍ଡାଲ୍ଟିକୁ ଆଲୋକିତ କରିଲେ ଓ ମାଇକ୍ ମଧ୍ୟ ବ୍ୟବହାର କଲେ। ଏହି ସୁସଜ୍ଜିତ ମଂଚକୁ ଏବଂ ବାଦ୍ୟଯନ୍ତ୍ର ସମୁହରେ ମୁଖରିତ କରି କଣ୍ଢେଇମାନଙ୍କ ଜରିଆରେ ରାବଣବଧ ନାଟକ ଦେଖି ଦର୍ଶକମାନେ ଉତ୍ଫୁଲ୍ଲ ହେଲେ। ତାପରେ ଗ୍ରାମ ଏବଂ ସହରରୁ ନିମନ୍ତ୍ରଣ ଆସିଲା ନାଚ କରିବାକୁ ସମୟ ନିଅଂଟ ହେଲା। ଚାହିଦା ମୁତାବକ ସେ ଗ୍ରାମ ଗ୍ରାମ ବୁଲି ଟିକେଟ୍ ସେଲ୍ କରିବା ପାଇଁ ମନସ୍ଥ କଲେ। ଟିକେଟ୍ର ମୂଲ୍ୟ ନଅଅଣା ରଖାଗଲା। ସେଥିରେ ପ୍ରତ୍ୟେକ ପ୍ରତ୍ୟେକ ପରିବାର ଆଗ୍ରହର ସହିତ ନାଟକ ଉପଭୋଗ କଲେ। ଯେତେବେଳେ ଧୀରେନ୍ ପଟ୍ଟନାୟକ ସଙ୍ଗୀତ ନାଟକ ଏକାଡେମୀର ସଭାପତି ହେଲେ ସେହି ସମୟରେ ତାଙ୍କର ଦୃଷ୍ଟି ପଡିଲା କେନ୍ଦୁଝର କଣ୍ଢେଇ ନାଚ ଉପରେ। ସେ ପ୍ରଥମେ ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରେ ଏକ ପ୍ରୋଗ୍ରାମ ଦେଲେ। ସେଠାରେ ଏହି କଣ୍ଢେଇମାନଙ୍କ ଜରିଆରେ ପରିବେଷିତ ‘ରାବଣବଧ’ ନାଟକ ଦେଖି ଖୁସି ହୋଇ ଧୀରେନ୍ ବାବୁ ଦିଲ୍ଲୀ ଯିବା ପାଇଁ କହିଲେ। ଧୀରେନ୍ ବାବୁଙ୍କ କଥାରେ ଏକମତ ହୋଇ ମାଗୁଣୀ ଯାଇ ଏସିଆ ୭୨ ମେଳାରେ ଏହି ପ୍ରୋଗ୍ରାମ କଲେ। କିଛିଦିନ ବିତିଯିବା ପରେ ୧୯୮୪ ମସିହା ଭୁବନେଶ୍ୱର ଓଡିଶା ସଂଗୀତ ନାଟକ ଏକାଡେମୀରେ ଏହି କଣ୍ଢେଇ ନୃତ୍ୟ ପରିବେଷଣ କରି ପ୍ରଶଂସା ପତ୍ର ଲାଭ କଲେ। ୧୯୮୩ ଅକ୍ଟୋବର ୨୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କଳା ବିକାଶ କେନ୍ଦ୍ରରେ ଏହି କଣ୍ଢେଇ ନୃତ୍ୟ ପରବେଷଣ କରି ପ୍ରମାଣପତ୍ରର ଅଧିକାରୀ ହୋଇଥିଲେ। ଜାତୀୟ ସଙ୍ଗୀତ ନାଟକ ଏକାଡେମୀ-୨୦୦୪ ପୁରସ୍କାର ମହାମାନ୍ୟ ରାଷ୍ଟ୍ରପତିଙ୍କ ଦ୍ୱାରା ମିଲିଲା। ଏହାପରେ କଣ୍ଢେଇ ନାଚ ପାଇଁ ବାଧକ ହେଲା ସମାଜ ଉଚ୍ଚବର୍ଗର ଲୋକମାନେ କହିଲେ, ଏ ହେଉଛି ଆମ କ୍ଷେତ୍ରିୟ ଜାତୀୟ କୌଳିକ ବୃତି ନୁହେଁ। ଏଣୁ ତୁମେ ଯଦି ଏହା କର ତେବେ ବାସନ୍ଦ ରଖିବୁ। ମାଗୁଣୀ ତାଙ୍କୁ ପ୍ରତିବାଦ କଲେ ଯେ, କଳା ଉଚ୍ଚନୀଚ୍ଚ ହୋଇପାରେ ନାହିଁ। ତାହା କଲେ କୌଣସି ଅପରାଧ ନାହିଁ। ଏହିପରି କିଛିଦିନ କଟିଗଲା ଗାଁ ଗଣ୍ଡାରେ ଉଚ୍ଚ ପ୍ରଶଂସିତ ହେଲା, ସେତେବେଳେ ସମାଜ ପୁଣି ଆଦର କଲଶ। ୧୯୭୨ ମସିହାରେ ଧିରେନ୍ଦ୍ର ନାଥ ପଟ୍ଟନାଏକ ଏସିଆ ମେଳାକୁ ପ୍ରୋଗ୍ରାମ୍ ଦେଲେ। ମେଳାରୁ ଫେରିଲା ପରେ କେନ୍ଦୁଝରବାସୀ ବହୁ ପ୍ରଶଂସା କରିଥିଲେ। ଏହାପରେ ଉତ୍କଳ ବିଶ୍ୱକର୍ମା କଳାକୁଞ୍ଜ ଗୋଟିଏ ପରେ ଗୋଟିଏ ପାହାଚ ଚଢିଚାଲିଲା। ଏ.ଆର.ଖାନ୍, ସାମ୍ବାଦିକ, କେନ୍ଦୁଝରଙ୍କ ସହ ଆଲୋଚନା ସମୟରେ ପ୍ରକାଶ କରୁଥିଲେ ଶ୍ରୀ ନୁନ୍ଦ ୁା ଆଜି ରାଜ୍ୟ, ଜାତୀୟ ତଥା ବିଦେଶ ଦରବାରରେ ଏହି କଳାର ପ୍ରସାର କରିବା ସହ ଏ ଜାତିର, ଏ କଳାର ଓ ଦେଶର ନାମକୁ ଗୌରବାନ୍ୱିତ କରିଚାଲିଛି।

କଣ୍ଢେଇ ତିଆରି କରିବା ଶୈଳୀ

ପ୍ରଥମେ କଣ୍ଢେଇ ନିମନ୍ତେ ହାଲୁକା କାଠ ଯୋଗାଡ କରିବାକୁ ପଡେ। ଗମ୍ଭାରୀ, କଦମ୍ବ, ଛଂଚୁଣା, ଶିମୁଳି, ଫେଣ୍ଫେଣା, ପାଣିଜମୁନା ଏହି କାଠ ମଧ୍ୟରୁ ଯେକୌଣସି କାଠ ମିଳିଲେ ସେଥିରେ କଣ୍ଢେଇ ତିଆରି ହୋଇପାରିବ। ପ୍ରଥମେ କାଠର ଉପରିଭାଗ ବାହାର କରି ୧୨” ରୁ ୧୪” ପର୍ଯ୍ୟନ୍ତ ଗୋଲାକାର କରାଯାଏ। ଛୋଟ କଣ୍ଢେଇ ପାଇଁ କାଠର ଲମ୍ବ ୯” ଇଂଚ୍ ତାଠାରୁ ବଡ ୧୧” କିମ୍ବା ୧୨” ଇଂଚ୍ ଲମ୍ବ କାଠ କରାଯାଏ। ‘କଂସ’, ରାବଣ କଣ୍ଢେଇ ତିଆରି କରିବାକୁ ହେଲେ କାଠର ଲମ୍ବ ୧୩ ଇଂଚ୍ରୁ ୧୪ ଇଂଚ୍ ରଖାଯାଏ। ଏହି କାଠକୁ ୩ ଭାଗରେ ବିଭକ୍ତ କରାଯାଏ। ଉପର ଭାଗଟି ମୁଣ୍ଡ ମଧ୍ୟ ଭାଗ ଛାତି ଏବଂ ପେଟ ତଳଭାଗ ଅଂଟା ତିଆରି ହୁଏ। ରାମ ପରି ରାମ ଏକ ଲକ୍ଷ୍ମଣ ପରି ଲକ୍ଷ୍ମଣ ଏହିପରି ବିଭିନ୍ନ ଋପନେଇ କଣ୍ଢେଇ ଗୁଡିକ ତିଆରି କରାଯାଏ। ଆଉ ତା ସଙ୍ଗେ ସଙ୍ଗେ ଥଟା ତାମସା ଡୁଏଟ୍ କରୁଥିବା କଣ୍ଢେଇ ତାଙ୍କର ରୂପ ଦିଆଯାଏ। ହାତ ଗୋଡଗୁଡିକ ହିସାବ ନେଇ ତିଆରି କରାଯାଇଥାଏ। କାନ୍ଧ ପାଖରୁ କହୁଣୀ ପର୍ଯ୍ୟନ୍ତ ଏକ ଭାଗ, କହୁଣୀଠାରୁ ହାତ ପର୍ଯ୍ୟନ୍ତ ଏକଭାଗ। ହାତ ପାପୁଲି ଏବଂ ଆଙ୍ଗୁଳି ଅଲଗା ଅଂଟା ପାଖରୁ ଜଙ୍ଘ ଏକ ଭାଗ, ଆଣ୍ଠୁରୁ ଗୋଡବଳା ପର୍ଯ୍ୟନ୍ତ ଏକଭାଗ। ତାପରେ ତାକୁ କଣା କରି କଂଟା ଦେଇ ଯୋଡାଯାଏ। ବାଲି କାଗଜରେ ତାକୁ ଘସି ପରିଷ୍କାର କରାଯାଏ। ତାପରେ ଖଡି ମରାଯାଏ। ତପରେ କଣ୍ଢେଇଟିକୁ ନଡିଆ କତାରେ ଘସି ସଫା ହୁଏ। ନାନା ପ୍ରକାର ରଙ୍ଗ ଦେଇ କଣ୍ଢେଇଟିକୁ ଜୀବନ୍ତ କରାଯାଏ। ବିଭିନ୍ନ ପ୍ରକାର କନାରେ ପୋଷାକ ତିଆରି କରି ପିନ୍ଧାଯାଏ। ଝୋଟକୁ କଳା ରଙ୍ଗ କରି ବାଳ ଲାଗାଯାଏ। ହାତରୁ ଦୁଇଗୋଟି ସୁତା କଣ୍ଢେଇ ଦେହରେ ଲାଗିଥିବା ବାଡି ପର୍ଯ୍ୟନ୍ତ ଯାଇଥାଏ। ସୁତାର ଅଗ୍ରଭାଗରେ ଦୁଇଟି ତାରରେ ତିଆରି ମୁନିଆ ଲାଗିଥାଏ। ଏହି କାଠି କଣ୍ଢେଇମାନଙ୍କର ଗୋଡ ନଥାଏ। ସୁତାରେ ଖେଳାଇବା କଣ୍ଢେଇମାନଙ୍କର ଗୋଡ ଥାଏ। ଏହି କଣ୍ଢେଇମାନଙ୍କ ଆକାର କାଠି କଣ୍ଢେଇଠାରୁ ଛୋଟ। ଚରିତ୍ରଗୁଡିକ ବୈଷ୍ଣବ ପାଣି, ବାଳକୃଷ୍ଣ ମହାନ୍ତି, ବିଶ୍ୱନାଥ ଖୁଂଟିଆ ଏବଂ ବାଲ୍ମିକି ରାମାୟଣ ଆଦିରୁ ଏହି କଣ୍ଢେଇମାନଙ୍କ ଜରିଆରେ ନାଟକ ପରିବେଷିତ ହୁଏ। ବାଦ୍ୟ, ଗୀତ, ନୃତ୍ୟ ଏବଂ ସଂଳାପର ରୂପ ଦେଇ ନାଟକଟିକୁ ଶେଷ କରାଯାଏ। ତା ଭିତରେ ନିଶା ନିବାରଣ, ପରିବାର ନିୟନ୍ତ୍ରଣ, ଏଡସ୍, ସମ୍ବଲପୁରୀ ଲୋକନୃତ୍ୟ ମଧ୍ୟ ଦିଆଯାଇ ଲୋକମାନଙ୍କୁ ମନୋରଞ୍ଜନ କରାଯାଇଥାଏ।

ନାମ :- ମୁଖ୍ୟକଳାକାର : ମାଗୁଣି ଚରଣ କୁଅଁର (ନୁନ୍ଦୁ)

ଜନ୍ମ :- ୧୨-୦୨-୧୯୨୭.ଜନ୍ମସ୍ଥାନ :- ବୈଦ୍ୟରାଜ ସାହି ପୁରୁଣା ସହର, କେନ୍ଦୁଝର-୨, ଓଡିଶା

ଫୋନ୍ ନଂ :- ୮୮୯୫୯୭୫୪୪୪, ପିତା : ସ୍ୱର୍ଗତ ବୈଷ୍ଣବ କରଣ କୁଅଁର (ତତ୍କାଳୀନ ରାଜକର୍ମଚାରୀ)

ମାତା :- ସ୍ୱର୍ଗତା ଡମଣୀ ଦେବୀ (ଗୃହିଣୀ)ନାଟକ ପରିବେଷଣ :- ନୀଳମାଧବ, ଦାନବୀର ହରିଶ୍ଚନ୍ଦ୍ର, ସୀତାଚୋରୀ, ତଅପୋଇ, ରଘୁ ଅରକ୍ଷିତ ଏବଂ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ନାଟ୍ୟରୂପାନ୍ତର

ବିଶେଷତ୍ୱ :- ନିଜସ୍ୱ ରଚନା, ନିଜସ୍ୱ ସଂଳାପ, ନିଜସ୍ୱ କଣ୍ଠସ୍ୱ.ବାଦ୍ୟଯନ୍ତ୍ର :- ହାରମୋନିୟମ୍, ତବଲା, ସାହାନାଇ, ଢୋଲ, ମୃଦଙ୍ଗ, କ୍ଲାରିଓନେଟ୍, ପଖାଉଜ, ଯୋଡିନାଗରା, ବିଗୁଲ୍ ଓ ଧାନସା

ସହଯୋଗୀ :- ଯଶୋବନ୍ତ କୁଅଁର (ପୁତ୍ର), ଜୟନ୍ତ କୁଅଁର (ପୁତ୍ର), ଦେବାଶିଷ ଦାସ (ନାତି)

ବାଦ୍ୟକାର :- ରଙ୍ଗାଧର ମଲ୍ଲୀକ, ଶଙ୍କର ମଲ୍ଲୀକ, ବିଜୟ ବେହେରା, ପଦ୍ମନାଭ ବେହେରା, ଦର୍ଶନ ସାହୁ, ସୋମନାଥ ପ୍ରଧାନ, ସୋମନାଥ ମହାରଣା, ପରିବେଷଣ ସ୍ଥାନ :-ଓଡିଶା ବାହାରେ :- ସଢେଇକଳା, ଖରସୁଆଁ (ଝାଡଖଣ୍ଡ), ପଶ୍ଚିମବଙ୍ଗ, ଡାଇମଣ୍ଡ୍ ହାର୍ବର, ବମ୍ବେ, ଦିଲ୍ଲୀ, ଆସାମ୍, ଗୁଆହାଟି, ଧୁବୁରି, କୁଚ୍ବିହାର, ବେଜିଙ୍ଗ୍ (ସିକିମ୍)

ଓଡିଶା ଭିତରେ :- କୋରାପୁଟ୍, କଟକ, ଭୁବନେଶ୍ୱର, ଦେବଗଡ, ସମ୍ବଲପୁର, ମୟୁରଭଞ୍ଜ, କେନ୍ଦୁଝର ଏପରି ସମସ୍ତ ଜିଲ୍ଲାରେ।

ପୁରସ୍କାର :- ଜାତୀୟ ସଙ୍ଗୀତ ନାଟକ ଏକାଡେମୀ-୨୦୦୪ (ମହାମାନ୍ୟ ରାଷ୍ଟ୍ରପତିଙ୍କ ଦ୍ୱାରା) West Bengal Kulapati Panchayat Samitee, Orissa, ତା୩୦-୦୧-୧୯୮୭, Office of the Mandir Bazar Panchayat Samity (Dt. 26-01-1997), Bar Association Sarikella (Dt 11-11-81), ଉତ୍କଳମଣୀ ଆଦର୍ଶ ପାଠାଗାର ସଢେଇକଳା, ଓଡିଶା ସଂଗୀତ ନାଟକ ଏକାଡେମୀ ଭୁବନେଶ୍ୱର ତା ୨୮ ରୁ ୩୦ – ୧୯୮୩, ଶିଳ୍ପ ସମ୍ବର୍ଦ୍ଧନା ଉତ୍ସବ କେନ୍ଦୁଝରଗଡ ତା ୨୦-୦୨-୧୯୮୪, ସୂଚନା ଓ ଲୋକ ସଂପର୍କ ବିଭାଗ କେନ୍ଦୁଝର (ଓଡିଶା ସରକାରଙ୍କ ଦ୍ୱାରା, କାସାଣ୍ଡ୍ରା କଲ୍ଚରାଲ୍ ସେଂଟର କେନ୍ଦୁଝରଗଡ-୨୦୦୫ ଗୁରୁଦିବସ ଉପଲକ୍ଷେ, ଜିଲ୍ଲା ସଂସ୍କୃତି ପରିଷଦ, କେନ୍ଦୁଝର ଗୋନାସିକା ମହୋତ୍ସବ -୨୦୦୮, (ଓଡିଶା ସରକାରଙ୍କ ଦ୍ୱାରା, ଭାରତୀୟ ଷ୍ଟେଟବ୍ୟାଙ୍କ୍ର ଦୁଇଶତ ବର୍ଷ ପୂର୍ତି ଉପଲକ୍ଷେ କେନ୍ଦୁଝରଗଡ଼ (ତା୧୭-୧୧-୨୦୦୫) ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କେନ୍ଦୁଝରଗଡ଼ କେନ୍ଦୁଝର (୧୯୫୨-୨୦୦୨), ଗୋନାସିକା ମହୋତ୍ସବ-୨୦୦୬ କେନ୍ଦୁଝରଗଡ଼ ପୌରପାଳିକା ସ୍ୱାୟତ ଶାସନ ଦିବସ (ତା୩୧-୦୮-୧୯୮୯), ଜିଲ୍ଲା ସଂସ୍କୃତି ପରିଷଦ କେନ୍ଦୁଝର ଓଡିଶା ଗୋନାସିକା ମହୋତ୍ସବ-୨୦୦୫ (ଓଡିଶା ସରକାରଙ୍କ ଦ୍ୱାରା) Golden Jubilee Year Celebration Committee Keonjhar-1997 (Independence Day, କେନ୍ଦୁଝରଗଡ଼ ପୌରପାଳିକା ନିଖିଳ ଭାରତ ସ୍ୱାୟତ ଶାସନ ଦିବସ -୧୯୯୩, କେନ୍ଦ୍ର ସଂଗୀତ ନାଟକ ଏକାଡେମୀ (ଫେବୃଆରୀ-୨୦୦୫), Diamond Harbour West Bengal (Dt 25 to 30 January-1997) ଦେବାଂଶି ନୃତ୍ୟ ଏକାଡେମୀ-୨୦୧୩।

Leave a Reply

Your email address will not be published. Required fields are marked *