କାଉନସିଲର ପ୍ରମିଳା ଖଣ୍ଡୁଆଳଙ୍କ କଂଗ୍ରେସରୁ ଇସ୍ତଫା

ତାଳଚେର,୩୦/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଗତ ପୈାର ନିର୍ବାଚନରେ କଂଗ୍ରେସ ଟିକେଟ୍ ରେ ତାଳଚେର ପୈାର ପରିଷଦ ୧୨ନଂ ୱାର୍ଡ଼ରୁ କାଉନସିଲର ଭାବେ ନିର୍ବାଚିତ ହୋଇଥିବା ପ୍ରମିଳା ଖଣ୍ଡୁଆଳ ଆଜି କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ପ୍ରଦାନ କରିଛନ୍ତି । ରାଜ୍ୟ ରାଜନୀତିରେ କଂଗ୍ରେସ ଦଳର ରାଜନୈତିକ ସ୍ଥିତିରେ ଅସନ୍ତୋଷ ପ୍ରକଟ କରି ତଥା ଦଳୀୟ ନେତୃତ୍ୱ ପ୍ରତି ଆସ୍ଥା ହରାଇ ସେ ଇସ୍ତଫା ପ୍ରଦାନ କରୁଥିବାର ସେ ସୂଚନା ଦେଇଛନ୍ତି । ଏହି ସମ୍ପର୍କିତ ଇସ୍ତଫାପତ୍ର ସେ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ପଠାଇଥିବାର ଏକ ପ୍ରେସ ଇସ୍ତାହାରରେ ଶ୍ରୀମତୀ ଖଣ୍ଡୁଆଳ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *