ଜିଲ୍ଲା ପରିକ୍ରମା

କଳିଙ୍ଗ ଆୟୁଷ ହସପିଟାଲ ଉଦଘାଟିତ

ଦେବଗଡ ୧୪-୯ (ଓଡ଼ିଆ ପୁଅ/ପ୍ରଶଆନ୍ତ ଭୁକ୍ତା)- ଦେବଗଡ ଜିଲ୍ଲା ସଦରମହକୁମା ଠାରେ କଳିଙ୍ଗ ଆୟୁଷ ଫାଉଣ୍ଡେସନ ପକ୍ଷରୁ କଳିଙ୍ଗ ଆୟୁଷ ହସପିଟାଲ ଗତ ୧୧/୯/୨୦୧୮ ତାରିଖରେ ଉଦଘାଟିତ ହୋଇଯାଇଛି।ଫାଉଣ୍ଡେସନର ପରିଚାଳକ ପ୍ରଶାନ୍ତ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଏସିଆନ ପେସିଫିକ୍ ଭାବିପାରି ସୋସାଇଟି ର ସାଧାରଣ ସମ୍ପାଦକ ଉଇଲିୟମ୍ ହେନେଜ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ହସପିଟାଲକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଫାଉଣ୍ଡେସନର ଚ୍ଯାରମେନ ଦେବବ୍ରତ ପ୍ରଧାନ ହସପିଟାଲର ନିର୍ମାଣର ଉଦେଶ୍ୟ ଓ ଏହା ଦ୍ବାରା ଗ୍ରାମାଞ୍ଚଳର ଜନ ସାଧାରଣ ମାନଙ୍କ ର ଆୟୁର୍ବେଦିକ ନେଚର ପାଥି ଓ ଅଲଟା ନେର୍ଟିଭ ଥେରାପି ମଧ୍ୟରେ ସମସ୍ତ ଦୁସାଧ୍ଯ ରୋଗର ସଫଳତା ପ୍ରାପ୍ତି ହୋଇ ପାରିବ ବୋଲି ବକ୍ତବ୍ଯରେ ପରିପ୍ରକାଶ କରିଥିଲେ। ଅନ୍ଯ ମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ୍ ସଭାପତି ଶ୍ରୀଯୁକ୍ତ ଉମାଶଙ୍କର ସାହୁ, କଳିଙ୍ଗ ଟିଭିର ଜିଲ୍ଲା ପ୍ରତିନିଧି ସରୋଜ କୁମାର ପ୍ରଧାନ କାଉନସିଲର କୁଳପତି ଚନ୍ଦ୍ରମା ହସ୍ତି, ସମାଜସେବୀ ପ୍ରଫୁଲ୍ଲ କୁମାର ନାୟକ, ବରିଷ୍ଠ ଆଇନଜୀବୀ ତାପସ ମହାପାତ୍ର, ମହିଳା କଂଗ୍ରେସ ସଭାନେତ୍ରୀ ମଞୁଲତା ନାୟକ ମଞ୍ଚାସୀନ ଥିବା ଏହି ଅତିଥି ବୃନ୍ଦ ଏହିପରି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ।ଆୟୁଷ ମନ୍ତ୍ରଣାଳୟ ଭାରତ ସରକାର ଙ୍କ ଦ୍ବାରା ପୁରସ୍କାର ପ୍ରାପ୍ତ ଲଳିତ ମୋହନ ସାହୁ ମୁଖ୍ଯ ବକ୍ତା ଭାବେ ଯୋଗଦେଇ ଆୟୁର୍ବେଦ ଚିକିତ୍ସା ସମ୍ପର୍କରେ ମତବ୍ୟକ୍ତ କରିଥିଲେ।ଫାଉଣ୍ଡେସନ ପକ୍ଷରୁ ପ୍ରକାଶ କୁମାର ଦେବତା, କ୍ଷେତ୍ର କୁମାର ପାତ୍ର, ବିକାଶ ଖଡିରତ୍ନ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top