କଳିଙ୍ଗ ସେନାର ସପ୍ତଦଶ ପ୍ରତିଷ୍ଠା ଦିବସରେ ୩ ରଜପରୀ ସମ୍ବର୍ଦ୍ଦିତ

ଭଦ୍ରକ,୯ା୧୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଆଞ୍ଚଳିକ ଦଳ କଳିଙ୍ଗ ସେନାର ସପ୍ତଦଶ ପ୍ରତିଷ୍ଠା ଦିବସ ସମାରୋହ ଭୁବନେଶ୍ୱର ପିଏମଜି ସ୍କୋୟାର ଠାରେ ଦଳର ସଭାପତି ହେମନ୍ତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟର ୨୨ଟି ଜିଲ୍ଲାରୁ କର୍ମୀ ଓ ନେତୃମଣ୍ଡଳୀ ସମୁହ ଓ ସଭାପତି, ସମ୍ପାଦକ ମାନେ ଯୋଗଦାନ କରିଥିଲେ । ବର୍ଷିୟାନ ସ୍ୱାଧିନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ଉସôବକୁ ଉଦ୍ଘାଟନ କରିଥିବାବେଳେ, ମୁଖ୍ୟ ଅତିଥି ଭାବେ ପୂର୍ବତନ ଡ଼ିଜି ଅଫ ପୁଲିସ ଅରୁଣ ପଟ୍ଟନାୟକ ଯୋଗଦେଇଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ଦେବଗଡ଼ର କଂସ ମହାରାଜ ଭୂମିକା ନିଭାଉଥିବା ସୁଶିଲ ମେହେର, ସମୃଦ୍ଧ ଓଡ଼ିଶାର ସଭାପତି ଯତିଶ ମହାନ୍ତି ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଗାଁ ଗହଳୀ ର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ରାଜ୍ୟ ସଂସ୍କୃତି ସୁରକ୍ଷା ମଞ୍ଚ ପକ୍ଷରୁ ହୋଇଥିବା ଚଳିତ ବର୍ଷର ଶ୍ରେଷ୍ଠ ରଜପରୀ ଲିପସିତା ସାହୁ , କୁନି ରଜପରୀ ସୋନମ ଜୋହଲି ଓ ରଜପରୀ ସୁଇଟ ସ୍ୱପ୍ନାଙ୍କୁ ଅତିଥି ମାନେ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଦିତ କରିଥିଲେ ।  ଏହି ଅବସରରେ ରାଜ୍ୟ କଳା ସାଂସ୍କୃତିକ ମଞ୍ଚ ଗଣିଜାଙ୍ଗ ପକ୍ଷରୁ  ସମସ୍ତ ରଜପରୀଙ୍କୁ ନେଇ ସାଂସ୍କୃତିକ ବିଚିତ୍ରା ପରିବେଷଣ ଦର୍ଶକଙ୍କ ମନ ମୋହିନେଇଥିଲା ।ସଂଗଠନର ସାଧାରଣ ସଂପାଦକ ସବ୍ୟସାଚୀ ମହାପାପତ୍ର ସ୍ୱାଗତ ଭାଷଣ ଓ ସାଧାରଣ ସଂପାଦକ ଜଗବନ୍ଧୁ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *