ଜିଲ୍ଲା ପରିକ୍ରମା

କଳାବ୍ୟାଜ୍ ପିନ୍ଧିଲେ ଭଦ୍ରକର ଆଉଟ୍ସୋର୍ସିଂ କର୍ମଚାରୀ ଠିକା କର୍ମଚାରୀ ମହାସଂଘ ପକ୍ଷରୁ ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର

ଭଦ୍ରକ, ୬ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଓଡ଼ିଶା ସରକାରଙ୍କ ଆଉଟ୍ସୋର୍ସିଂ ଓ ଚୁକ୍ତିଭିତ୍ତିକ ଠିକା କର୍ମଚାରୀ ମହାସଂଘ ପକ୍ଷରୁ ଆଉଟ୍ସୋର୍ସିଂ ବ୍ୟବସ୍ଥାର ପ୍ରତିବାଦରେ କର୍ମଚାରୀମାନେ କଳାବ୍ୟାଜ୍ ପରିଧାନ କରିଛନ୍ତି। ଏହା ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ପ୍ରତିବାଦାତ୍ମକ ଭାବେ କାର୍ଯ୍ୟ କରିବ ବୋଲି ନିଷ୍ପତ୍ତି ନିଆଯାଇଛି ବୋଲି ମହାସଂଘ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି। ତେବେ ଆଜି ଭଦ୍ରକ ଜିଲାର ସମସ୍ତ ବିଭାଗରେ କାର୍ଯ୍ୟ କରୁଥିବା ଆଉଟ୍ସୋର୍ସିଂ କର୍ମଚାରୀମାନେ ସଭାପତି ଅସୀମାନନ୍ଦ ରାୟଙ୍କ ନେତୃତ୍ୱରେ ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଆଉଟ୍ସୋର୍ସିଂ ଓ ଠିକା ବ୍ୟବସ୍ଥା ଉଚ୍ଛେଦ ଦାବିରେ ଓଡ଼ିଶା କର୍ମଚାରୀ ମହାମଂଚର ଆବାହକ ତଥା ରାଜ୍ୟ କର୍ମଚାରୀମାନଙ୍କର ଲଢୁଆ ନେତା ପ୍ରଭାତ ମହାନ୍ତିଙ୍କ ନେତୃତ୍ୱରେ ସାରା ରାଜ୍ୟରେ ଜାରି ରହିଛି ସରକାରୀ କର୍ମଚାରୀଙ୍କ କଳାବ୍ୟାଚ୍ ପିନ୍ଧା ଆନ୍ଦୋଳନ। ମହାସଂଘ ପକ୍ଷରୁ କରାଯାଇଥିବା ଅଭିଯୋଗ ମୂଳେ ଅର୍ଥ ସଚିବ ଗତ ମାର୍ଚ୍ଚ ୧୪ ତାରିଖରେ ଉଚ୍ଚ କ୍ଷମତା ସଂପନ୍ନ କମିଟି ସହିତ ପ୍ରତିନିଧିମାନଙ୍କର ଆଲୋଚନା କରିବାର ପ୍ରତିଶ୍ରୁତି ଦେଇ ମଧ୍ୟ ଚୁପ୍ଚାପ ବସିଛନ୍ତି। କଳାବ୍ୟାଜ୍ ଆନ୍ଦୋଳନ ପରେ ବି ସରକାର ଯଦି ଦାବି ପୂରଣ ନକରନ୍ତି ଆସନ୍ତା ୨୫ ଓ ୨୬ ତାରିଖରେ ସ୍ଥାନୀୟ ଲୋୟର ପିଏମ୍ଜି ଠାରେ ଅନିର୍ଦ୍ଦିଷ୍ଟ କାଳ ଅହୋରାତ୍ର ଗଣଧାରଣା, ଅର୍ଥ ସଚିବ ଓ ମୁଖ୍ୟ ଶାସନ ସଚିବଙ୍କୁ ତାଙ୍କ ବାସଭବନରେ ଦାବିପତ୍ର ଦେବା ସହ ଆସନ୍ତା ୨୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ୍ କରିବାକୁ ‘ନବୀନ ନିବାସ ଚାଲ’ କାର୍ଯ୍ୟକ୍ରମ କରାଯିବାର ନିଷ୍ପତ୍ତି ହୋଇଛି। ଏଥି ଉପଲକ୍ଷେ ଆଜିର ପ୍ରତିବାଦ ସଭାରେ ଆଉଟ୍ ସୋର୍ସିଂ କର୍ମଚାରୀ ସଂଘ, ଭଦ୍ରକ ଶାଖାର ସଭାପତି ଅସୀମାନନ୍ଦ ରାୟ ଓ ମୋହନ କୁମାର ସାହୁ, ଅଜିତ୍ କୁମାର ଦାସ, ରତ୍ନାକର ପରିଡା, ଭୂପତି ରଂଜନ ପଣ୍ଡା, ସ୍ମୃତିରେଖା ମହାପାତ୍ର, କ୍ଷୀରୋଦ ପଣ୍ଡା, ରାଜେଶ ପଣ୍ଡା, କ୍ଷୀରୋଦ ବଳ ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top