ଜିଲ୍ଲା ପରିକ୍ରମା

କଳିଯୁଗର ସର୍ବଶ୍ରେଷ୍ଠ ସାଧନ ହଁ ନାମ ସଂକୀର୍ତନ

ପୁରୀ:୮/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଶ୍ରୀ ଜଗନ୍ନଥଙ୍କ ପବିତ୍ର ଭଉଁରୀଯାତ୍ରା ଅବସରରେ ଶ୍ରୀ ଜଗନ୍ନାଥ ସଂସ୍କୃତି ସଂକୀର୍ତନ ସେବା ବିକାଶ ପରିଷଦ ଓଡ଼ିଶାର ତ୍ରୟୋଦଶ ନିଖିଳ ଉତ୍କଳ ରାଜ୍ୟସ୍ତରୀୟ ସଂକୀର୍ତନ ମହାଧିବେଶନର କାର୍ଯ୍ୟକ୍ରମ ପୂର୍ବାହ୍ନ ୧୦ ଘଟିକା ସମୟରେ ଗୀତଗୋବିନ୍ଦ ପରିବେଶଣ ସହିତ ଉଦ୍ଘାଟକ ବାବା ସର୍ଚ୍ଚିଦାନନ୍ଦ ମହାରାଜଙ୍କ ଦ୍ୱାରାପ୍ରଦୀପ ପ୍ରଜ୍ଜଳନ ସହିତ ଶ୍ରୀ ଜଗନ୍ନାଥଙ୍କୁ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥି ମାନଙ୍କୁ ସ୍ୱାଗତ ପରଚୟ ପ୍ରଦାନ କରିଥିଲେ ପ୍ରଧ୍ୟାପକ ସୁନୀଲ ରଥ ପରେ ପରେ ସଭାକାର୍ଯ୍ୟ ସଂଚାଳନ କରିଥିଲେ ଡ଼ଃ କୈଶଳ ଚନ୍ଦ୍ର ଟିକୟତରାୟ। ତ୍ରୟୋଦଶ ସଂକୀର୍ତନ ମହୋଧିବେଶନର ମାହାତ୍ମ୍ୟ ସଂପର୍କରେ ଡ଼ଃ କୈଳାଶ ତରାୟ ଅତି ମାର୍ମିକ ଭାବରେ ସ୍ୱୀକୃତ କରାଇବା ପାଇଁ ପରିଷଦର ପ୍ରତିଷ୍ଠା ସଂର୍ପକରେ କହିଥିଲେ। ଏହା ପରେ ସମ୍ମାନିତ ଅତିଥି ଶ୍ରୀ ହୃଷିକେଶ ରଥ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, କଳିଯୁଗରେ ନାମ ସଂକୀର୍ତନ ହିଁ ସର୍ବ ଶ୍ରେଷ୍ଠ, ନାମ ସଂକୀର୍ତନ ଦ୍ୱାରା ଦୁଃଖର ଦୁଃଖି ଜଞ୍ଜାଳଗ୍ରସ୍ତ ମଣିଷର କଷ୍ଟ ଦୂର ହେବା ସହ ଆଧ୍ୟାମ୍ବିକ ଜୀବନ ଦ୍ୱାରା ସଂପୂର୍ଣ୍ଣ ଶାନ୍ତି ମିଳେ। ଏ ସଂପର୍କରେ ଏକାଧିକ ପୁରାଣର ଉଦାହରଣ ମଧ୍ୟ ପ୍ରଦାନ କରିଥିଲେ। ଉଦଘାଟକ ତଥା ମୁଖ୍ୟ ଅତିଥି ବାବାଜୀ ସଚ୍ଚିଦାନନ୍ଦ ଦାସଜୀ ମହାରାଜ ତାଙ୍କର ଆଶୀର୍ବାଦ କହିଥିଲେ। ସନାତନ ଧର୍ମରେ ଯେତେ ପ୍ରକାର ସାଧନ ଭଜନ ଅଛି ସେମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ହେଉଛି ନାମ ସଂକୀର୍ତନ। ଏହି ନାମ ସଂକୀର୍ତନ ସଦାସର୍ବଦା ରହିଛି ଏ ପରିକି ସୃଷ୍ଟିର ପ୍ରାରମ୍ଭଠାରୁ ପ୍ରଳୟ କାଳରେ ମଧ୍ୟ ରହିଛି। ପ୍ରଳୟ କାଳରେ ସ୍ପନ୍ଦନ ମାଧ୍ୟମରେ ଏହି ବ୍ରହ୍ମାଣ୍ଡର ସୃଷ୍ଟି ସ୍ଥିତି ସହ ନାମ ମଧ୍ୟ ସଂଯୁକ୍ତ ହୋଇ ରହିଛି। ଧର୍ମ ଶାତ୍ସରେ ଉଲ୍ଲେଖ ଅଛି ଯେ ସଂକୀର୍ତନ ବାରୁଦ ଭଳି କାର୍ଯ୍ୟରେ। ବାରୁଦରେ ଅଗ୍ନି ସଂଯୋଗ ପରି ସଂକୀର୍ତନର ବାରୁଦରେ ଭକ୍ତିର ଅଗ୍ନି ସଂଯୋଗ ହେଲେ ସଂସାର ଡ଼ରିଯିବ। ପରେ ପରେ ସଭାପତି ଶ୍ରୀ ଦିଗମ୍ବର ମହାନ୍ତି ତାଙ୍କ ସଭାପତୀୟ ବକ୍ତବ୍ୟ ରଖି କହିଥିଲେ ଯେ ନାମ ସଂକୀର୍ତନ ମାଧ୍ୟମରେ ଏକ ନିଃସ୍ୱାର୍ଥ ପର ଭାବଥାଏ ଯାହା ଜଗତର ଉର୍ଦ୍ଧାର ପାଇଁ କାର୍ଯ୍ୟ କରିଥାଏ। ସଭାପତିଙ୍କ ବକ୍ତବ୍ୟ ପରେ ସମଗ୍ର ଓଡ଼ିଶାର ବିଭିନ୍ନ କିୟା ଏବଂ ବ୍ଳକରୁ ଆତ୍ମିୟ ବା ସଂକୀର୍ତନ ପ୍ରେମି ବ୍ୟକ୍ତିତ୍ୱ ଏବଂ ଭକ୍ତ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ପ୍ରଧ୍ୟାପକ ସୁନୀଲ ରଥ ଏବଂ ଶ୍ରୀ ପ୍ରଫୁଲ କୁମାର ସାମନ୍ତ ରାୟ ପରିଚାଳନା କରିଥିଲେ। ପରିଶେଷରେ ଚକ୍ରଧର ମହାପାତ୍ର ଧନ୍ୟବାଦ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top