କଳ୍ପତରୁ ଦାସ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ , ରାଇଛନ୍ଦା ବିଜୟୀ

ଯାଜପୁର-୫/୧୧(ଓଡିଆ ପୁଅ/ଏ.ରାଉତ) କଳ୍ପତରୁ ଦାସ ନେସନାଲ ଫାଉଣ୍ଡେସନ୍ ପକ୍ଷରୁ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୫୪ଟି ପଞ୍ଚାୟତକୁ ନେଇ ଆୟୋଜିତ ହେଉଥିବା ୩ୟ ବାର୍ଷିକ କଳ୍ପତରୁ ଦାସ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ତରଞ୍ଜିଆ ସ୍କୁଲ ପଡିଆ ଠାରେ ଆଜି ଉଦ୍ଘାଟିତ ହୋଇ ଯାଇଛି । ଏହି ଟର୍ଣ୍ଣାମେଣ୍ଟକୁ ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ନରେସ ଚନ୍ଦ୍ର ମହାନ୍ତି ମୁଖ୍ୟଅତିଥି ଓ ସମ୍ମାନୀତ ଅତିଥି ଭାବେ ଧର୍ମଶାଳା ବ୍ଳକର ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତ ରାୟ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଆୟୋଜିତ ସଭାରେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ଜଳଧର ମହାନ୍ତି, ୧୩ନଂ ଜୋନର ଜିଲ୍ଲାପରିଷଦ ସଭ୍ୟ ନିରଞ୍ଜନ ରାଉତ୍ ୧୨ ନଂ ଜୋନର ପ୍ରଣତି ଲେଙ୍କା, ୧୧ନଂ ଜୋନର ସୁରେଖା ନାୟକ, ୧୪ନଂ ଜୋନର ସାଗର ନାୟକ, ପ୍ରମୋଦ ନାୟକ,ରାକେଶ ନାୟକ, ପ୍ରସନ୍ନ ରାଉତ୍,ଅମିୟ କୁମାର ପରିଡା, ସିଦ୍ଦାର୍ଥ ସ୍ୱଂୟଦିପ୍ତ ମହାନ୍ତି, ସୌମ୍ୟପ୍ରକାଶ ବିଶ୍ୱାଳ, ସବ୍ୟସାଚି ସୁନ୍ଦରାୟ, କ୍ଷିତିଶ ନାୟକ, ପ୍ରତାପ ପ୍ରଧାନ, ପ୍ରଫୁଲ୍ଲ ସାହାଣୀ, ରବିନ୍ଦ୍ର ସାହୁ, ମନୋଜ ଦାସ, ଉକôଳ କେଶରୀ ଦାସ ପ୍ରମୁଖ ଉପସ୍ତିତ ଥିଲେ । ଆଜିର ଖେଳରେ ରାଇଛନ୍ଦା ଦଳ ନେଉଳପୁର ଦଳକୁ ୮୮ରନ୍ରେ ପରାସ୍ତ କରି କ୍ୱାଟର ଫାଇନାଲ୍କୁ ଉନ୍ନୀତ ହୋଇଛି ।ପ୍ରଥମେ ରାଇଛନ୍ଦା ଦଳ ଟସ୍ ହାରି ବ୍ୟାଟିଂ ଆରମ୍ଭ କରି ନିଦ୍ଧାରିତ ୧୫ ଓଭର ଖେଳରେ ୫ ଉଇକେଟ ହରାଇ ସମୁଦାୟ ୧୯୦ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ନେଉଳପୁର ଦଳ ୧୨.୨ଓଭର ଖେଳି ୧୦୨ ରନ୍ ସଂଗ୍ରହକରି ସମସ୍ତ ଖେଳାଳୀ ଆଉଟ୍ ହୋଇଯାଇଥିଲେ । ଆଜିର ଖେଳକୁ ପ୍ରତାପ କୁମାର ନାୟକ ଓ ବିଶ୍ୱଜିତ୍ ପତି ଅମ୍ପାୟାର୍ ଭାବେ ପରିଚାଳନା କରିଥିବା ବେଳେ ସିଦ୍ଧାନ୍ତ ପାଳ ଓ ଅୟସ କାନ୍ତ ରାଉତ୍ ସ୍କୋରରେ ସହାୟତା କରିଥିଲେ । ଆସନ୍ତା କାଲି ୨ଟି ଖେଳରେ ପାଖର ହରିଦାସପୁରକୁ ଭେଟୁଥିବା ବେଳେ ଅନ୍ୟଏକ ;ଖେଳରେ ଆରୁହା ଥାନୁଆଳ ଦଳକୁ ଭେଟିବ ବୋଲି ଫାଉଣ୍ଡେସନ୍ର ଉପାଧ୍ୟକ୍ଷ ରଶି୍ମ ରଞ୍ଜନ ରାୟ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *