କଳ୍ପତରୁ ଦାସ ନ୍ୟାସନାଲ ଫାଉଣ୍ଡେସନ ପକ୍ଷରୁ: ଶିଶୁ ଦିବସ ସମାରୋହ

ଯାଜପୁର-୧୪/୧୧(ଓଡିଆ ପୁଅ/ଏ.ରାଉତ) ଶିଶୁ ହସିଲେ ଦେଶ ହସିବ । ଅଭିଭାବକ ଓ ଗୁରୁଜି ଗୁରୁମାମାନେ ଶିଶୁର ମନସ୍ତତ୍ୱକୁ ପଡି ଯତ୍ନବାନ ହେଲେ ଶିଶୁମାନେ ଭବିଶ୍ୟତରେ ଜଣେ ଭଲ ମଣିଷ ହୋଇପାରିବେ ବୋଲି ବକ୍ତାମାନେ ମତବ୍ୟକ୍ତ କତିଛନ୍ତି । ଆଜି ସନ୍ଧ୍ୟାରେ କଳ୍ପତରୁଦାସ ନ୍ୟାସନାଲ ଫାଉଣ୍ଡେସନ ଆନୁକୁଲ୍ୟରେ ଶିଶୁ ଦିବସ ଜାରକାସ୍ଥିତ କଳ୍ପତରୁ ଦାସ ଉଦ୍ୟାନ ପରିସରରେ ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଯାଜପୁର ଅରକ୍ଷୀ ଅଧିକ୍ଷକ ଚରଣସିଂ ମିନା, ସମ୍ମାନିତ ଅତିଥି ଭାବେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ ଯୋଗଦେଇ ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗତ ଜବାହରଲାଲ ନେହେରୁଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରି ଶିଶୁମାନଙ୍କ ଉଦେ୍ଦଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଦେବରାଜ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବକ୍ତୃତା ସାଧାରଣ ଜ୍ଞାନ, ଚିତ୍ରାଙ୍କନ, ସଙ୍ଗୀତ,ନୃତ୍ୟରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ବକ୍ତୃତା ବରିଷ୍ଠ ବିଭାଗରେ ସ୍ୱାଗତିକା ସାହୁ, ପ୍ରିୟଙ୍କା ପ୍ରିୟଦର୍ଶୀ ରାୟ, ସ୍ନିଗ୍ଧାସ୍ନାଗ୍ଧôିକା ଶତପଥି, କନିଷ୍ଠ ବିଭାଗରେ ସତ୍ୟଜିତ ପ୍ରଧାନ, ଅଙ୍କିତା ସାମ. ସ୍ୱଜଳା ଦାସ, ସାଧାରଣ ଜ୍ଞାନ ବରିଷ୍ଠ ବିଭାଗରେ ମଧୁସ୍ମିତା ଦାସ, ସ୍ୱର୍ଣ୍ଣମୟୀ ପଣ୍ଡା, ଅରୁପା ଓ ପ୍ରିୟଦର୍ଶିନୀ ସ୍ୱାଇଁ । ଚିତ୍ରାଙ୍କନ ବରିଷ୍ଠ ବିଭାଗରେ ସେଲିନା ବରାଳ, ରୁଦ୍ରପ୍ରସାପ ଦାସ, ଆକାଂକ୍ଷା ନାୟକ, ପରିଣିତା ବେହେରା, କନିଷ୍ଠରେ ସତ୍ୟସାଗର ଦାସ, ଶୁଭସ୍ମିତା ସାହୁ , ରାଜେନ୍ଦ୍ର ମହାନ୍ତି, ନୃତ୍ୟରେ ସୋରେଇ ନୋଡାଲ ଉପ୍ରା ସ୍କୁଲ, ସିଦ୍ଧ ନାରାୟଣଉନ୍ନିତ ଉଚ୍ଚ ବିଦ୍ୟାଳୟ, ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ସଙ୍ଗିତ ବରିଷ୍ଠ ବିଭାଗରେ ବର୍ଷାରାଣୀ ପ୍ରଧାନ, ପବିତ୍ର ଦାସ, ଲକ୍ଷ୍ମୀ ଦାସ ଓ କନିଷ୍ଠ ସଙ୍ଗୀତ ବିଭାଗରେ ଅଭିମନ୍ୟୁ ଦାସ, ଶ୍ରେଷ୍ଠାଙ୍ଗନା ପଣ୍ଡା, ରାଜନ ଅକ୍ତର କାଦ୍ରିଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ସବ୍ୟସାଚୀ ସୁନ୍ଦର ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଚଳଚିତ୍ର ଅଭିନେତ୍ରୀ ପ୍ରିୟା ଓ ହାସ୍ୟଅଭିନେତା ଗୁଡୁ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

Leave a Reply

Your email address will not be published. Required fields are marked *