କାଠଯୋଡ଼ି ନଈ କୂଳରୁ ଦୁଇ ଶିଶୁପୁତ୍ରଙ୍କର ମୃତ ଦେହ ଉଦ୍ଧାର

କଟକ ୨ ଜୁନ୍ (ଓଡ଼ିଆ ପୁଅ/ଚନ୍ଦନ ମଲ୍ଲିକ) ଫତେଶ୍ୱରୀ ବୁରୁଜ ନିକଟରେ କାଠଯୋଡ଼ି ନଈ କୂଳରୁ ଦୁଇ ଶିଶୁ ପୁତ୍ରଙ୍କର ମୃତଶରୀର ଭାସି ଭାସି ନଈକୂଳରେ ପଡ଼ିଥିବାର ଦେଖି ଲୋକମାନେ ପୋଲିସକୁ ଖବର ଦେଇଥିଲେ। ପୁରୀଘାଟ ଥାନା ପୋଲିସ୍ ସେଠାରେ ପହଁଚି ଶୁଶୁ ଦ୍ୱୟଙ୍କର ମୃତ ଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି। ତେଣୁ କେଉଁଠାରୁ ଏହି ଶବ ଭାସି କରି ଆସିଛି କିମ୍ବା କେଉଁ କାରଣରୁ ଏହିଭଳି ଘଟଣା ଘଟିଛି ତାହା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିନାହିଁ। ତେବେ ଶବକୁ ଜବତ କରି ପୋଲିସ୍ ଅନୁସନ୍ଧାନ ଚଳାଇଛି। ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛିଯେ, ଶିଶୁମାନଙ୍କ ମଧ୍ୟରୁ ଜଣଙ୍କର ବୟସ ୫ ଏବଂ ଅନ୍ୟ ଶିଶୁର ବୟସ ପାଖାପାଖି ୩ ବର୍ଷ ହେବ।

Leave a Reply

Your email address will not be published. Required fields are marked *