କଳାହାଣ୍ଡି

କଳାହାଣ୍ଡି ; ବିଧାୟକଙ୍କ ଧମକ ଘଟଣା ରେ ଏତାଲା । ରାଜନୈତିକ ଷଡଯନ୍ତ୍ର ।

କଳାହାଣ୍ଡି – (ଓଡିଆପୁଅ) ୩୦/୦୭ ସର୍ବସାଧାରଣ କାର୍ଯ୍ୟକ୍ରମରେ ସଭା ମଝିରେ ଜଣେ ଦିବ୍ୟାଙ୍ଗଙ୍କୁ ଜୁନାଗଡ ବିଧାୟକ ଧମକ ଦେବା ଘଟଣା ସଂପର୍କରେ ଏକ ସଂକ୍ଷିପ୍ତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ଘଟଣା ସମଗ୍ର ଜିଲ୍ଲାରେ ମୂକ୍ୟ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଳଟିଛି । ଭାଇରାଲ ହୋଇଥିବା ଉକ୍ତ ଭିଡିଓରେ ଜୁନାଗଡ ବିଧାୟକ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ଯୋଜନା ଏବଂ ସେମାନେ କିପରି ଲୋକଙ୍କ ପାଇଁ କାମ କରୁଛନ୍ତି ସେସବୁ ସଂପର୍କରେ ସଭାରେ ବର୍ଣ୍ଣନା କରୁଥିବା ବେଳେ ଜଣେ ଲୋକ ଅଶ୍ଳିଳ ଭାଷା ପ୍ରୟୋଗ କରିବା ପୂର୍ବକ ପ୍ରତିବାଦ କରିଥିବା ପ୍ରଦର୍ଶିତ ହୋଇଥିବା ପ୍ରକାଶ । ଏଭଳି ପ୍ରତିବାଦ କରୁଥିବା ଲୋକଙ୍କୁ ବିଧାୟକ ମାରିଦେବି ବୋଲି ଧମକ ଦେବା ସହ ଶୁଣିବାକୁ ଇଚ୍ଛା ନଥିଲେ ଚାଲିଯାଆ ବୋଲି ତାଗିଦ କରିଥିବା କୁହାଯାଉଛି । ଘଟଣାରୁ ପ୍ରକାଶ ଯେ, ଗତ ୨୪.୦୭.୧୮ ମଙ୍ଗଳବାର ଦିନ ଧର୍ମଗଡ ବ୍ଲକ ଅନ୍ତର୍ଗତ ବୋଡେନ ଗ୍ରାମ ଠାରେ ନନ୍ଦଗାାଁ ପ୍ରାଥମିକ କୃଷି ସମବାୟ ସମିତି ଆନୁକୂଲ୍ୟରେ ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ ଅନିଷ୍ଠିତ ହେଉଥିଲା । ଏଥିରେ ସମବାୟ ବିଭାଗ ବିଭିନ୍ନ ପଦାଧିକାରୀ ମାନଙ୍କ ସମେତ ବିସିସି ବେଙ୍କ ସଭାପତି ତଥା ଜୁନାଗଡ ବିଧାୟକ ଅତିଥି ଭାବେ ଯୋଗ ଦେଇଥିଲେ । କଳାହାଣ୍ଡି ଯାଦବ ସମାଜ ପକ୍ଷରୁ ଗତ ୨୬ ତାରିଖ ଦିନ ଧର୍ମଗଡ ଠାରେ ଆଶାବାଡି ଧରୁଥିବା ସେହି ଦିବ୍ୟାଙ୍ଗ ଙ୍କୁ ସାଙ୍ଗରେ ନେଇ ପ୍ରତିବାଦ ଶୋଭାଯାତ୍ରା କରିବା ସଙ୍ଗେ ସଙ୍ଗେ ଧର୍ମଗଡ ଥାନାରେ ଜୁନାଗଡ ବିଧାୟକଙ୍କ ବିରୁଦ୍ଧରେ ଏତାଲା ଦେଇଥିବା ଜଣାପଡିଛି । ଜୁନାଗଡ ବିଧାୟକ ସଭା ମଧ୍ୟରେ ତାଙ୍କୁ ମାରିଦେବାକୁ ଧମକ ଦେଇଥିବା ବିଷୟ ଆଶାବାଡି ଧରିଥିବା ଦିବ୍ୟାଙ୍ଗ ଇଚ୍ଛାପୁର ଗ୍ରାମର ଟଙ୍କଧର ଖର୍ସେଲ ଭୟ ମିଶ୍ରିତ ସ୍ୱରରେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ନିଜ ଗୋଡର ଚିକିତ୍ସା ପାଇଁ ବାରମ୍ବାର ସବୁ ନେତା ଅଫିସର ମାନଙ୍କ ପାଖକୁ ଦୌଡି ଦୌଡି ନୟାନ୍ତ ଦେବା ପରେ ନିଜର ଜମିବାଡି ସବୁ ବିକି ଶେଷରେ ଡାହାଣ ଗୋଡ କାଟିବାକୁ ପଡିଲା ବୋଲି କୋହଭରା ସ୍ୱରରେ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ ବୋଡେନଗାଁରେ ଚାଲିଥିବା ସମବାୟ ସଭାରେ ଶହ ଶହ ମହିଳାମାନଙ୍କ ଉପସ୍ଥିତିରେ ଅଶ୍ଳିଳ ଭାଷା ପ୍ରୟୋଗ କରି ମହିଳା ମାନଙ୍କ ମାନ ସମ୍ମାନ ହାନି କରିଥିବା ଏବଂ ସରକାରୀ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରିଥିବା ସମ୍ବନ୍ଧରେ ମହିଳା ମାନଙ୍କ ପକ୍ଷରୁ ସଂପୃକ୍ତ ଦିବ୍ୟାଙ୍ଗଙ୍କ ବିରୁଦ୍ଧରେ ଧର୍ମଗଡ ଥାନାରେ ଏତାଲା ଦିଆଯାଇଥିବା ଜଣାପଡିଛି ।
ଅନ୍ୟପକ୍ଷରେ ମହିଳା ମାନଙ୍କ ପାଶ୍ୱର୍ରେ ଠିଆ ହୋଇ ବିଭିନ୍ନ ପ୍ରକାର ଅସଭ୍ୟ ଭାଷା ପ୍ରୟୋଗ କରୁଥିବା ଯୁବକକୁ ତାଗିଦ କରିବା ପରେ ତାକୁ ଧମକ ଦେଇଥିଲି ବୋଲି ବିଧାୟକ ତାଙ୍କ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି । ସଭାଶେଷରେ ଉକ୍ତ ଯୁବକ ଜଣେ ଦିବ୍ୟାଙ୍ଗ ବୋଲି ଜାଣିବାପରେ ଦୁଃଖପ୍ରକାଶ କରିବା ସହିତ କ୍ଷମା ମାଗିନେଇ ତାଙ୍କୁ ସବୁ ପ୍ରକାର ସହାୟତା କରିବା ପାଇଁ ପ୍ରତିଶୃତି ଦେଇଥିବା ମଧ୍ୟ ବିଧାୟକ କହିଛନ୍ତି । ସଭା ଆରମ୍ଭ ହେବା ପରେ ପରେ ହିଁ ମଂଚାସୀନ ଅତିଥି ମାନଙ୍କ ଉପରେ ଯୁବକ ମାନେ ଆଶାଳୀନ ମନ୍ତବ୍ୟ ସହିତ ଅସଭ୍ୟ ଭାଷାରେ ଗାଳିଗୁଳଜ କରୁଥିଲେ ବୋଲି ସଭାରେ ଉପସ୍ଥିତ କିଛିଲୋକ କହୁଛନ୍ତି । ବିଧାୟକ ବକ୍ତବ୍ୟରେ ଅନେକ ଲୋକଙ୍କୁ ସରକାରୀ ସହାୟତାରେ ଚିକିତ୍ସିତ କରାଯାଉଥିବା ବିଷୟ କହୁଥିବା ବେଳେ କୌଣସି ପ୍ରକାର ସରକାରୀ ସହାୟତା ପାଇପାରିନଥିବା ଯେକୌଣସି ବ୍ୟକ୍ତି ପ୍ରତିକ୍ରୀୟା ପ୍ରକାଶ କରିବା ସ୍ୱାଭାବିକ କିନ୍ତୁ ମହିଳା ମାନଙ୍କ ସମ୍ମୁଖରେ ଅଶ୍ଳୀଳ ଭାଷା ପ୍ରୟୋଗ କରିବା ନିଶ୍ଚିତ ଭାବେ ଭୂଲ ବୋଲି ସାଧାରଣରେ ମତ ପ୍ରକାଶ ପାଇବାରେ ଲାଗିଛି । ବିଧାୟକ ସଂପୃକ୍ତ ଯୁବକ ଜଣକ ିବ୍ୟାଙ୍ଗ ବୋଲି ଜାଣିବା ପରେ କ୍ଷମା ମାଗିନେବା ସହିତ ସାହାଯ୍ୟ କରିବାକୁ ପ୍ରତିଶୃତି ଦେବା ପରେ ମଧ୍ୟ ଏହି ଘଟଣାକୁ ରାଜନୈତିକ ଚିତ୍ରଣ କରାଯାଉଥିବା ଆଲୋଚନା ହେଉଛି । ଗତ ୨୯ ତାରିଖ ଦିନ ଭବାନୀପାଟଣା ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଜୁନାଗଡ ବିଧାୟକ ଏହି ଘଟଣାରେ ସବୁ ପ୍ରକାର ତଦନ୍ତର ସମ୍ମୁଖିନ ହେବାକୁ ପ୍ରସ୍ତୃତ ଥିବା ସହିତ ଏହା ଏକ ରାଜନୈତିକ ଷଡଯନ୍ତ୍ର ବୋଲି କହିଛନ୍ତି । ସଭାରେ ଟଙ୍କଧର ଦିବ୍ୟାଙ୍ଗ ବୋଲି ଜଣାପଡୁନଥିଲା କିମ୍ବା କେହି ମଧ୍ୟ ଜାଣି ପାରୁନଥିଲେ ଏବଂ ଯେଉଁପରି ଭାବରେ ଅଶ୍ଳୀଳ ଭାଷା ପ୍ରୟୋଗ କରୁଥିଲା ତାହାର ଦିନକ ପରେ ଆଶାବାଡି ଧରି ଧର୍ମଗଡ ରାସ୍ତାରେ ଶୋଭାଯାତ୍ରାରେ ସାମିଲ ହେବା ନିଶ୍ଚିତ ଭାବେ ଏକ ଷଡଯନ୍ତ୍ର ଏବଂ ରାଜନୈତିକ ଉଦେ୍ଦଶ୍ୟ ରଖି ଏଭଲି ଭାବେ ଏତାଲା ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି । କିଛି ନ୍ୟସ୍ତସ୍ୱାର୍ଥ ବାଦୀ ବ୍ୟକ୍ତି ଟଙ୍କଧରକୁ ଉସୁକାଉଥିବା ତାଙ୍କ ପାଖରେ ଠୋସ ପ୍ରମାଣ ଥିବା ମଧ୍ୟ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଯୁବା ଯାଦବ ସମାଜ ସଭାପତି ତଥା ଅନ୍ୟାନ୍ୟ କର୍ମକର୍ତା ମାନେ ମଧ୍ୟ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top