ଓଡ଼ିଶା

କଳାହାଣ୍ଡି ପୋଲିସର ସଫଳତା: ରାସ୍ତା ଲୁଟେରା ଦଳ ଗିରଫ

କଳାହାଣ୍ଡି – (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ୧୨/୦୭/୨୦୧୮ କଳାହାଣ୍ଡି ଜିଲ୍ଲାରେ ରାସ୍ତା ଉପରେ ଗାଡି ମଟର ଅଟକାଇ ଲୁଟେରା ମାନେ ବିଭିନ୍ନ ସମୟରେ ଲୁଟତରାଜ ଚଳାଇ ଆସୁଥିବା ବେଳେ କଳାହାଣ୍ଡି ପୋଲିସ ଇତି ମଧ୍ୟରେ ଲୁଟେରା ଗେଙ୍ଗ ଗୁଡିକୁ ଧରିବାକୁ ସଫଳ ହୋଇପାରିଛି। କଳାହାଣ୍ଡି ଜିଲ୍ଲାର ନର୍ଲା ଓ ଭବାନପାଟଣା ସଦର ଥାନା ଅଧିନରେ ଥିବା ଦେପୁର-ଛତିକୁଡା-ପୋଖରୀବନ୍ଧ-ଅମ୍ବାଦୋଲା ମୁଖ୍ୟ ରାସ୍ତାରେ ବଂଜାରୀ ଘାଟି ପାଖରେ ତଥା ଭବାନୀପାଟଣା-ମୂଷାନାଲ-ଲାଂଜିଗଡ-ବିଜେପୁର-କଲ୍ୟାଣସିଂପୁର ରାସ୍ତାର ତେରେନାମ ଘାଟିରେ ଜିଲ୍ଲା ଓ ରାଜ୍ୟ ବାହାରର ଟ୍ରକ ଓ ଅନ୍ୟାନ୍ୟ ଗାଡି ମଟରକୁ ଲୁଟେରାମାନେ ମାରଣାସ୍ତ୍ର ଦେଖାଇ ଅଟକାଇ ଟଙ୍କାପଇସା ଲୁଟତରାଜ କରୁଥିଲେ। କଳାହାଣ୍ଡି ଏସପି ମାଡକର ସନ୍ଦିପ ସମ୍ପଦଙ୍କ ନିର୍ଦ୍ଦେଶରେ କେସିଙ୍ଗା ଏସଡିପିଓ ଗୁପ୍ତେଶ୍ୱର ଭୋଇଙ୍କ ତତ୍ୱାବଧାନରେ ନର୍ଲା ଆଇଆଇସିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୋଲିସ ଟିମ ଗଠନ କରାଯାଇ ଏହିମ ରାସ୍ତା ଉପରେ କଡା ପେଟ୍ରୋଲିଂ ବ୍ୟବସ୍ଥା କରାଯାଇଥିଲା। ଗତ ୦୯ ତାରିଖରେ ବିଶେଷ ସୂତ୍ରରୁ ଖବର ପାଇ ଏହି ସ୍ୱତନ୍ତ୍ର ଟିମ ସାଧା ପୋଷାକରେ ବଂଜାରୀ ଘାଟି ପାଖରେ ଲୁଟ ପାଇଁ ପ୍ରସ୍ତୃତ ହେଉଥିବା ଲୁଟେରା ମାନଙ୍କୁ ଚତୁରତାର ସହିତ ଗିରଫ କରିବାରେ କାବୁ କରିନେଇଥିଲେ। ସେମାନଙ୍କ ମଧ୍ୟରୁ ୨ଜଣ ନିକଟସ୍ଥ ଜଙ୍ଗଲ ମଧ୍ୟକୁ ଖସି ପଳାଇ ଯାଇଥିବା ବେଳେ ୯ଜଣଙ୍କୁ ଥାନାକୁ ଆଣି ପଚରା ଉଚରା କରାଯାଇ ଥିବା ବେଳେ ସେମାନେ ୫୦ ରୁ ଉର୍ଦ୍ଧ୍ୱ ଟ୍ରକ ଓ ଅନ୍ୟାନ୍ୟ ଗାଡିକୁ ଲୁଟ କରିଥିବା ପୋଲିସ ଜାଣିପାରିଥିବା ବିଷୟ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ପ୍ରକାଶ କରିଥିଲେ।
ସେହିପରି ଧର୍ମଗଡ ଉପଖଣ୍ଡ ଅଂଚଳରେ ୪ଟି ଥାନାରେ ୧୩ ମାମଲାରେ ୧୨ ଜଣ ଲୁଟେରାକୁ ପୋଲିସ ଗିରଫ କରିଥିବା ଜଣାପଡିଛି। ସେମାନଙ୍କ ଠାରୁ ୭ ଟି ବାଇକ, ଟଙ୍କା ଓ ଅନେକ ମାରଣାସ୍ତ୍ର ଜବତ କରିଥିବା ଜଣାପଡିଛି। ଜୁନାଗଡ ଥାନା ଖର୍ଲାବେଡା ଛକ, ଏନଏଚ ୨୬ ଜାରିଙ୍ଗ ନିକଟସ୍ଥ ବଂଜାରୀ ମନ୍ଦିର, କାଲୋପଲା ଛକ, ଧର୍ମଗଡ-ରାଜମୋଟେର ରାସ୍ତାର ଗୋଡଭଂଜା, ବନ୍ଧାଗାଁ, ଜୟପାଟଣା ଥାନର ବତାସୀଗୁଡା, ମଣ୍ଡଳ ଭାଟିଗାଁ ଆଦି ଅନେକ ସ୍ଥାନରେ ଏହି ଲୁଟେରା ମାନେ ଲୁଟତରାଜ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ। ଗତ ୬ମାସ ମଧ୍ୟରେ ଏହି ଲୁଟେରା ମାନେ ଧର୍ମଗଡର ଭାରତ ଫାଇନାନ୍ସ, ଜୁନାଗଡର କ୍ରିସ ଫାଇନାନ୍ସ, ଭବାନୀପାଟଣାର ସ୍ପନ୍ଦନା ଫାଇନାନ୍ସ କର୍ମଚାରୀ ମାନଙ୍କ ଠାରୁ ସପ୍ତାହର ସୋମବାର ଓ ଗୁରବାର ଦିନ ଏସଏଚଜି ମହିଳା ମାନଙ୍କ ଠାରୁ ସଂଗୃହିତ ଟଙ୍କା ନେଇ ଯାଉଥିବା ବେଳେ ଲୁଟ କରିଥିବା ଜଣାପଡିଛି। ଏନେଇ ଜୁନାଗଡ ଥାନାରେ ୫ଟି ମାମଲା, ଗୋଲାମୁଣ୍ଡା ଥାନାରେ ୩ ଟି ମାମଲା, ଧର୍ମଗଡ ଥାନାରେ ୨ଟି ମାମଲା ଓ ଜୟପାଟଣା ଥାନାରେ ୩ ଟି ମାମଲା ରୁଜ୍ଜୁ ହୋଇଥିବା ପ୍ରକାଶ। ଏହି ଲୁଟେରାମାନେ ସପ୍ତାହେ ଆଗରୁ ଫାଇନାନ୍ସ କର୍ମଚାରୀ ମାନଙ୍କ ଗତିବିଧି ଲକ୍ଷ୍ୟକରି ଲୁଟ ପାଇଁ ଯୋଜନା କରୁଥିଲେ। କଳାହାଣ୍ଡି ଏସପିଙ୍କ ନିର୍ଦ୍ଦେଶରେ ଧର୍ମଗଡ ଏସଡିପିଓ ସୁରେନ୍ଦ୍ରନାଥ ଶତପଥିଙ୍କ ତତ୍ୱାବଧାନରେ ସମସ୍ତ ଥାନର ଆଇଆଇସି ମାନଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଟିମ ମାଧ୍ୟମରେ ଲୁଟେରାମାନଙ୍କୁ କାବୁ କରିଥିବା ଜଣାପଡିଛି। ପୋଲିସ ପକ୍ଷରୁ ଏଭଲି ଭାବେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇ ଦୀର୍ଘ ଦିନରୁ ଚାଲିଆସିଥିବା ଏଭଲି ଲୁଟତରାଜ କରି ଆତଙ୍କିତ କରୁଥିବା ଲୁଟେରାମାନଙ୍କୁ ଗିରଫ କରିଥିବାରୁ ବୁଦ୍ଧିଜୀବି ମହଲରେ ପ୍ରଶଂସା କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top