ଓଡ଼ିଶା

କଳ୍ପତରୁ ଦାସଙ୍କ ଶ୍ରାଦ୍ଧୋତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ ; ବୃକ୍ଷରୋପଣ ଉପରେ ଗୁରୁତ୍ୱ, ଲାଗିବ ସାଢେ ୬ ହଜାର ଗଛ

ଯାଜପୁର-୨୩/୭(ଓଡିଆ ପୁଅ/ଏ.ରାଉତ) ପୂର୍ବତନ ମନ୍ତ୍ରୀ ଓ ସାଂସଦ ତଥା ଧର୍ମଶାଳା ବିଧାୟକ ସ୍ୱର୍ଗତ କଳ୍ପତରୁ ଦାସଙ୍କ ଶ୍ରାଦ୍ଧୋତ୍ସବ ପାଳନ ନିମନ୍ତେ ଏକ ସାମ୍ବାଦିକ ସମ୍ମିଳନୀ ଆଜି ଅପରାହ୍ନରେ ଜାରକା ସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଚଳିତ୨୫ ତାରିଖରେ ହେବାକୁ ଥିବା ବହୁବିଧି କାର୍ଯ୍ୟକ୍ରମ ସମ୍ପର୍କରେ କଳ୍ପତରୁ ଦାସ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ଯାଜପୁର ଜିଲ୍ଲାପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି ସୂଚନା ଦେଇ କହିଛନ୍ତି ଯେ, ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ପଞ୍ଚାୟତରେ ୧୦୦ଟି ଲେଖାଏଁ ଗଛ ମୋଟ ୫୪ଟି ପଞ୍ଚାୟତରେ ୫୪୦୦ ଚାରା ରୋପଣ କରାଯିବ। ଏତଦ୍ ବ୍ୟତିତ ଉକ୍ତ ଦିନ ସକାଳେ ଜାରକାସ୍ଥିତ ଷ୍ଟାଡିୟମ ପରିସରରେ ଅତିଥିମାନଙ୍କ ଦ୍ୱାରା ଫାଉଣ୍ଡେସନ ଲୋଗୋ ଉନ୍ମୋଚନ ସହ ଏକ ହଜାର ଚାରା ରୋପଣ କରାଯିବ। ଅପରାହ୍ନରେ ନିର୍ବାଚନ ମଣ୍ଡଳୀସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବ। ଏଥିରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଶିକ୍ଷାମନ୍ତ୍ରୀ ବଦ୍ରୀନାରାୟଣ ପାତ୍ରଙ୍କ ସମେତ ଯାଜପୁର ସାଂସଦ ରୀତା ତରାଇ ଏବଂ ଜିଲ୍ଲାର ସମସ୍ତ ବିଧାୟକମାନେ ଅତିଥିଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଥିଲେ। ସେହିପରି ଚଳିତ ଅଗଷ୍ଟ ୧୫ ଠାରୁ ଫାଉଣ୍ଡେସନ ପକ୍ଷରୁ ପଞ୍ଚାୟତ ୱାରୀ ସ୍ୱାସ୍ଥ୍ୟ ମେଳା କରାଯାଇ ଦୁସ୍ଥ ରୋଗୀ ଚିହ୍ନଟ କରାଯାଇ ସେମାନଙ୍କୁ ମାଗଣାରେ ବଡ ମେଡିକାଲରେ ଚିକିତ୍ସା କରାଯିବ ବୋଲି କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜଳଧର ମହାନ୍ତି, ଦୁଃଶାସନ ସାହୁ, ଜଳଧର ସାହୁ, ଉତ୍କଳମଣୀ ଦାସ, ପିତାମ୍ବର ନାୟକ ଓ ବିଧାୟକଙ୍କ ପ୍ରତିନିଧି ନିର୍ମଳ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top