କଳାହାଣ୍ଡି ଜିଲ୍ଲାରେ ଚାଷୀଙ୍କ ଇନପୁଟ ସବସିଡି ୧.୬୭ କୋଟିରୁ ଅଧିକ ଟଙ୍କା ପଡିରହିଛି

କଳାହାଣ୍ଡି ୩୧-୧୨- (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ରାଜ୍ୟ ସରକାରଙ୍କ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ଚାଷିମାନଙ୍କ ୨୦୧୭ ମସିହାର ମରୁଡି ଜନିତ ଇନପୁଟ ସବସିଡି ବାବଦକୁ ୨କୋଟି ୯୧ ଲକ୍ଷ ୧୭ ହଜାର ୬ଶହ ଟଙ୍କା ଅନୁଦାନ ଦିଆଯାଇଥିବା ଜଣାପଡିଛି। ସେହିଭଲି ରୋଗପୋକ ଜନିତ କ୍ଷୟକ୍ଷତି ପୂରଣ ବାବଦକୁ ଇନପୁଟ ସବସିଡି ୯କୋଟି ୫୮ ଲକ୍ଷ ୬୮ ହଜାର ୯୬୯ ଟଙ୍କା ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି। ସମୂଦାୟ ୧୨ କୋଟି ୪୯ ଲକ୍ଷ ୮୬ ହଜାର ୫୬୯ ଟଙ୍କା ର ସବସିଡି ଏହି ଜିଲ୍ଲାର ଚାଷି ମାନଙ୍କ ପାଇଁ ସରକାରଙ୍କ ପାଖରୁ ଯୋଗାଇ ଦିଆଯାଇଛି। ଏଯାବତ ୧କୋଟି ୬୭ ଲକ୍ଷ ୩ ହଜାର ୭୮୮ ଟଙ୍କା ଚାଷୀଙ୍କୁ ଯୋଗାଇଦିଆନଯାଇ ପଡିରହିଥିବା ଜଣା ପଡିଛି।

କଳାହାଣ୍ଡି ଜିଲ୍ଲାରେ ମରୁଡି ଜନିତ ଇନପୁଟ ସବସିଡି କ୍ଷତିପୂରଣ ବାବଦରେ ଭବାନୀପାଟଣା ସଦର ବ୍ଲକରେ ୮୩୯ ଜଣ ଚାଷୀଙ୍କ ପାଇଁ ୩୬ଲକ୍ଷ ୮୫ ହଜାର ୬୦୦ ଟଙ୍କା, କେସିଙ୍ଗା ବ୍ଲକରେ ୧୭୨୭ ଜଣ ଚାଷୀଙ୍କ ପାଇଁ ୪୯ଲକ୍ଷ ୪୩ ହଜାର ୬୦୦ ଟଙ୍କା, କର୍ଲାମୁଣ୍ଡା ବ୍ଲକରେ ୧୪୨୨ ଜଣ ଚାଷୀଙ୍କ ପାଇଁ ୫୪ଲକ୍ଷ ୨୬ ହଜାର ୬୦୦ ଟଙ୍କା, ମଦନପୁର-ରାମପୁର ବ୍ଲକରେ ୧୭୫୪ ଜଣ ଚାଷୀଙ୍କ ପାଇଁ ୫୩ଲକ୍ଷ ୩୮ ହଜାର ଟଙ୍କା ଏବଂ ଗୋଲାମୁଣ୍ଡା ବ୍ଲକର ୨୫୮୦ ଜଣ ଚାଷୀଙ୍କ ପାଇଁ ୯୭ ଲକ୍ଷ ୨୪ ହଜାର ଟଙ୍କା ସମେତ ୫ଟି ବ୍ଲକର ୮୩୨୨ ଜଣ ଚାଷୀଙ୍କ ପାଇଁ ୨ କୋଟି ୯୧ ଲକ୍ଷ ୧୭ ହଜାର ୬୦୦ ଟଙ୍କା ରାଜ୍ୟ ସରକାର ପ୍ରଦାନ କରିଛନ୍ତି। ତନ୍ମଧ୍ୟରୁ ୨କୋଟି ୬୨ଲକ୍ଷ ୯୬ ହଜାର ୮୩୯ ଟଙ୍କା ସଂପୃକ୍ତ ତହସିଲଦାରମାନଙ୍କୁ ଯୋଗାଇଦିଆଯାଇଥିବା ବେଳେ ୨୮ ଲକ୍ଷ ୨୦ ହଜାର ୭୬୧ ଟଙ୍କା ବଳକା ପଡିରହିଥିବା ଜଣାପଡିଛି।

ସେହିପରି ଜିଲ୍ଲାରେ ରୋଗ ପୋକ ଜନିତ ଇନପୁଟ ସବସିଡି ବାବଦରେ କଲମପୁର ବ୍ଲକର ୧୫୪୬ ଜଣ ଚାଷୀଙ୍କ ପାଇଁ ୬୯ ଲକ୍ଷ ୯୭ ହଜାର ୯୬୧ ଟଙ୍କା, ଗୋଲାମୁଣ୍ଡା ବ୍ଲକର ୯୦୦୭ ଜଣ ଚାଷୀଙ୍କ ପାଇଁ ୮୮ଲକ୍ଷ ୭୩ ହଜାର ୩୦୦ ଟଙ୍କା, ଜୟପାଟଣା ବ୍ଲକର ୯୭୫ ଜଣ ଚାଷୀଙ୍କ ପାଇଁ ୩୨ଲକ୍ଷ ୭୦ ହଜାର ୬୦୦ ଟଙ୍କା, କୋକସରା ବ୍ଲକର ୧୨୭୭ ଜଣ ଚାଷୀଙ୍କ ପାଇଁ ୩୨ଲକ୍ଷ ୨୮ ହଜାର ୫୦୦ ଟଙ୍କା, ଜୁନାଗଡ ବ୍ଲକର ୬୦୬୩ ଜଣ ଚାଷୀଙ୍କ ପାଇଁ ୨କୋଟି ୨୬ ଲକ୍ଷ ୧୪ ହଜାର ୪୦୦ ଟଙ୍କା, ଧର୍ମଗଡ ବ୍ଲକର ୪୬୬୦ ଜଣ ଚାଷୀଙ୍କ ପାଇଁ ୧କୋଟି ୧୩ ଲକ୍ଷ ୫୮ ହଜାର ଟଙ୍କା, ନର୍ଲା ବ୍ଲକର ୧୬୮୦ ଜଣ ଚାଷୀଙ୍କ ପାଇଁ ୩୪ ଲକ୍ଷ ୯୧ହଜାର ୩୮୪ଟଙ୍କା, କର୍ଲାମୁଣ୍ଡା ବ୍ଲକର ୪୫୦୫ ଜଣ ଚାଷୀଙ୍କ ପାଇଁ ୧ କୋଟି ୩୮ଲକ୍ଷ ୧୨ ହଜାର ୧୦୦ ଟଙ୍କା, କେସିଙ୍ଗା ବ୍ଲକର ୪୦୫୧ ଜଣ ଚାଷୀଙ୍କ ପାଇଁ ୮୪ ଲକ୍ଷ ୭୭ ହଜାର ୯୦୦ ଟଙ୍କା, ଲାଞ୍ଜିଗଡ ବ୍ଲକର ୫୨୩ ଜଣ ଚାଷୀଙ୍କ ପାଇଁ ୧୧ଲକ୍ଷ ୭୮ ହଜାର ୮୮୮ ଟଙ୍କା, ଭବାନୀପାଟଣା ସଦର ବ୍ଲକର ୨୪୦୭ ଜଣ ଚାଷୀଙ୍କ ପାଇଁ ୭୩ ଲକ୍ଷ ୧୨ହଜାର ୭୨୦ ଟଙ୍କା, ମଦନପୁର-ରାମପୁର ବ୍ଲକର ୨୩୨୮ ଜଣ ଚାଷୀଙ୍କ ପାଇଁ ୫୨ ଲକ୍ଷ ୫୨ ହଜାର ୮୧୬ ଟଙ୍କା ସମୂଦାୟ ୧୨ ଗୋଟି ବ୍ଲକର ୩୯୦୨୨ ଜଣ ଚାଷୀଙ୍କ ପାଇଁ ୯ କୋଟି ୫୮ ଲକ୍ଷ ୬୮ ହଜାର ୯୬୯ ଟଙ୍କା ସଂପୃକ୍ତ ତହସିଲଦାର ମାନଙ୍କୁ ପ୍ରଦାନ କରାଯାଇଥିବା ଜଣାପଡିଛି। ତନ୍ମଧୂରୁ ୭୮ ଲକ୍ଷ ୫୩ ହଜାର ୨୭ ଟଙ୍କା ବଳକା ପଡିରହିଥିବା କୁହାଯାଉଛି।

କଳାହାଣ୍ଡି ଜିଲ୍ଲାରେ ଥିବା ୧୩ ଗୋଟି ତହସିଲ ମଧ୍ୟରୁ କେବଳ ଭବାନୀପାଟଣା, ଲାଞ୍ଜିଗଡ ଓ ମଦନପୁର-ରାମପୁର ଠାରେ ସ୍ଥାୟୀ ତହସିଲଦାର ଅବସ୍ଥାପିତ ହୋଇଥିବା ବେଳେ ଅନ୍ୟ ୧୦ ଗୋଟି ତହସିଲରେ ସ୍ଥାନୀୟ ବିଡିଓ ମାନଙ୍କୁ ଅତିରିକ୍ତ ଦାୟୀତ୍ୱ ଦିଆଯାଇଥିବା ବେଳେ ଅତିରିକ୍ତ ତହସିଲଦାର ମାନଙ୍କ ଦ୍ୱାରା କାମଚାଲିଛି। ସେହିପରି ବିଭିନ୍ନ ରାଜସ୍ୱ ନୀରିକ୍ଷକ ସର୍କଲରେ ନବନିଯୁକ୍ତ ତଥା ଅନଭିଜ୍ଞ ଅତିରିକ୍ତମ ରାଜସ୍ୱ ନୀରିକ୍ଷକ ମାନଙ୍କ ଦ୍ୱାରା ରାଜସ୍ୱ କାର୍ଯ୍ୟ ଚାଲିଥିବା ଜଣାପଡିଛି। ଅନେକ ସ୍ଥାନରେ ଆବଶ୍ୟକ ପଦବୀସବୁ ଖାଲିପଡିଥିବା ବେଳେ ଚାଷୀଙ୍କ ଇନପୁଟ ସବସିଡି ଦଦିଆଯାଉନଥିବାରୁ ଚାଷୀ ମହଲରେ ଉଦବେଗ ପ୍ରକାଶ ପାଇବାରେ ଲାଗିଛି।

Leave a Reply

Your email address will not be published. Required fields are marked *