ଓଡ଼ିଶା

କଳାବଜାରୀ ଏବଂ ଅସାଧୁ ବେପାରୀଙ୍କ ଓକିଲ ସାଜିଛନ୍ତି ଶାସକ ବିଜେଡିର ସାଂସଦ ପ୍ରସନ୍ନ ଆଚାର୍ଯ୍ୟ: ବିଜେପି

ଭୁବନେଶ୍ୱର/ବରଗଡ, ତା ୨୨/୦୨ (ଓଡ଼ିଆ ପୁଅ) : ବିଜେପୁରରେ ଚିଟ୍ଫଣ୍ଡ ଟଙ୍କାରେ ଶାସକ ବିଜେଡି ନିର୍ବାଚନ ଲଢୁଛି। ବିଜେପୁର ଉପନିର୍ବାଚନ ଜିତିବା ପାଇଁ ଶାସକ ବିଜେଡିର ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏବେ କଳାବଜାରୀ ଏବଂ ଅସାଧୁ ବେପାରୀମାନଙ୍କ ପାଇଁ ଓକିଲାତି ଆରମ୍ଭ କରି ଦେଇଛନ୍ତି। ନିର୍ବାଚନରେ କୈାଣସି ପ୍ରସଙ୍ଗ ନଥାଇ କେବଳ ବିଜେପୁରବାସୀଙ୍କୁ ବିଭ୍ରାନ୍ତି କରିବା ପାଇଁ ଶାସକ ବିଜେଡି ଏପରି ଅପଚେଷ୍ଟା ଚଳାଇଛି। ମୁଖ୍ୟମନ୍ତ୍ରୀ ନିଜ ଦଳକୁ ସ୍ୱଚ୍ଛ କହିବାର ଡେଙ୍ଗୁରା ବଜାଉଥିବାବେଳେ ବେଳେ ତାଙ୍କ ସାଂସଦ କଳାବଜାରି, ମାଫିଆ, ଅସାଧୁ ବେପାରୀ ଏବଂ ଅପମିଶ୍ରଣ କରୁଥିବା ତେଲ ଟାଙ୍କି ମାଲିକଙ୍କୁ ସୁରକ୍ଷା ଦେବାକୁ ଯାଇ ସେମାନଙ୍କ ସପକ୍ଷରେ ଓକିଲାତି କରୁଛନ୍ତି। ଜଣେ ସାଂସଦ ହୋଇ ଏପରି ଅସାମାଜିକ ବ୍ୟକ୍ତି ମାନଙ୍କ ପାଇଁ ଓକିଲାତି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଷ୍ଟ୍ରୀୟ ସଂପାଦକ ସଦସ୍ୟ ଶ୍ରୀ ସୁରେଶ ପୂଜାରୀ କହିଛନ୍ତି।

ଶ୍ରୀ ପୂଜାରୀ କହିଛନ୍ତି ଯେ, ବରଗଡ ଜିଲ୍ଲାରେ ଅଧିକାଂଶ ପେଟ୍ରୋଲ ଟାଙ୍କି ହେଉଛି ବିଜେଡି ଦଳର। ସାଂସଦ ପ୍ରସନ୍ନ ବାବୁଙ୍କ ପରିବାର ସଂର୍ପକୀୟ ଲୋକଙ୍କର ବରଗଡରେ ବି ପେଟ୍ରୋଲ ଟାଙ୍କି ଅଛି। ଯଦି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜନୀତି ଆକ୍ରୋଶ ରଖି ପେଟ୍ରୋଲ ଟାଙ୍କି ବନ୍ଦ କରିଥାନ୍ତେ ତେବେ ପ୍ରସନ୍ନ ବାବୁଙ୍କ ଟାଙ୍କି ବି ବନ୍ଦ ହୋଇଥାନ୍ତା।

ଜଣେ ସାଂସଦ କଳା ବଜାରି ଏବଂ ଅପମିଶ୍ରଣ କରୁଥିବା ପେଟ୍ରୋଲ ପମ୍ଫ ମାଲିକର ଓକିଲାତି କେବଳ ନିର୍ବାଚନୀ ଜିତିବା ପାଇଁ ଏପରି କରୁଛନ୍ତି। ନିର୍ବାଚନୀ କଟକଣା ଭିତରେ କଳା ବଜାରୀ ଏବଂ ଅପମିଶ୍ରଣ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନେବା ପାଇଁ କଣ କଟକଣା ରହିଛି ବୋଲି ଶ୍ରୀ ପୂଜାରୀ ପ୍ରଶ୍ନ ଉଠାଇଛନ୍ତି।

ଆଇନ ତାବାଟରେ ଯିବ। କଳାବଜାରୀ ଅପମିଶ୍ରଣ କରୁଥିବା ଟାଙ୍କି ମାଲିକମାନଙ୍କ ପାଇଁ ଓକିଲାତି କରିବା ରାଜ୍ୟ ପାଇଁ ଶୁଭ ଲକ୍ଷଣ ନୁହେଁ। କେବଳ ବିଜେପିକୁ ସବୁ ସମୟରେ ଦାୟୀ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ବରଗଡବାସୀ ଶାସକ ଦଳର ମନ୍ତ୍ରୀ ସୁଶାନ୍ତ ସିଂଙ୍କର ଅପରାଧିକ ପୃଷ୍ଠଭୂମିକୁ ଜାଣିଛନ୍ତି। କିଛିଦିନ ତଳେ ବିଜେପି କାର୍ଯ୍ୟକର୍ତାଙ୍କୁ ସୁଶାନ୍ତ ସିଂ ମାଡ ମାରିଛନ୍ତି। ପୂର୍ବରୁ ବିଜେପି କାର୍ଯ୍ୟକର୍ତାଙ୍କ ଘରକୁ ଗୁଳିକାଣ୍ଡ ଘଟଣାରେ ସୁଶାନ୍ତ ସିଂଙ୍କ ସଂପୃକ୍ତି ରହିଛି। ଅନ୍ୟପଟେ ନିର୍ବାଚନ ସଂସ୍କାର ମର୍ଯ୍ୟାଦା ଭିତରେ ରହି ନିର୍ବାଚନ ହେବା ଆବଶ୍ୟକ ବୋଲି ଶ୍ରୀ ପୂଜାରୀ କହିଛନ୍ତି। (ଫାଇଲ ଫଟୋ)

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top