କଳ୍ପନାଦେବୀ ଆବାସିକ ବାଳିକା ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର

ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ସହରାଚଂଳ ମୋଟେଲଛକ ସ୍ଥିତ କଳ୍ପନାଦେବୀ ଆବାସିକ +୨ ବିଜ୍ଞାନର ଆବାସିକ ବାଳିକା ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ମହାବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରୁଥିବା ସମସ୍ତ ଛାତ୍ରୀ ମାନଙ୍କୁ ଭଦ୍ରକ ଦମକଳ ବାହିନୀର ଅଧିକାରୀ ମାନେ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି। ଏକ ନୂଆ ପ୍ରକାରର ଜ୍ଞାନ କୌଶଳରେ ମହାବିଦ୍ୟାଳୟ ପରିସରରେ ଛାତ୍ରୀମାନଙ୍କୁ ନିଆଁ ପାଣି କିମ୍ବା ବିଦ୍ୟୁତ୍ ଆଘାତ ଜନିତ ଦୁର୍ଘଟଣାରୁ ସୁରକ୍ଷା ହେବାନେଇ କୌଶଳ ଶିକ୍ଷା ପ୍ରଦାନ କରାଯାଇଥିଲା। ମହାବିଦ୍ୟାଳୟର ଛାତ୍ରୀମାନେ ମଧ୍ୟ ସାହସର ସହିତ ଦଉଡ଼ି ଦ୍ୱାରା ଓହଳି ତିନି ତାଲାରୁ ତଳକୁ ଆସିବାକୁ ତାଲିମ୍ ନେଇଥିଲେ। ଏହି ମହାବିଦ୍ୟାଳୟର ପ୍ରତିଷ୍ଠାତା ମହେଶ ଚନ୍ଦ୍ର ରାୟ ଏବଂ ଅନ୍ୟ କର୍ମକର୍ତ୍ତାମାନେ ଏଥିରେ ସହଯୋଗ କରିଥିଲେ। ଏହିଭଳି ଛାତ୍ରୀମାନଙ୍କୁ ପ୍ରଦାନ କରାଯାଉଥିବା ପ୍ରଶିକ୍ଷଣ ତାଲିମ ବର୍ତ୍ତମାନ ଯୁଗରେ ବେଶ୍ ଉପଯୋଗୀ ହେବ ବୋଲି ମଧ୍ୟ କିଛି ଅଭିଭାବକ ପ୍ରଶଂସା କରି କହିଛନ୍ତି। ଏହି ମହାବିଦ୍ୟାଳୟରେ ବିଭିନ୍ନ ସମୟରେ ଏହିଭଳି ବିଭିନ୍ନ ଶିକ୍ଷା ତଥା ବିପଦ ସମୟରେ ରକ୍ଷା ପାଇବା ନେଇ ସମର ତାଲିମ୍ ଶିବିର ଅନୁଷ୍ଠିତ ହେଉଥିବା ଜଣାପଡ଼ୁଛି।

Leave a Reply

Your email address will not be published. Required fields are marked *