କାଗଜକଳ କରଖାନା ପ୍ରତିଷ୍ଠା ପାଇଁ ଦାବି

ବାରିପଦା ୨୩-୬ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲାର ଶୁଳିଆପଦ ବ୍ଲକଠାରେ ଏକ ବୃହଦ ସରକାରୀ କାଗଜ କଳ ପ୍ରତିଷ୍ଠା ଦାବିରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା କେନ୍ଦ୍ରୀୟ କମିଟି ସଦସ୍ୟ କଳିଙ୍ଗ କେଶରୀ ଜେନାଙ୍କ ନେତୃତ୍ୱରେ ଶତାଧିକ ଶୁଳିଆପଦା ବ୍ଲକ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା କର୍ମୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଏ ଡି ଏମ ଓ ବ୍ରଜବନ୍ଧୁ ଭୋଇଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରିଥିଲେ ଏବଂ ଚେତାବନୀ ଦେଇଥିଲେ ଯେ ଆଗାମୀ ଏକ ମାସ ଭିତରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ବୃହତ ସ୍ବାର୍ଥକୁ ଯଦି ପୂରଣ ନ କରନ୍ତି ତେବେ ଆଗାମୀ ଅଗଷ୍ଟ ସାତ ତାରିଖ ଦିନ ଦଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ଗଣ ବିକ୍ଷୋଭ ଅନୁଷ୍ଠିତ କରିବ। ଉକ୍ତ କାର୍ଯ୍ୟକ୍ରମରେ ସୁଳିଆପଦା ବ୍ଲକ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ସଭାପତି ରାମେଶ୍ଵର କିସ୍କୁ ,ଉପ ସଭାପତି ନରେନ୍ଦ୍ର ଥୟାଲ, ରାମଚନ୍ଦ୍ର ସରେନ, ସମ୍ପାଦକ ତପନ କୁମାର ସିଂ ଙ୍କ ସହିତ ହେମନ୍ତ କୁମାର ତୁଙ୍ଗ, ରବୀନ୍ଦ୍ର ହେମ୍ବ୍ରମ, ପ୍ରଭାସ ମହାନ୍ତି, ବାବୁଲା ସୋରେନ, ରାଜେଶ ମାରାଣ୍ଡି, ଲକ୍ଷ୍ମଣ ମୁର୍ମୁ ପ୍ରମୁଖଙ୍କ ସହ ଶତାଧିକ କର୍ମୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *