କଳ୍ପତରୁ ଦାସ ସ୍ମାରକୀ କ୍ରିକେଟ ୍ଟୁର୍ଣ୍ଣାମେଣ୍ଟ : ଚୋରମୁହାଁ ଓ କୁମାରୀ ବିଜୟୀ

ଯାଜପୁର-୭/୧୨(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲା ଧର୍ମଶାଳା ବ୍ଳକ ଅନ୍ତର୍ଗତ ବଡକାଏମା ଖେଳପଡିଆରେ ଅନୁଷ୍ଠିତ ହେଉଥିବା ୩ୟ କଳ୍ପତରୁ ଦାସ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଆଜିର ୨ଟି ଖେଳରେ ଚୋରମୁହାଁ ଦଳ ଅଭୟପୁର ଦଳକୁ ୪ ଉଇକେଟରେ ଓ ଅନ୍ୟ ଏକ ଖେଳରେ କୁମାରୀ ଦଳ କୋତପୁର ଦଳକୁ ୨ ଉଇକେଟରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛି । ପ୍ରଥମ ମ୍ୟାଚ୍ରେ ଅଭୟପୁର ଦଳର ଅଧିନାୟକ ଟସ୍ ଜିତି ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭର ଖେଳରେ ୯ ଉଇକେଟ୍ ହରାଇ ସମୁଦାୟ ୧୨୪ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ସ୍ମୃତିରଞ୍ଜନ ରାଉତ୍ ୫୦ ଓ ଗଣେଶ୍ୱର ଖଟୁଆ ୧୩ ରନ୍ କରିଥିଲେ । ପ୍ରତିପକ୍ଷ ଚୋରମୁହାଁ ପକ୍ଷରୁ ସୁମନ୍ ଦାସ ୩ଟି ଓ ବିଜୟ ଦାସ ୍ ୨ଟି ଉଇକେଟ୍ ଅକ୍ତିଆର କରିଥିଲେ । ଏହାର ଜବାବରେ ଚୋରମୁହାଁ ଦଳ ୧୨.୫ ଓଭର ଖେଳି ୬ଉଇକେଟ୍ ବିନିମୟରେ ଆବଶ୍ୟକୀୟ ୧୨୫ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା । ଦଳପକ୍ଷରୁ ଆନନ୍ଦ ବେହେରା ୨୪ ଓ ବାପି ରାଉତ୍ ୨୩ ରନ୍ କରିଥିଲେ । ଅଭୟପୁର ପକ୍ଷରୁ ମାନସ ପ୍ରଧାନ ୍ ଓ ରାଜେସ୍ ସେଠୀ ୨ଟି ଲେଖାଏଁ ଉଇକେଟ ହାସଲ କରିଥିଲେ । ଆଜିର ଦ୍ୱିତୀୟ ମ୍ୟାଚ୍ଟି କୁମାରୀ ଓ କୋତପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କୋତପୁର ଦଳ ଟସ୍ ହାରି ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭର ଖେଳରୁ ୧୪.୨ ଓଭର ଖେଳି ସମସ୍ତ ଉଇକେଟ୍ ହରାଇ ସମୁଦାୟ ୧୧୮ ରନ୍ ସଂଗ୍ରହ କରିଥିଲା । ଦଳପକ୍ଷରୁ ନିହାର ରଞ୍ଜନ ସାମଲ ୩୨ ଓ ସୁମନ୍ତ ଦାସ ୨୩ ରନ୍ କରିଥିଲେ । କୁମାରୀ ପକ୍ଷରୁ ସ୍ୱରୂପ ସାମଲ ୩ଟି ଓ ମନୋଜ ପଲେଇ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ । ଏହାର ଜବାବରେ କୁମାରୀ ଦଳ ୧୪.୪ ଓଭର ଖେଳି ୮ ଉଇକେଟ୍ ହରାଇ ୧୨୩ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା । ଦଳ ପକ୍ଷରୁ ସେକ୍ ସୋହେବ୍ ୩୪ ଓ ମନୋଜ ପଲେଇ ୨୯ ରନ୍ ସଂଗହ କରିଥେôଲ । କୋତପୁର ଦଳ ପକ୍ଷରୁ ବସନ୍ତ ରାଉଳ ୪ଟି ଓ ପିୟୁଷ ଜେନା ୨ଟି ଉଇକେଟ୍ ହାସଲ କରିଥିଲେ । ଆଜିର ଖେଳକୁ ଅମରେଶ ପରିଡା , ଇନ୍ତେକାମ୍ ଆଲାମ୍ , ପ୍ରତାପ ନାୟକ ଓ ନାରାୟଣ ପାଳ ପରିଚାଳନା କରିଥିବା ବେଳେ , ପ୍ରକାଶ ଧଳ , ପ୍ରହ୍ଲାଦ ସାହୁ ଓ ଅମିୟ ପରିଡା ସ୍କୋରରେ ସହାୟତା କରିଥିଲେ । ଆଜିର ଖେଳରେ ସ୍ଥାନୀୟ ସରପଞ୍ଚ ଅଙ୍କୁର ନାୟକ , ଜିଲ୍ଲା ପରିଷଦ ସଭ୍ୟ ସାଗର ନାୟକ ଓ ଯୁବନେତା ନିର୍ମଳ ପ୍ରଧାନ ଅତିଥି ଭାବେ ଯୋଗ ଦେଇ କୃତୀ ଖେଳାଳୀ ମାନଙ୍କୁ ପୁରସ୍କୃତ କରିଥିଲେ । ଖେଳ ୨ଟିକୁ ସନ୍ତୋଷ ସର , ବିକ୍ରମ କେଶରୀ ଦାସ, ମହେଶ୍ୱର ତରେଇ, ସନ୍ତୋଷ ସିଂହ,ଦୀନବନ୍ଧୁ ସ୍ୱାଇଁ, ମନୋରଞ୍ଜନ ମହାରଣା , ଭରତ ପଣ୍ଡା ଓ ସୁବ୍ରତ ସାହୁ ପରିଚାଳନାରେ ସହାୟତା କରିଥିଲେ । ଆସନ୍ତାକାଲି ୨ଟି ଖେଳରେ ଜାରକା ଦଳ ଚୋରମୁହାଁକୁ ଭେଟୁଥିବା ବେଳେ ଅନ୍ୟ ଏକ ଖେଳରେ କୁମାରୀ ନଠୁଆବର ଦଳକୁ ଭେଟିବ ବୋଲି ଆୟୋଜକ ରଶ୍ମୀରଂଜନ ରାୟ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *