କଳା ଓ କଳାକାର ପକ୍ଷରୁ ଚିତ୍ରକଳା ଶିବିର ଉଦ୍ୟାପିତ

ପଡ଼ିଆବାହାଲ, ୨୯/୫ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ଗତ ପନ୍ଦର ଦିନ ଧରି ଚାଲି ଆସୁଥିବା ଚିତ୍ରକଳା ଅନୁଷ୍ଠାନ କଳା ଓ କଳାକାର ପକ୍ଷରୁ ଆୟୋଜିତ ଗ୍ରୀଷ୍ମକାଳୀନ ଚିତ୍ରକଳା ଶିବିର ଆଜି ଓଡ଼ିଶା ସାଂସ୍କୃତିକ ସମାଜ ଠାରେ ଉଦ୍ୟାପିତ ହୋଇଯାଇଛି। ଏହି ଉଦ୍ୟାପନୀ ଉତ୍ସବରେ ମୂରଲୀ ପ୍ରସାଦ ନାୟକ ମୁଖ୍ୟ ଅତିଥି, ବରଦା ମାଧବ ଗୁରୁ ମୁଖ୍ୟବକ୍ତା, ରାଧାରମଣ ମୁଦୁଲି ଏବଂ ନୃସିଂହ ଚରଣ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। ସୂଚନାଯୋଗ୍ୟ ଯେ, ଏହି ଶିବିରରେ ସତୁରିରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ଚିତ୍ରଶିଳ୍ପୀ ରାଧାରମଣ ମୁଦୁଲି, ସଞ୍ଜୟ ସାହୁ, ସୁଦାମ ପଣ୍ଡା, ପବିତ୍ର ବେରିହା, ଜଗନ୍ନାଥ ବେହେରା, ପେନ୍ସିଲ ପେଷ୍ଟେଲ ୱାଟର ଚାରକୋଲ, ଅଏଲ ଏକ୍ରେଲିକ, ଗ୍ଲାସ ପେଣ୍ଟିଙ୍ଗ, ରଂଗୋଲି ଏବଂ କ୍ରାଫ୍ଟ ପ୍ରଶିକ୍ଷଣ କରିଥିଲେ। ଶିବିରକୁ ପ୍ରଶାନ୍ତ ମାଝୀ ଏବଂ ଗୌରୀଦାସ ପଣ୍ଡା ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *