କଳ୍ପତରୁ ଦାସ ସ୍ମାରକୀ କ୍ରିକେଟ ୍ଟୁର୍ଣ୍ଣାମେଣ୍ଟ : ଜାରକା ଓ ନଠୁଆବର ବିଜୟୀ

ଯାଜପୁର-୬/୧୨(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧୀନସ୍ଥ ବଡକାଏମା ଖେଳପଡିଆରେ ଅନୁଷ୍ଠିତ ହେଉଥିବା ୩ୟ କଳ୍ପତରୁ ଦାସ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଆଜିର ୨ଟି ଖେଳରେ ଜାରକା ଦଳ ଚହଟା ଦଳକୁ ୧୪ ରନ୍ ଓ ଅନ୍ୟ ଏକ ଖେଳରେ ନଠୁଆବର ଦଳ ସୁନ୍ଦରିଆ ଦଳକୁ ୬୮ ରନ୍ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛି । ପ୍ରଥମ ମ୍ୟାଚ୍ରେ ଜାରକା ଦଳର ଅଧିନାୟକ ଟସ୍ ଜିତି ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭର ଖେଳରୁ ୧୨.୫ ଖେଳି ୧୨୪ ରନ୍ ସଂଗ୍ରହ କରି ସମସ୍ତ ଖେଳାଳୀ ଆଉଟ ହୋଇଯାଇଥିଳେ । ଦଳ ପକ୍ଷରୁ ଅଧିନାୟକ ଜଗନ୍ନାଥ ମହାପାତ୍ର ୨୭ ଓ ସପ୍ତାସାଗର ମହାନ୍ତି ୧୮ ରନ୍ କରିଥିଲେ । ପ୍ରତିପକ୍ଷ ଚହଟା ପକ୍ଷରୁ ଶେଖର ଦାସ ୫ଟି ଓ ସୌଭାଗ୍ୟ ରଂଜନ ମୁଦୁଲି ୩ଟି ଉଇକେଟ୍ ଅକ୍ତିଆର କରିଥିଲେ । ଏହାର ଜବାବରେ ଚହଟା ଦଳ ୧୩.୩ ଓଭର ଖେଳି ସମୁଦାୟ ୧୧୦ ରନ୍ କରି ମ୍ୟାଚ୍ଟି ହାରିଯାଇଥିଲା । ଦଳପକ୍ଷରୁ ମଣିନାଥ ମେହେର ୩୫ ଓ ସୂର୍ଯ୍ୟ ଯାଦବ ୨୬ ରନ୍ କରିଥିଲେ । ଜାରକା ପକ୍ଷରୁ ସପନ ସାଗର ବେହେରା ୫ଟି ଓ ଅବିନାଶ ସାହୁ ୨ଟି ଉଇକେଟ ହାସଲ କରିଥିଲେ । ଆଜିର ଦ୍ୱିତୀୟ ମ୍ୟାଚ୍ଟି ନଠୁଆବର ଓ ସୁନ୍ଦରିଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନଠୁଆବର ଟସ୍ଜିିତି ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭର ଖେଳରେ ୭ ଉଇକେଟ୍ ହରାଇ ୧୭୩ ରନ୍ ସଂଗ୍ରହ କରିଥିଲା । ଦଳପକ୍ଷରୁ ଦୀପକ କବି ୫୪ ଓ ବିପିନ ନାୟକ ୪୪ ରନ୍ କରିଥିଲେ । ସୁନ୍ଦରିଆ ପକ୍ଷରୁ ସାଗର ସାମଲ ୩ଟି ଓ ଆଶିଷ ବିଶ୍ୱାଳ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ । ଏହାର ଜବାବରେ ସୁନ୍ଦରିଆ ଦଳ ନିଦ୍ଦାରିତ ଓଭର ଖେଳି ୯ ଉଇକେଟ୍ ହରାଇ ୧୧୫ ରନ୍ ସଂଗ୍ରହ କରି ହାରି ଯାଇଥିଲା । ଦଳ ପକ୍ଷରୁ ସୁଭ୍ରଜିତ ଦାସ ୩୪ ଓ ଅଗଷ୍ଟ ସେଠୀ ୨୨ ରନ୍ ସଂଗହ କରିଥେôଲ । ବିଜୟୀ ଦଳ ପକ୍ଷରୁ ପ୍ରହଲ୍ଲାଦ ପାତ୍ର ଟି ଓ ତାପସ ସାହୁ ୨ଟି ଉଇକେଟ୍ ହାସଲ କରିଥିଲେ । ଆଜିର ଖେଳକୁ ପ୍ରତାପ ନାୟକ,ଇନ୍ତେକାମ ଆଲାମ, ରଞ୍ଜନ ପାଳ ଓ ଦିଲକ୍ ଜେନା ପରିଚାଳନା କରିଥିବା ବେଳେ ପ୍ରକାଶ ଧଳ,ସୁଧୀର କବି,ହାପି କୁମାର ଓ ଅମିୟ ପରିଡା ସ୍କୋରରେ ସହାୟତା କରିଥିଲେ । ଆଜିର ଖେଳରେ ବଡକାଏମା ସରପଞ୍ଚ ଅଙ୍କୁର ନାୟକ , ଜିଲ୍ଲା ପରିଷଦ ସଭ୍ୟା ମମତା ଦଣ୍ଡପାଟ,ଓ ଯୁବନେତା ଶରତ ଚନ୍ଦ୍ର ନାୟକ ଅତିଥି ଭାବେ ଯୋଗଦେଇ କୃତୀ ଖେଳାଳୀମାନଙ୍କୁ ପୁରସ୍କୃତ କରିଥିଲେ । ଆଜିର ଖେଳକୁ ଅମୀୟ ଦାସ,ଅରୂପ ନାରାୟଣ ପ୍ରସାଦ,ଲୋକନାଥ ରାଉତ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ । ଆସନ୍ତାକାଲି ୨ଟି ଖେଳରେ ଚୋରମୁହାଁ ଦଳ ଅଭୟପୁର ଦଳକୁ ଭେଟୁଥିବା ବେଳେ ଅନ୍ୟ ଏକ ଖେଳରେ କୋତପୁର ଦଳ କୁମାରୀ ଦଳକୁ ଭେଟିବ ବୋଲି ଆୟୋଜକ ରଶ୍ମୀରଂଜନ ରାୟ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *