କଳିଙ୍ଗନଗର ଗଣହତ୍ୟାକୁ ନ୍ୟାୟିକ କମିଶନ ଯଥାର୍ଥ ଦର୍ଶାଇବା ପ୍ରତିବାଦରେ ଗଣ-କନଭେନ୍ସନ

ଭୁବନେଶ୍ୱର, ତା୨.୧.୨୦୧୮(ଓଡ଼ିଆ ପୁଅ): କଳିଙ୍ଗନଗର (ଯାଜପୁର)ରେ ଟାଟା କମ୍ପାନୀର ସ୍ୱାର୍ଥରେ ୧୩ ଜଣ ଆଦିବାସୀଙ୍କ ଗଣହତ୍ୟାକୁ ୧୨ ବର୍ଷ ପୁରିଯାଇଥିବା ବେଳେ ଓ ତାହାର ତଦନ୍ତ ପାଇଁ ଗଠିତ ନ୍ୟାୟିକ ତଦନ୍ତ କମିଶନ ଗୁଳିକାଣ୍ଡକୁ ଯଥାର୍ଥ ଦର୍ଶାଈଥିବା ପ୍ରତିବାଦରେ ଆଜି ଭୁବନେଶ୍ୱରରେ ଏକ ଗଣ ପ୍ରତିବାଦ ଓ କନ୍ଭେନ୍ସନ୍ ଆୟୋଜିତ ହୋଇଯାଇଛି। ବିଭିନ୍ନ ବାମପନ୍ଥୀ ରାଜନୈତିକ ଦଳ, ଜନ ଆନ୍ଦୋଳନ, ଗଣ ସଂଗଠନ ଓ ମାନବିକ ଅଧିକାର ସଂଗଠନମାନଙ୍କୁ ନେଇ ଗଠିତ ମିଳିତ ମଂଚ ପକ୍ଷରୁ ଏହି କନ୍ଭେନ୍ସନ୍ରେ ପୁଂଜିପତି ଓ ଦେଶୀ-ବିଦେଶୀ କମ୍ପାନୀମାନଙ୍କ ସ୍ୱାର୍ଥରେ ଆଦିବାସୀ-ଦଳିତ-କୃଷକମାନଙ୍କୁ ସେମାନଙ୍କ ଭିଟାମାଟିରୁ ବିସ୍ଥାପନ ବନ୍ଦ କରିବାକୁ ଜନ ସଂଗଠନମାନେ ଦାବି କରିଛନ୍ତି। କମ୍ପାନୀର ସ୍ୱାର୍ଥ ରକ୍ଷା ପାଇଁ କଳିଙ୍ଗନଗର ଗୁଳିକାଣ୍ଡ ଘଯଣାରେ ଜଷ୍ଟିସ୍ ପି.କେ.ମହାନ୍ତି କମିଶନ ରିପୋର୍ଟ ପ୍ରାୟୋଜିତ ଓ ଉଦ୍ଦିଷ୍ଟ ବୋଲି ଅଭିଯୋଗ କରି ଗଣ କନ୍ଭେନସନ୍ରେ ଉକ୍ତ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରାଯାଇଛି।

ସଂଗଠନମାନଙ୍କ ପକ୍ଷରୁ ରାଧାକାନ୍ତ ସେଠୀ (ସି.ପି.ଆଇ.-ଏମ୍.ଏଲ୍-ଲିବରେସନ୍), ପ୍ରମୋଦିନୀ ପ୍ରଧାନ (ପି.ୟୁ.ସି.ଏଲ୍.), ଶିବରାମ (ସିପିଆଇ ଏମ୍.ଏଲ୍- ରେଡ଼ ଷ୍ଟାର) ଓ ଦେବରଂଜନଙ୍କୁ ନେଇ ଗଠିତ ସମାପତି ମଣ୍ଡଳୀ କନଭେନସନ୍ ପରିଚାଳନନା କରିଥିବା ବେଳେ ମାନବିକ ଅଧିକାର କର୍ମୀ ବିଶ୍ୱପ୍ରିୟ କାନୁନଗୋ କଳିଙ୍ଗନଗର ତଦନ୍ତ କମିଶନଙ୍କ ରିପୋର୍ଟ ଓ ଗଣ କନଭେନ୍ସନ୍ର ଆୟୋଜନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସେହିପରି ବିଭିନ୍ନ ବାମପନ୍ଥୀ ରାଜନୈତିକ ଦଳ, ଜନ ଆନ୍ଦୋଳନ ଓ ଗଣ ସଂଗଠନମାନଙ୍କ ପକ୍ଷରୁ ଲଦ ସିକକା ଓ ଲିଙ୍ଗରାଜ ଆଜାଦ (ନିୟମଗିରି ସୁରକ୍ଷା ସମିତି), ପ୍ରମିଳା ବେହେରା (ବସ୍ତି ସୁରକ୍ଷା ମଂଚ), ଶ୍ରୀକାନ୍ତ ମହାନ୍ତି (ସିପିଆଇ-ଏମ୍.ଏଲ୍.), ବିଜୟ ସ୍ୱାଇଁ (ଚାଷୀ ଅଧିକାର ସଂଗ୍ରାମ ମଂଚ, ଗଂଜାମ), ମହେନ୍ଦ୍ର ପରିଡ଼ା (ସିପିଆଇ ଏମ୍.ଏଲ୍.-ଲିବରେସନ୍), ଅଭୟ ସାହୁ (ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି), ସୁରେଶ ପାଣିଗ୍ରାହୀ (ଓଡ଼ିଶା କୃଷକ ସଭା), ଭଗବାନ ମାଝୀ (ପ୍ରାକୃତିକ ସଂପଦ ସୁରକ୍ଷା ପରିଷଦ, କାଶୀପୁର), ପ୍ରତାପ ଚନ୍ଦ୍ର ପ୍ରଧାନ (ସିପିଆଇ-ଏମ୍.ଏଲ୍.-ନିଉ ଡେମୋକ୍ରାସି), ବଟକୃଷ୍ଣ ସ୍ୱାଇଁ (ଉପକୂଳୀୟ ଜମି ଓ ଜଂଗଲ ସୁରକ୍ଷା ସମିତି), କଲ୍ୟାଣ ଆନନ୍ଦ (ଲୋକଶକ୍ତି ଅଭିଯାନ), ଅନାଦି ବେହେରା (ଚିଲିକା ମତ୍ସଜିବୀ ମହାସଂଘ), ସରୋଜା ସିଂ (ଚାଷୀ ମୂଲିଆ ସଂଘ, ଆଠମଲ୍ଲିକ), ବିବେକ ରଂଜନ (ସିପିଆଇ-ଏମ୍.ଏଲ୍.-ରେଡ଼ ଷ୍ଟାର), ପଂଚାନନ ସେନାପତି (ଅଖିଳ ଭାରତ ଜନମଂଚ), ବଳଭଦ୍ର ମଲିକ (ବନବାସୀ ସୁରକ୍ଷା ପରିଷଦ, କନ୍ଧମାଳ), ରଂଜନା ପାଢ଼ୀ (ଡବ୍ଲ୍ୟୁ.ଏସ୍.ଏସ୍.), ବିଜୟ ଉପାଧ୍ୟାୟ (ମାଲକାନଗିରି ଜିଲ୍ଲା ଆଦିବାସୀ ସଂଘ), ସତୀଶ ମିଶ୍ର (ଇନସାଫ୍), ବଂଶୀଧର ଦାସ (ରାଜନୈତିକ ବନ୍ଦୀ ମୁକ୍ତି କମିଟି), ସାଲ ମାରାଣ୍ଡି (ଆଦିବାସୀ ଅଧିକାର ମଂଚ), ପ୍ରଦୀପ ସାହୁ (ସି.ଏସ୍.ଡ଼ି), ଲେଲିନ କୁମାର (ଜନବାଦୀ ଲେଖକ ସଂଘ), ସରୋଜ (ପି.ୟୁ.ସି.ଏଲ୍), ପ୍ରଗତିଶୀଳ କବି ଆଶୁତୋଷ ପରିଡ଼ା, ମାନବିକ ଅଧିକାର କର୍ମୀ ଶ୍ରୀମନ୍ତ ମହାନ୍ତି ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ।

ଶେଷରେ କମିଶନଙ୍କ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିବା ସହିତ ରାଷ୍ଟ୍ର ପ୍ରାୟୋଜିତ ବିସ୍ଥାପନ ଓ ଦମନ ନୀତିକୁ ବନ୍ଦ କରିବାକୁ ଦାବି କରାଯାଇ ଜନ ଆନ୍ଦୋଳନକାରୀମାନଙ୍କ ନାମରେ ଥିବା ସମସ୍ତ ମକଦ୍ଦମା ପ୍ରତ୍ୟାହାର କରିବାକୁ କନଭେନସନ୍ରେ ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *