କଳାବ୍ୟାଜ୍ ପିନ୍ଧିଲେ ଅଗ୍ନିଶମ କର୍ମଚାରୀ

ଫୁଲବାଣୀ, ୧୮/୧୦(ଓଡ଼ିଆ ପୁଅ/ଅଶୋକ ମହାନ୍ତି), ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦରମାରେ ରହିଥିବା ଅସଂଗତିକୁ ନେଇ କର୍ମଚାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏହି କର୍ମଚାରୀ ମାନେ ପୁଲିସ କ୍ୟାଡର ଭୁକ୍ତ ହୋଇଥିଲେ ହେଁ ଦରମାରେ ଅନେକ ଅସମାନତା ରହିଛି। ୬ଷ୍ଠ ବେତନ କମିଶନରେ ଏହି ଅସଂଗତି ରହିତିବା ବେଳେ ୭ମ ବେତନ କମିଶନରେ ମଧ୍ୟ ଏହାକୁ ଦୂର କରାଯାଇନାହିଁ। ଏହି ଅସମାନତାକୁ ଦୂର କରିବା ଦାବିରେ ଫୁଲବାଣୀ ଅଗ୍ନିଶମ ବିଭାଗ କର୍ମଚାରୀମାନେ ମଙ୍ଗଳବାର କଳାବ୍ୟାଜ୍ ଧାରଣ କରିଛନ୍ତି। ୭ ଦିନ ଧରି ଏହା ଚାଲିବ। ଏହି ଦାବି ସମ୍ପର୍କିତ ଏକ ଦାବିପତ୍ର ଗୃହ ବିଭାଗ ସଚିବଙ୍କୁ ପ୍ରଦାନ କରାଯାଇଛି। କର୍ମଚାରୀ ମାନଙ୍କ ଦାବି ପ୍ରକାରେ ଷଷ୍ଠ ବେତନ ଆୟୋଗ ଅନୁଯାୟୀ ଓଡ଼ିଶା ପୁଲିସ୍ ବିଭାଗର ସିପାହୀ ଓ ହାବିଲଦାର କର୍ମଚାରୀମାନଙ୍କ ସହିତ ଦରମା ଏବଂ ସମସ୍ତ ଭତ୍ତା ସମାନ ଆକାରରେ ଏମାନଙ୍କୁ ପ୍ରଦାନ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଏଥିରେ ଅସଂଗତି ଦେଖା ଦେଇ ସେମାନଙ୍କୁ ପୁଲିସ କର୍ମଚାରୀମାନଙ୍କଠାରୁ କମ୍ ହାରରେ ଦରମା ଓ ଭତ୍ତା ମିଳୁିଛି। ବର୍ତ୍ତମାନ ସପ୍ତମ ବେତନ ଆୟୋଗଙ୍କ ଅନୁଯାୟୀ ମଧ୍ୟ ଏହା ବଳବତ୍ତର ରହିଥିବା ଫାୟାର ହାବିଲଦାର ଚିତରଂଜନ ସାହୁ, ରଂଜନ କୁମାର ଦାସ, ଗଜାନନ ପ୍ରଧାନ, ଅମରେଶ ପଣ୍ଡା, ହାପି ବାରିକ, ଦୀପେନ୍ଦ୍ର ମହାପାତ୍ର, ମହେଶ ବେହେରା ପ୍ରମୁଖ ଆଗ୍ନିକ ଏବଂ ଡ୍ରାଇଭର ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *