କଳ୍ପତରୁ ଦାସ ସ୍ମାରକୀ କ୍ରିକେଟ ୍ଟୁର୍ଣ୍ଣାମେଣ୍ଟ : ପଟୁଣିଆ ଓ ଅରାବଳ ବିଜୟୀ

ଯାଜପୁର -୧୩/୧୧(ଓଡିଆ ପୁଅ/ଏ.ରାଉତ)ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କୋତପୁର ଖେଳପଡିଆରେ ଅନୁଷ୍ଠିତ ହେଉଥିବା ୩ୟ କଳ୍ପତରୁ ଦାସ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଆଜିର ୨ଟି ଖେଳରେ ପଟୁଣିଆ ପାଟପୁର ଦଳକୁ ୧୫୪ ରନ୍ରେ ଓ ଅନ୍ୟ ଏକ ଖେଳରେ ଅରାବଳ ଉତ୍ତରପ୍ରତାପକୁ ୧ ଉଇକେଟରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛି । ପ୍ରଥମ ମ୍ୟାଚ୍ରେ ପଟୁଣିଆ ଦଳର ଅଧିନାୟକ ଟସ୍ ଜିତି ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭର ଖେଳରେ ୮ ଉଇକେଟ୍ ହରାଇ ସମୁଦାୟ ୨୩୨ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ମୃଚ୍ୟୁଞ୍ଜୟ ସେଠୀ ୬୪ ଓ ଅନିଲ ମଲ୍ଲିକ୪୭ ରନ୍ କରିଥିଲେ । ପ୍ରତିପକ୍ଷ ପାଟପୁର ଦଳର ପ୍ରତାପ ଦାସ ୩୧ ରନ୍ ଦେଇ ୩ଟି ଉଇକେଟ୍ ଅକ୍ତିଆର କରିଥିଲେ । ଏହାର ଜବାବରେ ପାଟପୁର ଦଳ ୨୩୩ ରନ୍ର ଲକ୍ଷ୍ୟ ନେଇ ୧୦.୧ ଓଭର ଖେଳି ସମୁଦାୟ ୭୮ରନ୍ କରି ସମସ୍ତ ଖେଳାଳୀ ଆଉଟ ହୋଇ ଯାଇଥିଲେ । ଦଳପକ୍ଷରୁ ସତ୍ୟବ୍ରତ ଧଳ୧୬ ଓ ଦିବ୍ୟ ରଞ୍ଜନ ସାହୁ ୧୧ ରନ୍ କରିଥିଲେ । ପଟୁଣିଆ ପକ୍ଷରୁ ଏସ୍ ଏସ୍ ରାଉତ୍ ୩ଟି ଓ ସଞ୍ଜୟ ଦଲେଇ୨ଟି ଉଇକେଟ ହାସଲ କରିଥିଲେ । ଆଜିର ଦ୍ୱିତୀୟ ମ୍ୟାଚ୍ଟି ଅରାବଳ ଓ ଉତ୍ତରପ୍ରତାପ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଉତ୍ତରପ୍ରତାପ ଟସ ୍ଜିିତି ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭର ଖେଳରେ ୧୩.୫ ଓଭର ସମୁଦାୟ ୧୦୭ ରନ୍ ସଂଗ୍ରହ କରି ସମସ୍ତ ଖେଳାଳୀ ଆଉଟ ହୋଇଯାଇଥିଲେ । ଦଳପକ୍ଷରୁ ଅନନ୍ତନାରାୟଣ ବିଶ୍ୱାଳ ୩୨ ଓ ଚକ୍ରଧର ଘଡେଇ୨୦ ରନ୍ କରିଥିଲେ ।ଅରାବଳ ପକ୍ଷରୁ ଜ୍ୟେତିପ୍ରକାଶ ସାମଲ ୧୯ ରନ୍ ଦେଇ ୩ଟି ଓ ଅନୁପ୍ ପାଳ୨୩ ରନ୍ ଦେଇ ୩ଟି ଉଇକେଟ ଅକ୍ତିଆର କରିଥିଲେ । ଏହାର ଜବାବରେ ଅରାବଳ ଦଳ ୧୪.୧ ଓଭର ଖେଳି ୯ ଉଇକେଟ୍ ହରାଇ ଆବଶ୍ୟକୀୟ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା । ଅରାବଳ ପକ୍ଷରୁ ଜଗନ ମଲ୍ଲିକ ୨୭ ଓ ସଞ୍ଜୟ ସାମଲ୧୯ ରନ୍ ସଂଗହ କରିଥେôଲ । ଉତ୍ତରପ୍ରତାପ ପକ୍ଷରୁ ଏମ୍ ସି ବେହେରା ୧୭ ରନ୍ ଦେଇ ୪ଟି ଓ ଗୌରାଙ୍ଗ ନାୟକ ୨୦ ରନ୍ ଦେଇ ୨ଟି ଉଇକେଟ୍ ହାସଲ କରିଥିଲେ । ଆଜିର ଖେଳକୁ ପ୍ରଫୁଲ୍ଲ ବେହେରା, ସିଦ୍ଧାର୍ଥ ମହାନ୍ତି, ଇନ୍ତେକାମ୍ ଆଲାମ୍ ଓ ଅମେରେଶ ପରିଡା ପରିଚାଳନା କରିଥିବା ବେଳେ ଅୟସକାନ୍ତ ରାଉତ,ବାସୁଦେବ ମିଶ୍ର , ଅମୀୟ ପରିଡା , ସ୍କୋରରେ ସହାୟତା କରିଥିଲେ । ଆଜି ୨ଟି ଖେଳକୁ ସରୋଜ ପଟ୍ଟନାୟକ , ରାକେଶ ନାୟକ, ବିଶ୍ୱଜିତ୍ ସାମଲ, ରଞ୍ଜନ ପାଳ, ମାଧବାନନ୍ଦ ମାହୁନ୍ତ, ମାନସ ମହାନ୍ତି ପ୍ରତାପ ପ୍ରଧାନ, ମନୋଜ ଦାସ, ରକି ଜେନା, ରଞ୍ଜନ ସାହୁ, ସୁର୍ଯ୍ୟକାନ୍ତ ଜେନା , ହୃସିକେଶ ମହାନ୍ତି ଓ ଜଗଦାନନ୍ଦ ରାଉତ୍ ପ୍ରମୁଖ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ । ଆସନ୍ତାକାଲି ୨ଟି ଖେଳରେ କଦମପାଳ ପଟୁଣିଆକୁ ଭେଟୁଥିବା ବେଳେ ଅରେଇକଣା ଅରାବଳକୁ ଭେଟିବ ବୋଲି ଆୟୋଜକ ରଶ୍ମୀରଂଜନ ରାୟ ଜଣାଇ

Leave a Reply

Your email address will not be published. Required fields are marked *