କାଗଜାତ ଠିକ ନଥିବାରୁ ଜିଲା ପ୍ରଶାସନ ପକ୍ଷରୁ ଅଲଟ୍ରାସାଉଣ୍ଡ ମେସିନ ସିଲ

ଖଡିଆଳ/ନୂଆପଡା-୨୪.୦୫.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ଦିର୍ଘଦିନରୁ ନୁଆପଡା ଜିଲା ଖଡିଆଳ ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତାର ଦିନବନ୍ଧୁ ମହାନନ୍ଦ ସ୍ତ୍ରୀ ପ୍ରସୂତୀ ଡାକ୍ତର ଭାବରେ କାର୍ଯ୍ୟ କରିଆସୁଛନ୍ତି। ଡାକ୍ତର ଦିନବନ୍ଧୁ ମହାନନ୍ଦ ପ୍ରାଇଭେଟ ଭାବରେ ସରକାର ଙ୍କ ପାଖରୁ ପଞ୍ଜିକରଣ କରି ଏକ ଅଲଟ୍ରାସାଉଣ୍ଡ ମେସିନ ଚିକିତ୍ସା ପାଇଁ ବ୍ୟବହାର କରୁଥିଲେ। ଅଲଟ୍ରାସାଉଣ୍ଡ ମେସିନ ରଖିବାକୁ ହେଲେ ସମୟ ଅନୁସାରେ ତାହାର ତଥ୍ୟ ନୁଆପଡା ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ କାର୍ଯ୍ୟାଳୟରେ ଦିଆଯାଇଥାଏ। ସଠିକ ତଥ୍ୟ ଡକ୍ତର ମହାନନ୍ଦ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପ୍ରଦାନ କରି ନଥିବାରୁ ତାଙ୍କୁ ଅଲଟ୍ରାସାଉଣ୍ଡ ମେସିନ ବ୍ୟବହାର ସଠିକ ତଥ୍ୟା ପ୍ରଦାନ କରିବା ପାଇଁ ଗତ ଏପ୍ରିଲ ମାସରେ ନୁଆପଡା ଉପ ଜିଲାପାଳ ତାଗିତ କରିବା ସହିତ ନିର୍ଦ୍ଦେଶ ପ୍ରଦାନ କରିଥିଲେ।କିନ୍ତୁ ଡାକ୍ତର ମହାନନ୍ଦ ସଠିକ ତଥ୍ୟ ପ୍ରଦାନରେ ବାରମ୍ବାର ଖିଳାପ କରିଥିବାରୁ ବୁଧବାର ତାଙ୍କ ପ୍ରାଇଭେଟ କ୍ଲିନିକ ରେ ଥିବା ଅଲଟ୍ରାସାଉଣ୍ଡ ମେସିନ କୁ ସିଜ କରିଦେଇଥିଲେ। ଏବିଷୟରେ ଡାକ୍ତର ମହାନନ୍ଦ ଙ୍କୁ ଯୋଗାଯୋଗ କରାଯିବାରୁ କୈାଣସି ମତ ଦେବା ପାଇଁ ମନା କରିଦେଇଥିଲେ। ଏହି ସିଜ ସମୟରେ ନୁଆପଡା ଉପ ଜିଲାପାଳ ଶରତଚନ୍ଦ୍ର ଶ୍ରୀଚନ୍ଦନ, ଖଡିଆଳ ତହସିଲଦାର ଅନିଲ କୁମାର ପଟ୍ଟନାୟକ, ଖଡିଆଳ ପୋଲିସ ଏସଡିପିଓ ଡ. ଦେବିତା ନାଏକ ନୁଆପଡା ଜିଲା ମୁଖ୍ୟ ଚିକିତ୍ସାଳୟର ସହକାରୀ ମୁଖ୍ୟ ଚିକିତ୍ସା ଅଧିକାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *