ad
କଳାହାଣ୍ଡି

କଳାହାଣ୍ଡି ଆଦର୍ଶ ସ୍କୁଲରେ ନିଯୁକ୍ତି ଅନିୟମିତତା । ଡିଇଓ,ସିକୁ୍ୟରିଟି ସଂସ୍ଥା ଏମଡିଙ୍କ ବିରୋଧରେ ମାମଲା ।

କଳାହାଣ୍ଡି- ୨୫/୦୪/୨୦୧୮(ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା)
କଳାହାଣ୍ଡି ଜିଲ୍ଲାରେ ଆଦର୍ଶ ସ୍କୁଲ ଗୁଡିକରେ ଆଉଟସୋର୍ସିଂ ମାଧ୍ୟମରେ ନିଯୁକ୍ତିରେ ଅନିୟମିତତା ହୋଇଥିବା ଘଟଣାରେ ଭବାନୀପାଟଣା ଟାଉନଥାନା ପୋଲିସ ଜିଲ୍ଲା ଶିକ୍ଷା ଅଧିକାରୀ,ସିକୁ୍ୟରିଟୀ ସଂସ୍ଥାର ଏମଡିଙ୍କ ସମେତ ତିନି ଜଣଙ୍କ ନାମରେ ମାମଲା ରୁଜ୍ୁ କରିଥିବା ଚର୍ଚ୍ଚା ହେଉଛି । ଘଟଣାରୁ ପ୍ରକାଶ ଯେ, ଜିଲ୍ଲାରେ ୨୦୧୬ ମସିହା ଠାରୁ ୧୩ ଟିଯାକ ବ୍ଲକର ୧୩ ଗୋଟି ଆଦର୍ଶ ସ୍କୁଲ ସ୍ଥାପନ କରାଯାଇ ଥିବା ବେଳେ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ପାଇଁ ଆଉଟସୋର୍ସିଂ ମାଧ୍ୟମରେ ନିଯୁକ୍ତି ଦିଆଯାଇଥିଲା । ପ୍ରତି ସ୍କୁଲରେ ୩ଜଣ ଲେଖାଏଁ ମୋଟ ୩୯ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ପାଇଁ କାର୍ଯ୍ୟ କରିଆସୁଥିଲେ । ହେଲେ ପୂର୍ବର ଆଉଟସୋର୍ସିଂ ସଂସ୍ଥା ର ଚୁକ୍ତି ଗତ ୨୦୧୭ ଜୁନ ମାସରେ ଶେଷ ହେବା ପରେ ମଧ୍ୟ ଏହି ୩୯ଜଣ କର୍ମଚାରୀ ଆଦର୍ଶ ସ୍କୁଲ ମାନଙ୍କରେ କାମ କରିଆସୁଥିଲେ କିନ୍ତୁ ସେହି ସଂସ୍ଥା ସେମାନଙ୍କୁ ଗତ ୧୦ ମାସର ଦରମା ଦେଇନଥିବା କର୍ମଚାରୀ ମାନେ ଅଭିଯୋଗ କରିଛନ୍ତି । ୨୦୧୮ ମାର୍ଚ୍ଚ ପରଠାରୁ ପୂର୍ବ ଆଉଟସୋର୍ସିଂ ଏଜେନ୍ସି ଦ୍ୱାରା ନିଯୁକ୍ତି ପ୍ରାପ୍ତ ୩୪ଜଣଙ୍କୁ ଛଟେଇ କରି ଦେଇ ନୂତନ ଏଜେନ୍ସି ନୂଆ ପ୍ରାର୍ଥୀ ମାନଙ୍କୁ ନିଯୁକ୍ତି ଦେବା ପରେ ଏହି ଅନିୟମିତତା ଜଣାପଡିଥିଲା । କର୍ମଚାରୀ ନିୟୋଜନ କରିବା ପାଇଁ ନୂଆ କରି ଚୁକ୍ତି କରିଥିବା ଶ୍ରୀ ଜଗନ୍ନାଥ ସିକୁ୍ୟରିଟୀ ଏଜେନ୍ସି ଓଡିଶା ଗୃହ ବିଭାଗ ଦ୍ୱାରା ୨୦୧୪ ମସିହା ଠାରୁ ୨୦୧୯ ପର୍ଯ୍ୟନ୍ତକୁ ଲାଇସେନ୍ସ ପାଇଥିବା ଦର୍ଶାଇ କଳାହାଣ୍ଡିରେ ମଧ୍ୟ ଆଦର୍ଶ ସ୍କୁଲ ମାନଙ୍କରେ ପୁରୁଣା କର୍ମଚାରୀ ମାନଙ୍କୁ ବାଦ ଦେଇ ନୂଆ କର୍ମଚାରୀ ନିୟୋଜନ କରିଥିବା ହେତୁ ସେମାନେ ପୁନଃ ନିଯୁକ୍ତି ପାଇଁ ବାରମ୍ବାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପାଖରେ ତଥା ଜିଲ୍ଲା ପ୍ରଶାସନ ପାଖରେ ଅନୁନୟ ବିନୟ କରିଥିଲେ ମଧ୍ୟ କେହି ସହେଯାଗ କଲେନାହିଁ ବୋଲି ଛଟେଇ କର୍ମଚାରୀ ମାନେ ଅଭିଯୋଗ କରିଛନ୍ତି । ଶେଷରେ ନିରାଶ ହୋଇ ସେମାନେ ରାଜ୍ୟ ଗୃହ ବିଭାଗ ଠାରୁ ସୂଚନା ଅଧିକାର ଆଇନ ସାହାଯ୍ୟରେ ସୂଚନା ମାଗିବା ପରେ ଚୁକ୍ତି କରି ନୂଆ କର୍ମଚାରୀ ନିୟୋଜନ କରିଥିବା ଶ୍ରୀଜଗନ୍ନାଥ ସିକୁ୍ୟରିଟୀ ସଂସ୍ଥା କେବଳ ପୁରୀ,କଟକ,ଖୋର୍ଦ୍ଧା,ନୟାଗଡ ଓ କେଉଁଝର ଜିଲ୍ଲାରେ ହିଁ ଆଉଟସୋର୍ସିଂ ସେବା ଯୋଗାଇଦେବା ନିମନ୍ତେ ଲାଇସେନ୍ସ ପାଇଥିବା ଜଣାପଡିଥିବା ସଂପୃକ୍ତ କର୍ମଚାରୀ ମାନଙ୍କ ସୂତ୍ରରୁ ପ୍ରକାଶ । ଅନ୍ୟ ପକ୍ଷରେ ଏହି ଶ୍ରୀଜଗନ୍ନାଥ ସିକୁ୍ୟରିଟୀ ସଂସ୍ଥା ରାଜ୍ୟ ଗୃହ ବିଭାଗର ଲାଇସେନ୍ସକୁ ଜାଲିଆତି କରି ସମଗ୍ର ରାଜ୍ୟରେ ସେବା ଯୋଗାଇ ଦେବାକୁ ଲାଇସେନ୍ସ ପାଇଥିବା ଦର୍ଶାଇ କଳାହାଣ୍ଡିରେ ଆଦର୍ଶ ସ୍କୁଲ ମାନଙ୍କରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଯୋଗାଇବାକୁ ଟେଣ୍ଡର ପକାଇବା ସହିତ ଡିଇଓଙ୍କ କାର୍ଯ୍ୟାଳୟରେ ହାତ କରି ଟେଣ୍ଡର ହାତେଇବାରେ ସଫଳ ହୋଇଯାଇଥିବା ଛଟେଇ କର୍ମଚାରୀ ମାନେ ଅଭିଯୋଗ କରିଛନ୍ତି । ଏସଂପର୍କରେ ଛଟେଇ କର୍ମଚାରୀ ମାନେ ଜିଲ୍ଲା ଏସପିଙ୍କୁ ସାକ୍ଷାତ କରି ଘଟଣା ସଂପର୍କରେ ଲିଖିତ ଅଭିଯୋଗ କରିବା ପରେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଟାଉନଥାନା ପୋଲିସ ଅଭିଯୋଗର ପ୍ରାଥମିକ ତଦନ୍ତ କରି କଳାହାଣ୍ଡି ଡିଇଓ,ଶ୍ରୀଜଗନ୍ନାଥ ସିକୁ୍ୟରିଟୀ ସଂସ୍ଥାର ଏମଡି ଏବଂ ସଂସ୍ଥାର କୋ-ପାର୍ଟନର ରାକେଶ ରାଉତ ଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳ କୋର୍ଡ ୪୬୫,୪୬୮,୪୬୯,୪୨୧,୪୨୦ ଓ ୩୪ ଧାରା ଅନୁସାରେ କେଶ ନଂ-୮୮/୨୦୧୮ ରୁଜ୍ଜୁ କରି ତଦନ୍ତ ଜାରି ରଖିଥିବା ପୋଲିସ ସୂତ୍ରରୁ ପ୍ରକାଶ । କଳାହାଣ୍ଡିର ନୀରିହ ଜନସାଧାରଣଙ୍କୁ ବୋକା କରି ଏଭଲି ଭାବେ ଠକେଇ କରୁଥିବା ସଂସ୍ଥା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବୁଦ୍ଧିଜୀବି ମହଲରେ ଦାବୀ ହେଉଛି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top