ad
ଓଡ଼ିଶା

କଳିଙ୍ଗ ଷ୍ଟୁଡିଓ ବିବାଦ ପ୍ରସଙ୍ଗ: ଏହି ଷ୍ଟୁଡିଓକୁ କଳାଜଗତ ପାଇଁ ଆହୁରି ସୁନ୍ଦର କରି ଗଢି ତୋଳିବା ପାଇଁ ମତ ରଖୁଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

– କଳା ଜଗତ ଓ ରାଜ୍ୟ ସରକାରଙ୍କ ପ୍ରତି ସହଯୋଗୀ ହୋର ଏହି ଷ୍ଟୁଡ଼ିଓକୁ ନୂଆ ରୂପରେ ନୂଆ ସୁବିଧା ଓ ନୂଆ ଜ୍ଞାନ କୌଶଳ ସହ ଗଢିବା ପାଇଁ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଅନୁରୋଧ କରିବେ ବୋଲି କହିଲେ।
– କଳିଙ୍ଗ ଷ୍ଟୁଡିଓ ସହ ରାଜ୍ୟର କଳାକାର ଓ କଳାପ୍ରେମୀ ମାନଙ୍କର ନିବିଡ ଭାବାବେଗର ସମ୍ପର୍କ ରହିଛି।
– କଳାକାର ମାନଙ୍କର କେବଳ ପରିଚୟର ସାକ୍ଷୀ ନୁହେଁ, ଏହି ଷ୍ଟୁଡ଼ିଓକୁ ଆଧାର କରି ରାଜ୍ୟର କଳା ଜଗତରେ ହଜାର ହଜାର ପରିବାରର ଜୀବନ ଜୀବିକାର ସମ୍ବନ୍ଧକୁ ଓତଃପ୍ରୋତ ଭାବରେ ଜଡ଼ିତ କରାଯାଉ

ଭୁବନେଶ୍ବର, ୬ ମଇ (ଓଡ଼ିଆ ପୁଅ) – ରାଜଧାନୀ ଭୁବନେଶ୍ୱରରେ ଥିବା କଳିଙ୍ଗ ଷ୍ଟୁଡିଓକୁ ନେଇ ରାଜ୍ୟର ଚଳଚିତ୍ର ଓ କଳା ଜଗତ ସହ ଜଡିତ ବ୍ୟକ୍ତି ବିଶେଷମାନେ ବିରୋଧ ଓ ପ୍ରତିବାଦ ପରିପ୍ରେକ୍ଷୀରେ ଏହି ଷ୍ଟୁଡିଓକୁ କଳାଜଗତ ପାଇଁ ଆହୁରି ସୁନ୍ଦର କରି ଗଢି ତୋଳିବା ପାଇଁ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କଳା ଜଗତ ଓ ରାଜ୍ୟ ସରକାରଙ୍କ ପ୍ରତି ସହଯୋଗୀ ହୋଇ ଏହି ଷ୍ଟୁଡିଓକୁ ନୁଆ ରୂପରେ ନୂଆ ସୁବିଧା ଓ ନୂଆ ଜ୍ଞାନ କୌଶଳ ସହ ଆଗାମୀ ଦଶନ୍ଧି ଦଶନ୍ଧି ଧରି ଓଡ଼ିଆ କଳା ଜଗର ପରିଚୟ ରୂପରେ ଗଢିତୋଳିବା ପାଇଁ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ସହ ବ୍ୟକ୍ତିଗତ ଭାବେ କଥାହେବେ ବୋଲି ଟ୍ୱିଟ କରି କହିଛନ୍ତି ଶ୍ରୀ ପ୍ରଧାନ। ଏହି ଷ୍ଟୁଡ଼ିଓ ପାଇଁ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବେ ବୋଲି ଶ୍ରୀ ପ୍ରଧାନ ଏହି ଟ୍ୱିଟରେ କହିଛନ୍ତି।

ସେ କହିଛନ୍ତି ଯେ କଳିଙ୍ଗ ଷ୍ଟୁଡିଓ ସହ ରାଜ୍ୟର କଳାକାର ଓ କଳାପ୍ରେମୀମାନଙ୍କର ନିବିଡ ଭାବାବେଗର ସମ୍ପର୍କ ରହିଛି। ମହାବାତ୍ୟା ପରେ ଭାଙ୍ଗିରୁଜି ଯାଇଥିବା ଏହି ଷ୍ଟୁଡିଓର ପୁନରୁଦ୍ଧାର ନହେଲେ ମଧ୍ୟ ଏହି ଷ୍ଟୁଡିଓ ଓଡିଆ କଳା ଜଗତ ପାଇଁ ଏକ ଆତ୍ମ ପରିଚୟର ଚିହ୍ନ ଭାବରେ ରହିଆସିଛି ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ କେବଳ କଳାକାର ମାନଙ୍କର ପରିଚୟର ସାକ୍ଷୀ ନୁହେଁ ଏହି ଷ୍ଟୁଡ଼ିଓକୁ ଆଧାର କରି ରାଜ୍ୟର କଳା ଜଗତର ହଜାର ହଜାର ପରିବାରର ଜୀବନ ଜୀବିକାର ସମ୍ବନ୍ଧକୁ ଓତଃପ୍ରୋତ ଭାବରେ ଜଡ଼ିତ କଲେ କଳା ଜଗତ ସହ ଜଡ଼ିତ ଦୁନିଆର ଆର୍ଥିକ ବିକାଶ ସମ୍ଭବ ହୋଇପାରିବ।

କଳିଙ୍ଗ ଷ୍ଟୁଡ଼ିଓକୁ ଓଡ଼ିଶାର ସିନେମା ଓ ମନୋରଞ୍ଜନ ଜଗତର ପ୍ରମୁଖ ଭିତ୍ତିଭୂମି ଭାବରେ ବଜାୟ ରଖିବା ପାଇଁ କଳା ଜଗତର ଭାବବେଗପୂର୍ଣ୍ଣ ଭାବନାକୁ ସେ ଆନ୍ତରିକ ସମର୍ଥନ ଜ୍ଞାପନ କରୁଛନ୍ତି ବୋଲି ଟ୍ୱିଟରେ କହିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top