କଳାହାଣ୍ଡି

କଳାହାଣ୍ଡି ଅବକାରୀ ବିଭାଗ ଦ୍ୱାରା ଆନ୍ତ ରାଜ୍ୟ ଗଂଜେଇ କାରବାରର ପର୍ଦ୍ଦାଫାଶ

କଳାହାଣ୍ଡି- (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଉଛୁଲା ଗ୍ରାମରୁ ଏକ ବଡ ଧରଣର ଚୋରା ଗଂଜେଇ କାରବାର ସଂପର୍କରେ ପର୍ଦ୍ଦାଫାଶ କରିଛି ଅବକାରୀ ବିଭାଗ । ପଡୋଶୀ ଆନ୍ଧ୍ର ପ୍ରଦେଶରୁ କାନ୍ଧରେ ବୋହି ଲୋକେ ଭାର ରେ ବୋହି ଗଂଜେଇ ଆଣି କଳାହାଣ୍ଡିରେ ପ୍ୟାକିଂ କରାଯାଇ ଚୋରାରେ ଛତିଶଗଡ ଚାଲାଣ ହେଉଥିବା ଜଣାପଡିଛି । ଦୀର୍ଘ ଦିନରୁ ଏଭଲି ଚୋରାକାରବାର ଚାଲି ଆସୁଥିବା ବେଳେ କୌଣସି ସୁତ୍ରରୁ ଖବର  ପାଇ କଳାହାଣ୍ଡି ଅବକାରୀ ବିଭାଗ ଅଧିକ୍ଷକଙ୍କ ନିଦେ୍ର୍ଦଶରେ ଗତ ୧୩/୦୨ ତାରିଖ ଦିନ ଧର୍ମଗଡ ଅବକାରୀ ରେଂଜ ଅଧିକାରୀଙ୍କ ନେତୃତ୍ୱରେ ଜୟପାଟଣା ଥାନା ଅନ୍ତର୍ଗତ ଉଛୁଲା ଗ୍ରାମରେ ଚଢଉ କରି ଏଭଲି ସୁଚିନ୍ତିତ କାରବାରର ପର୍ଦ୍ଦାଫାଶ କରିଥିଲେ । ଏହି କାରବାରରେ ସଂପୃକ୍ତ ଥିବା ବଂଶୀଧର ନାଏକ,ରସିକ ନାଏକ,ଗଣେଶ ନାଏକ ଙ୍କ ଠାରୁ ଏଥିପାଇଁ ବ୍ୟବହୃତ ହେଉଥିବା ମେସିନ ସହିତ କିଛି ବିଦେଶୀ ମଦ ବୋତଲ ମଧ୍ୟ ଜବତ କରିଥିବା ଜଣାପଡିଛି ।
ଗଂଜେଇ କାରବାର ପାଇଁ ମାଫିଆମାନେ ହାତରେ ପେକିଂ ମେସିନ ପ୍ରସ୍ତୃତ କରିଥିବା ଜଣାପଡିଛି । ଆନ୍ଧ୍ରରୁ ଭାରରେ ଗଂଜେଇ ଆଣି ରପ୍ତାନୀ ପାଇଁ ବଡ ପେକିଂ ଓ ପାନ ଦୋକାନରେ ବିକ୍ରୀ ପାଇଁ ଛୋଟ ପେକିଂ କରି ପ୍ରଥମେ ଜରିରେ ସିଲ କରାଯାଇ ପରେ କାଗଜରେ ଭଲକରି ଏଭଲି ଭାବେ ସିଲ କରାଯାଉଛି ଯେ ସହଜରେ ସାଧାରଣ ଲୋକେ ଏହାକୁ ଗଂଜେଇ ବୋଲି ଅନୁମାନ ଲଗାଇବା ମୁସ୍କିଲ ହୋଇପଡିଛି । ଆନ୍ଧ୍ରରୁ କୋରାପୁଟ ଜିଲ୍ଲା ମଧ୍ୟଦେଇ କଳାହାଣ୍ଡିକୁ ପର୍ଯ୍ୟାପ୍ତ ଜଙ୍ଗଲ ଲାଗି ରହିଛି । ଏହି ଜଙ୍ଗଲ ରାସ୍ତାରେ ଚୋରା ବେପାରୀ ମାନେ ଭାର ଦ୍ୱାରା ଚାଲି ଚାଲି କଳାହାଣ୍ଡି କୁ ଗଂଜେଇ ଆଣି ଉଛୁଲା ଠାରେ ପେକିଂ ପରେ ଛତିଶଗଡକୁ ସପ୍ଲାଇ କରାଯାଉଥିବା କୁହାଯାଉଛି । ଏହି ଗଂଜେଇ ସହିତ ଚୋରା ବିଦେଶୀ ମଦ ମଧ୍ୟ ସପ୍ଲାଇ ହେଉଥିବା ଜଣାପଡିଛି । ଏଭଲି ସୁଚିନ୍ତିତ ଶୈଳିରେ ଗଂଜେଇ ଚୋରା କାରବାର ହେଉଥିବା ଜାଣି ଅବକାରୀ ବିଭାଗ ମଧ୍ୟ ଚକିତ ହୋଇଯାଇଥିବା ବେଳେ ଏହାର ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ । ଗତ ଦୁଇମାସ ମଧ୍ୟରେ ସୀମାନ୍ତ ଆମପାଣି ଠାରେ ନବରଙ୍ଗପୁରରୁ ଛତିଶଗଡ ଯାଉଥିବା ସମୟରେ ଦୁଇ ଦୁଇ ଥର ବିପୁଳ ପରିମାଣରେ ଗଂଜେଇ ଜବତ ହୋଇଥିବା ପ୍ରକାଶ । ଏଭଲି ଭାବେ ଚୋରା ଗଂଜେଇ କାରବାର ଘଟଣାର ପର୍ଦ୍ଦାଫାଶ ପରେ ଏଠାରେ ଏକ ଆନ୍ତ ରାଜ୍ୟ ଚୋରା ଗଂଜେଇ କାରବାର ର୍ୟାକେଟ ସକ୍ରୀୟ ଥିବା ସନେ୍ଦହ କରାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top