କଳାହାଣ୍ଡିର ଗୌରବ ସର୍ବକନିଷ୍ଠ ପର୍ବତାରୋହୀଙ୍କ ଆକସ୍ମିକ ମୃତ୍ୟୁ

କଳାହାଣ୍ଡି-୨୩-୧୦ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା)କଳାହାଣ୍ଡିର ଗୌରବ ସର୍ବକନିଷ୍ଠ ପର୍ବତାରୋହୀ ଲାଲୁପ୍ରସାଦ ଭୋଇ (୧୭) ମନାଲି ଠାରେ ଟ୍ରାକିଂ ଅଭ୍ୟାସ କରୁଥିବା ବେଳେ ଆକସ୍ମିକ ଭାବେ ପ୍ରାଣ ହରାଇଥିବା ଜଣାପଡିଛି। ବିଶିଷ୍ଟ ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ୧୫ ଜଣିଆ ଦଳରେ ସାମିଲ ହୋଇ ମନାଲି ଯାଇଥିବା ଲାଲୁଙ୍କର ଅକସ୍ମାତ ହୃତକ୍ରୀୟା ବନ୍ଦ ହୋଇଯାଇ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ବୋଲି ଯୋଗବ୍ୟାସ ଭୋଇଙ୍କ ସୂତ୍ରରୁ ପ୍ରକାଶ। କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ ଅନ୍ତର୍ଗତ ଧଅଁରାମାଳ ଗ୍ରାମର ବଳଦେବ ଭୋଇଙ୍କ ପୁଅ ଲାଲୁପ୍ରସାଦ ଭୋଇ ମନାଲି ବ୍ୟାସକୁଣ୍ଡରେ ଅନୁଷ୍ଠିତ ହୋଇଥିବା ଟ୍ରାକିଂରେ ଯୋଗ ଦେବାକୁ ଗତ ୧୫ ତାରିଖରେ ସେଠାକୁ ଯାଇଥିଲେ। ଗତ୧୭ ତାରିଖରେ ଆରମ୍ଭ ହୋଇଥିବା ଟ୍ରାକିଂ ୨୨ ତାରିଖରେ ଶେ ହେବାକୁ ଥିବା ଏହି ଟ୍ରାକିଂର ଗୋଟିଏ ଦିନ ପୂର୍ବରୁ ୨୧ ତାରିଖ ଦିନ ୨୦ହଜାର ଫୁଟ ଟ୍ରାକିଂ ସାରି ମନାଲି କେମ୍ଫକୁ ଫେରୁଥିବା ବେଳେ କେମ୍ପରୁ ୪୦ମିନିଟ ଦୂର ଧୁଣ୍ଡି-ଡବରାଘାଟ ମଝୀରେ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଅକସ୍ମାତ ଅସୁସ୍ଥ ହୋଇପଡିଥିଲେ। ଉଦ୍ଧାରକାରୀ ଦଳ ତାଙ୍କୁ ତୁରନ୍ତ ଉଦ୍ଧାରକରି ଜୀବନରକ୍ଷାକାରୀ ବ୍ୟବସ୍ଥାରେ ରଖି ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ରାତି ପ୍ରାୟ ୯ଟା ସମୟରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିବା ଯୋଗବ୍ୟାସ ଭୋଇଙ୍କ ସୂତ୍ରରୁ ପ୍ରକାଶ।

ତାଙ୍କ ମରଶରୀର କୁ ସମ୍ମାନର ସହ ଦିଲ୍ଲୀ ଅଣାଯିବା ପରେ ସେଠାରୁ ବିମାନ ଯୋଗେ ରାୟପୁର ଅଣାଯାଇ ତାଙ୍କ ପୈତୃକ ଗ୍ରାମକୁ ଅଣାଯିବ ଏବଂ ଏଥିପାଇଁ ମନାଲି ଏସପି ଓ କଳାହାଣ୍ଡି ଏସପି ଆବଶ୍ୟକୀୟ ସହେଯାଗ କରୁଥିବା ଯୋଗବ୍ୟାସ ଭୋଇଙ୍କ ସୂତ୍ରରୁ ପ୍ରକାଶ। ପ୍ରତିଭାବାନ ଲାଲୁ ୧୪ ବର୍ଷ ବୟସରୁ ପର୍ବତାରୋହଣ କରୁଥିବା ଏବଂ ଓଡିଶାର ବହୁ ପର୍ବତ ଚଢିସାରିଥିଲେ। ଆଗକୁ ତାଲିମ ନେଇ ବହୁ ଜାତୀ ଓ ଆନ୍ତର୍ଜାତୀୟ ସ୍ତରର ଗିରିଶୃଙ୍ଗ ଚଢିବାର ଆଶା ରଖିଥିଲେ। କେସିଙ୍ଗା କଲେଜର ପ୍ରଥମ ବର୍ଷ ଛାତ୍ର ଥବା ଲାଲୁଙ୍କ ବିୟୋଗରେ ଯୋଗବ୍ୟାସ ଓ ତାଙ୍କ ସାଥିମାନେ ଗଭୀର ମର୍ମାହତ ହୋଇ ଭାଙ୍ଗି ପଡିଥିବା ପ୍ରକାଶ।

Leave a Reply

Your email address will not be published. Required fields are marked *