କଳାହାଣ୍ଡି

କଳାହାଣ୍ଡି ଯୁବ ଲେଖକ ସମାବେଶର ଗ୍ରୀଷ୍ମ ଆସର

ଭବାନୀପାଟଣା, ୬ା୬: କଳାହାଣ୍ଡି ଯୁବ ଲେଖକ ସମାବେଶ ପକ୍ଷରୁ ଏକ ଗ୍ରୀଷ୍ମ ସାହିତ୍ୟ ଆସର ଆୟୋଜିତ ହୋଇଯାଇଛି। ଭବାନୀପାଟଣା ହିଲ୍ଟାଉନ୍ ସ୍ଥିତ ଡାନିଏଲ୍ସ +୨ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଆୟୋଜିତ ସମାରୋହରେ ଯୁବ ଲେଖକମାନେ ସ୍ୱରଚିତ କବିତା ଓ ଗଳ୍ପ ପାଠ କରିବା ସହ ସେଗୁଡ଼ିକର ଆଲୋଚନା କରିଥିଲେ। ଏଥିରେ ଗାଳ୍ପିକ ଯତୀନ୍ କୁମାର ପ୍ରଧାନ ଓ କବି ବିଶ୍ୱରଞ୍ଜନ ପଣ୍ଡା ଆଲୋଚକ ଭାବେ ଯୋଗଦେଇଥିବା ବେଳେ ଯୁବକବି ମଳୟ କରୁଆଁ ସଭାପତିତ୍ୱ କରିଥିଲେ। ସମାବେଶର ଆବାହକ ସୁଧୀର କୁମାର ଧଙ୍ଗଡ଼ାମାଝୀ ମଞ୍ଚ ପରିଚାଳନା କରିଥିଲେ ଏବଂ ଅନ୍ୟତମ ଆବାହକ ଜୟଦ୍ରଥ ସୁନା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଯୁବ ଲେଖକ ଡିଲେଶ୍ୱର ରଣା। ଯୁବ କବି ଅର୍ଜୁନ ଗୋପାଳ, ଯାଦବେନ୍ଦ୍ର ସାହା, ପୂଣ୍ୟଦୀପା ଖମାରୀ, ସାବିତ୍ରୀ ମହାରଣା, ଶୁଭସ୍ମିତା ପାଢ଼ୀ, ଅରୁଣ ଦାଶ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

1 Comment

1 Comment

  1. sudhir kumar dhangadamajhi

    June 7, 2018 at 1:50 am

    ଖବର ପ୍ରକାଶନ ପାଇଁ ଧନ୍ୟବାଦ

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top