କଳାହାଣ୍ଡିରେ ରାହାଗିରି ଦିବସ ପାଳିତ ।

କଳାହାଣ୍ଡି-୨୪/୦୪(ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା)
କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଆଂଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ୯୨ ତମ ସଡକ ସୁରକ୍ଷା ଦିବସ ଉପଲକ୍ଷେ ପ୍ରଥମ ଥର ପାଇଁ ଜିଲ୍ଲା ସଦର ମହକୁମା ଭବାନୀପାଟଣା ଠାରେ ରାହାଗିରି ଦିବସ ପାଳିତ ହୋଇଯାଇଛି । ସଡକ ସୁରକ୍ଷା ସପ୍ତାହ ଅବସରରେ ଜେଲଛକ ଠାରୁ ଡିଆରଡିଏ ଛକ ପର୍ଯ୍ୟନ୍ତ ସଂସ୍କାର ଭାରତୀ ପକ୍ଷରୁ ରଙ୍ଗୋଳି ଚିତ୍ରଶିଳ୍ପୀ ମାନଙ୍କ ଦ୍ୱାରା ରଙ୍ଗୀନ ଚିତ୍ରକଳା,ରଙ୍ଗୋଳି ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦି ପ୍ରଦର୍ଶନ କରାଯାଇଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ ପ୍ରଧର୍ଶନ କରାଯାଇଥିଲା । ଏହି ଅବସରରେ ଆଂଚଳିକ ପରିବହନ ଅଧିକାରୀ ଦୀନବନ୍ଧୁ ଶୁଣ୍ଢିଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ଚନ୍ଦ୍ରମଣି ବଡନାୟକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅତିରିକ୍ତ ଏସପି ଅକ୍ଷୟ କୁମାର ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କଳାହାଣ୍ଡି ଜିଲ୍ଲା ଦୁର୍ଘଟଣା କ୍ଷେତ୍ରରେ ରାଜ୍ୟରେ ଦ୍ୱିତୀୟ ହୋଇଯାଉଥିବା ନେଇ ଉଦବେଗ ପ୍ରକାଶ ପାଇଥିଲା । ମଦନପୁର ରାମପୁର ସ୍ଥିତ ରାମକୃଷ୍ଣ ଆଶ୍ରମର ଅନ୍ତେବାସୀ ମାନଙ୍କ ଦ୍ୱାରା ଘୁମୁରା ପ୍ରଦର୍ଶନ କରାଯାଇଥିବା ବେଳେ କାରୁଣ୍ଡ କଳାକ୍ଷେତ୍ର ଦ୍ୱାରା ନାଟକ ମଂଚସ୍ଥ ହୋଇଥିଲା । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦର୍ଶକ ଉପଭୋଗ କରିଥିବା ବେଳେ ଏଭଲି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସହର ମଧ୍ୟରେ ରାହାଗିରି ଦିବସ ପାଳନ କରାଯାଉଥିବା ନେଇ ସହରବାସୀ ଉତ୍ସାହୀ ହୋଇପଡିଥିବା ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *