କଳାହାଣ୍ଡି ଭବାନୀପାଟଣା ଡାକଘରେ ପାସପୋର୍ଟ ସେବା କେନ୍ଦ୍ର ଉଦଘାଟିତ ।

କଳାହାଣ୍ଡି-(ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣା ଠାରେ ପାସପୋର୍ଟ ସେବା କେନ୍ଦ୍ର ଉଦଘାଟିତ ହୋଇଯାଇଛି । ବ୍ରହ୍ମପୁର ଡାକ ମଣ୍ଡଳର େଜେନେରାଲ ମେନେଜର କର୍ଣ୍ଣେଲ ଜଳେଶ୍ୱର କହଁରଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମୀତାରାଣୀ ସାହୁ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଭବାନୀପାଟଣା ବିଧାୟକ ଅନାମ ନାଏକ,ନୂଆପଡା ବିଧାୟକ ବସନ୍ତ ପଣ୍ଡା ପ୍ରମୂଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗିତ ଗାନ କରିଥିଲେ । ଭବାନୀପାଟଣା ଡାକ ମଣ୍ଡଳର ଅଧିକ୍ଷକ ପଦ୍ମନାଭ ଦାସ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଭୂବନେଶ୍ୱର ଆଂଚଳିକ ପାସପୋର୍ଟ ଅଫିସର ଡଃ ଦିଗବିଜୟ ଗିରି ପାୱାର ପଏଂଟ ପ୍ରେଜେଂଟେସନ କରିଥିଲେ । ଭବାନୀପାଟଣା ପାସପୋର୍ଟ ଅଫିସ ଇନଚାର୍ଜ ଧନ୍ୟବାଦ ଦେଇଥିଲେ । ଭବାନୀପାଟଣା ପାସପୋର୍ଟ ସେବା କେନ୍ଦ୍ର ସ୍ଥାପନ ହେବା ପରେ ଏହି ଅଂଚଳର ଜନସାଧାରଣ ସହଜରେ ଓ ସୁବିଧାରେ ନିଜ ନିଜ ପାସପୋର୍ଟ କରାଇନେଇ ପାରିବେ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *