କଳିଙ୍ଗ ସାହିତ୍ୟ ମହୋତ୍ସବ ଉଦ୍ୟାପିତ

କୋରାପୁଟ ; ତା୦୮-୦୪-୧୮(ଓଡିଆପୁଅ /ରଂଜନ କୁମାର ଦାସ) କୋରାପୁଟଠାରେ ଦୁଇ ଦିନ ଧରି ଚାଲିଥିବା କଳିଙ୍ଗ ସାହିତ୍ୟ ମହୋତ୍ସବ ଉଦଯାପିତ ହୋଇଛି। ଉଦ୍ୟାପନୀ ଉତ୍ସବରେ ଅତିଥି ଭାବେ ବରିଷ୍ଠ ସାହିତ୍ୟିକ ହୁସେନ ରବି ଗାନ୍ଧି, ସମାଜସେବୀ କୃଷ୍ଣ ସିଂ, ସାମାଜିକ କର୍ମୀ ଅଚ୍ୟୁତ ଦାଶ, ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା, ଶିକ୍ଷାବିତ ଉମାକାନ୍ତ ଦାଶ ପ୍ରମୁଖ ଯୋଗ ଦେଇଥିଲେ। କୋରାପୁଟରେ ପ୍ରଥମ ଥର ପାଇଁ ଏମିତି ଜାତୀୟ ସ୍ତରର ଉତ୍ସବ ଆୟୋଜନ ହୋଇଥିବାରୁ ସେମାନେ ଏହାକୁ ସାଧୁବାଦ ଜଣାଇଥିଲେ। ଉଦଯାପନୀ ଦିବସରେ ୪ଟି ପ୍ରସଙ୍ଗରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ପ୍ରଥମେ ରାଜଧାନୀ କେନ୍ଦ୍ରିକ ଓଡ଼ିଆ ସାହିତ୍ୟ ଓ ମରି ଯାଉଥିବା ଆଂଚଳିକ ଧାରା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲ। ନବଜ୍ୟୋତି ରାୟ ଏହାକୁ ସଂଚାଳନ କରିଥିଲାବେଳେ ସୂର୍ଯ୍ୟ ମିଶ୍ର, ପ୍ରହଲ୍ଲାଦ ଶତପଥୀ, ପ୍ରୀତିଧାରା ସାମଲ, ମହେଶ୍ୱତା ସାହୁ, ମାତୃଦତ ମହାନ୍ତି, ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର ଓ ଅନୀଲ ଦାଶ ଆଲୋଚକ ଭାବେ ଯୋଗ ଦେଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ନଜାତିଙ୍କ ଭାଷା: ସ୍ଥିତି ଓ ଭବିଷ୍ୟତ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହାକୁ ମହେନ୍ଦ୍ର ମିଶ୍ର ସଂଚାଳନା କରିଥିଲାବେଳେ ଉଦୟ ଚନ୍ଦ୍ର ମିଶ୍ର, ପ୍ରଦୀପ ମିଶ୍ର, ସାଇମନ ବିଡିକା, ରୁଦ୍ରାଣୀ ମହାନ୍ତି, ସଂଜୟ ମିଶ୍ର, ବିଜୟ ଉପାଧ୍ୟୟ ଓ ଲକ୍ଷ୍ମଣ ମାନ୍ଦରା ଆଲୋଚକ ଭାବେ ଯୋଗ ଦେଇଥିଲେ। ତୃତୀୟ ପର୍ଯ୍ୟାୟରେ କୋରାପୁଟ: ଆଧୁନିକା ଓ ଶିଳ୍ପାୟନର ଆହ୍ୱାନ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହାକୁ ଲକ୍ଷ୍ମୀକାନ୍ତ ପାଢୀ ସଂଚାଳନା କରିଥିଲାବେଳେ ଉମାକାନ୍ତ ଦାଶ, ବିଜୟ ପ୍ରଧାନ, ଚନ୍ଦ୍ରକାନ୍ତ ବିଶ୍ୱାଳ ଓ ପ୍ରଦୀପ କୁମାର ହୋତା ଆଲୋଚକ ଭାବେ ଯୋଗ ଦେଇଥିଲେ। ଶେଷ ପର୍ଯ୍ୟାୟରେ କୋରାପୁଟର ବିରୋଧାଭାସୀ ରାଜନୀତି: ଗାନ୍ଧୀବାଦ ଓ ମାଓବାଦ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହାକୁ ରକ୍ଷକ ନାୟକ ସଂଚାଳନା କରିଥିଲାବେଳେ ଅଚ୍ୟୁତ ଦାଶ, ହୁସେନ ରବି ଗାନ୍ଧୀ, କୃଷ୍ଣ ସିଂ, ସୁରେନ୍ଦ୍ର ନାଥ ଦାଶ ଆଲୋଚକ ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଲାଭ କରିଥିବା ବ୍ୟକ୍ତି ଓ ଅନୁଷ୍ଠାନ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷକ କୁଳମଣୀ ଜେନା, ଚନ୍ଦ୍ରଶେଖର ପଟ୍ଟନାୟକ, ସାନ୍ତାକାର, ଶଙ୍କର ପ୍ରସାଦ ଦୁରିଆ, ଆଇନଜୀବୀ କମଳ କୁମାର ଖୁରା, ନିରଞ୍ଜନ ସାମନ୍ତରାୟ, ଅନିନ୍ଦିତା ଜାହ୍ନବୀ ସୁଆର, ସୌମେନ୍ଦ୍ର କୁମାର ସ୍ୱାଇଁ, ଗୋପବନ୍ଧୁ ସେବା ସମିତି, ଜୟପୁର ସାହିତ୍ୟ ପରିଷଦ, ନିର୍ବାଣ ସାହିତ୍ୟ ପରିଷଦ, ସତା ସାହିତ୍ୟ ସଂସଦ, ପଂଚବଟୀ ସାହିତ୍ୟ ସଂସଦ, ବନ ସୁରଭି ପ୍ରକାଶନୀ, ବର୍ଷା ସାହିତ୍ୟ ସଂସଦ, ବସୁମତୀ ସାହିତ୍ୟ ସଂସଦ, କୋରାପୁଟ ସାହିତ୍ୟ ପରିବାରକୂ ଅତିଥିମାନେ ସମ୍ବର୍ଦ୍ଧିତ ଓ ସମ୍ମାନିତ କରିଥିଲେ। ଏହି ଦୁଇ ଦିନିଆ ସାରସ୍ୱତ ସମାରୋହରେ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ୨୦୦ରୁ ଉର୍ଦ୍ଧ୍ୱ ସାହିତ୍ୟିକ ଓ ଓଡିଶାର ବିଭିନ୍ନ ଅଚଂଳର ୨୦ଜଣ ପ୍ରତିଷ୍ଠିତ ସାହିତ୍ୟିକ ଯୋଗ ଦେଇଥିଲେ। ଓଡ଼ିଶା ଡାଇରୀ ଫାଉଣ୍ଡେଶନ ପକ୍ଷରୁ ଆୟୋଜିତ ଏହି ଉତ୍ସବକୁ ଏହାର ପ୍ରତିଷ୍ଠାତା ରଶ୍ମି ରଂଜନ ପରିଡା, କମଳାକାନ୍ତ ଦାଶ, ଉତ୍ସବ ନିର୍ଦ୍ଦେଶକ ଦେବାଶିଷ ସାମନ୍ତରାୟ, ଆବାହକ ମନୋରଂଜନ ରାଉତରାୟ ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *