କଳାପାଣିରେ କଳାଦିନ: ଚାଷି ଆତ୍ମହତ୍ୟାର ମୂଲ କାରଣ ଓ ନିରାକରଣ ମାଧ୍ୟମ

ଜଗଦୀଶ ସୁନା, ବଙ୍ଗୋମୁଣ୍ଡା
ଏନ୍.ଏଫ୍.ଆଇ. ମିଡିଆ ଫେଲୋ

ଭାରତ କୃଷି ପ୍ରଧାନ ଦେଶ । ଏହି ଦେଶରେ ଶତକଡା ୮୦ ଭାଗ ଲୋକ ଚାଷ ଉପରେ ନିର୍ଭର ହୋଇ ରହନ୍ତି । ବର୍ଷ ଶାରା ଖରା, ବର୍ଷା, ଶୀତ ସହ ଯୁଝୀ ବେଶ ଦୁଇ ପଇସା ରୋଜଗାର କରି ନିଜ ପରିବାର କୁ ପ୍ରତିପୋଷଣ କରିଥାନ୍ତି । ଏହି କୃଷି ପ୍ରଧାନ ଦେଶ ରେ ପୂର୍ବରୁ ରୁ ଚାଷି ଭାଇ ମାନେ ଯେତ କଷ୍ଟ ହେଲେ ମଧ୍ୟ ଆନନ୍ଦ ର ସହ ଚାଷ କରି ପେଟ ପାଟଣା କରୁଥିବା ର ଆବାହାନ କାଳରୁ ଉଦାହରଣ ହୋଇ ରହିଛନ୍ତି । ହେଲେ ଗତ ଦୁଇ ତିନି ବର୍ଷ ମଧ୍ୟରେ ଚାଷି ଭାଇ ମାନଙ୍କ ମଧ୍ୟରେ ଏକ ବିରାଟ ବ୍ୟତିକ୍ରମ ଦେଖା ଦେଇଛି । ଯାହାକି ଦେଶ ପାଇଁ, ସମାଜ ପାଇଁ କଲଙ୍କିତ ଅଧ୍ୟାୟ । ଗତ ତିନି ବର୍ଷ ମଧ୍ୟରେ ରେ ଅର୍ଥାତ ୨୦୧୫,୨୦୧୬ ଓ ୨୦୧୭ ମଧ୍ୟରେ ଚାଷି ଭାଇ ମାନଙ୍କ ସମସା୍ୟ କୁ ନେଇ ଅନୁଧ୍ୟାନ କଲେ ଜଣାଯାଏଯେ, ସେହି ବର୍ଷ ମାନଙ୍କ ରେ ଅନେକ ଚାଷି ମାନେ ନିଜ ଫଷଲ ନଷ୍ଟ ନେଇ ଆତ୍ମ ହତ୍ୟା କରିଥିବା ର ପରିଲକ୍ଷିତ ହୋଇଛି । ଯାହାଫଲରେ କି ଏମିତି ଦୁଃଖଦ ସଙ୍ଗିନ ଅଭିଯୋଗ ନେଇ ସମଗ୍ର ଓଡିଶା ତଥା ଭାରତ ବର୍ଷ ରେ ଚହଲ ସୃଷ୍ଟି କରିଛି । ଏଥି ରେ ଦାୟୀ କିଏ ? ନା ସମଜ, ନା ସରକାର, ନା ପାରିପାର୍ଷିକ ଲୋକ ? କ’ଣ ଏମିତି ଭୟାବହ ହେଲେ ଯେ ମଣିଷ ନିଜ ଜୀବନ କୁ ଆତ୍ମହତ୍ୟା କରିବାପାଇଁ ଚୁଡାନ୍ତ ନିଷ୍ପତି ନେଇଥିଲେ । ତେବେ ଏହି ପରିପ୍ରେକ୍ଷିରେ ବରଗଡ ଜିଲ୍ଲା ଜଳସେଚିତ ଅଂଚଳରେ ଆତ୍ମ ହତ୍ୟା କରିଥିବା ଚାଷି ଭାଇ ମାନଙ୍କ ମଧ୍ୟରୁ ବୃନ୍ଦା ସାହୁଙ୍କ ସଂପର୍କରେ ଏକ ବିସ୍ତୃତ ବିବରଣୀ ।

 

ଜଳସେଚୀତ ବରଗଡ ଜିଲ୍ଲ୍ା ଯାହାକି ବରଗଡ, ବରପାଲି, ଭେଡେନ୍ ଓ ଅତାବିରା ବ୍ଲକ ମାନଙ୍କରେ ଦୁଇ ପର୍ଯ୍ୟାୟରେ ଧାନ ଫଷଲ ଅମଲ କରାଯାଇଥାଏ । ଏହି ବ୍ଲକ ମାନଙ୍କରେ ବ୍ୟାପକ ମାତ୍ରାରେ ଧାନ ଫଷଲ ଉତ୍ପାଦନ କରାଯାଇଥିବାରୁ ଓଡିଶାର ‘ଭାତହାଣ୍ଡି’ ବୋଲି ଲୋକେ ଆଖ୍ୟା ଦେଇଛନ୍ତି । କିନ୍ତୁ ବିଡମ୍ବନାର ବିଷୟ ଗତ ବର୍ଷ ମାନଙ୍କ ରେ ଜଳ ସେଚିତ ଅଂଚଳର ଚାଷି ଭାଇ ମାନଙ୍କର ମେରୁଦଣ୍ଡ ଭାଙ୍ଗି ଯାଇଥିଲା । ଏହି ଅଂଚଳ ମାନଙ୍କରେ ମରୁଡି ହେବାର ତ ପ୍ରଶ୍ନ ଉଠୁନାହିଁ, ଦଇବର ଦୁର୍ବିପାକ ଅକସ୍ମାତ ଚକଡା ପୋକ ଲାଗିଯିବାରୁ ଧାନ ଫଷଲ ଗୁଡିକ ବ୍ୟାପକ ମାତ୍ରା ରେ ନଷ୍ଟ ହୋଇଯାଇଥିଲା । ଯାହାଫଳରେ ଚାଷି ଭାଇ ମାନେ ମାନଷିକ ଭାରକ୍ରାନ୍ତ ହରାଇବା ସାଙ୍ଗ କୁ ଅତ୍ୟଧିକ ଋଣ ବୋଝର ଶିକାର ହୋଇ ଚୁଡାନ୍ତ ପର୍ଯ୍ୟାୟରେ ଆତ୍ମ ହତ୍ୟା କରିନେଇଥିଲେ । ୪୫ ବର୍ଷର ବୃନ୍ଦା ସାହୁ, ସେ ଜଣେ ପରିଶ୍ରମୀ, ଭାଗଚାଷୀ ଓ ଧର୍ଯ୍ୟବାନ ବ୍ୟକ୍ତି । ବରଗଡ ଜିଲ୍ଲା ସଦର ବ୍ଲକ କଲାପାଣି ଗାଁ ର । ଭାଗଚାଷି ଭାବେ ଦୀର୍ଘ୧୫ ବର୍ଷ ଠାରୁ ଜଲସେଚିତ ଅଂଚଲ ବରାହଗୁଡା ଓ କଲାପାଣି ଗାଁରେ ଚାଷ କରିଆସୁଥିଲେ । ତାଙ୍କର ଜମି ନାହିଁ କି ପିତ୍ରୁ ଅର୍ଜିତ ସମ୍ପତ୍ତି ମଧ୍ୟ ନାହିଁ । ସରକାରୀ ଗୋଚର ସ୍ଥାନରେ ଘର ଖଣ୍ଡେ ତିଆରିକରି କଲାପାଣି ଚୈାକ ରେ ରହିଆସୁଛନ୍ତି । ତାଙ୍କ ନିଜ ଘର ଝାର୍ ବଲାଙ୍ଗିର । ଦୀର୍ଘ ୪୦ ବର୍ଷରୁ ସେ କାମ ଅନ୍ୱେଷଣରେ ବରଗଡ ଜିଲ୍ଲା କୁ ଚାଲିଆସି ସେଠାରେ କୁଲି ମଜୁରି କରି ଚଲିଆସୁଥିଲେ । ଧିରେ ଧିରେ ଲୋକମାନଙ୍କ ସହ ସୁ ସଂପର୍କ ସ୍ଥାପନ କରି ଲୋକ ମାନଙ୍କ ଠାରୁ ଭାଗ ଚାଷି ରୁପେ ଜମି ନେଇ ନିଜ ପରିବାର କୁ ପ୍ରତିପୋଷଣ କରି ଆସୁଥିଲେ । ତାର ବୃତ୍ତି ହାଇଥିଲା ଭାଗ ଚାଷି ରୁପେ ପରିଚୟ । ବୃନ୍ଦା ସାହୁଙ୍କ ବର୍ତ୍ତମାନ ୨୨ ବର୍ଷ ର ପୁଅ ରାଜେଶ ଓ ୧୮ ବର୍ଷ ର ଝୀଅ ପ୍ରିତି ସାହୁ ସହ ମାଁ ଶୋଭାସିନି ରହିଛନ୍ତି । ପୂର୍ବରୁ ତା ବଡ ଝୀଅ ପୁଷ୍ପାଞ୍ଜଲି ସାହୁ ଙ୍କ ବିବାହ କରିସାରଥିଲେ । ତାଙ୍କ ନିଜ ପସନ୍ଦ ରହୁଥିଲା ଜଳସେଚିତ ଅଂଚଳ ରେ ଭଳ ଫସଳ ଅମଳ କରିବାପାଇଁ ଦୁଇ ପର୍ଯ୍ୟାୟରେ ଧାନ ଚାଷ କରି ତା ସହିତ ପରିବା ଚାଷ ମଧ୍ୟ କରି ବସୁଥିଲେ ଓ ଆରାମରେ ପରିବାର ପ୍ରତିପୋଷଣ କରୁଥିଲେ ଏବଂ ମହାଜନଙ୍କ ଠାରୁ ଧାର କରଜ ଛୁଟିବା ସାଙ୍ଗ କୁ ନେଇଥିବା ଭାଗ ଚାଷି ମାଲିକ ଙ୍କୁ ମଧ୍ୟ ରାଜି ହୋଇଥିବା ଏକର ଜମି କୁ ୯ ବସ୍ତା ଧାନ ଦେବା ରେ କୈଣସି କଷ୍ଟ ହେଉନଥିଲା । କିନ୍ତୁ ଗତ ବର୍ଷ ଆର୍ଥିକ ଅନାଟନର ସମସ୍ୟା ସମ୍ମୁଖିନ ହେବାକୁ ପଡିଥିଲା । ଅକସ୍ମାତ ଚକଡା ପୋକ ଲାଗି ଯିବାରୁ ତାଙ୍କର ବିଲରେ ଧାନ ଫଷଲ ସବୁ ନଷ୍ଟ ହୋଇ ଯାଇଥିଲା । ସ୍ଥାନୀୟ ରାଜସ୍ୱ ଅଧିକାରୀ ଓ ତହସିଲଦାରଙ୍କୁ ଜଣାଇବା ସତ୍ତ୍ୱେ ତାଙ୍କ କଥା କୁ ଶୁଣିବାରେ ବିଲମ୍ବ କରିଥିଲେ । ବିଭିନ୍ନ ଜମି ମହାଜନ ଙ୍କ ଠାରୁ ୧୬ ଏକର ଜମି ନେଇ ଗତ ବର୍ଷ ଧାନ ଚାଷ କରିଥିଲେ । ଜମିରେ ଧାନ ଫଷଲ ହେଲେ ଚାଷ ବାବଦକୁ ଏକର ପିଛା ୯ ବସ୍ତା ଧାନ ଦେବା ପାଇଁ ମହାଜନଙ୍କ ନିକଟ ରେ ରାଜି ହୋଇ ଚାଷ କରିଥିଲେ । ଯେହେତୁ ନିଜ ରୟତି ଜମି ନଥିବାରୁ ସେ ସେବା ସମବାୟ କୃଷି ବ୍ୟାଙ୍କ କିମ୍ବା କୌଣସି ସରକାରୀ କିମ୍ବା ଅଣସରକାରୀ ବ୍ୟାଙ୍କ ମାନଙ୍କ ଠାରୁ କୃଷି ଋଣ ନେବାରେ ବଂଚିତ ରହିଥିଲେ । ଫଳରେ ବାଧ୍ୟ ହୋଇ ମହାଜନଙ୍କ ଠାରୁ ହାତକରଜ ଧାର ଶତକଡା ତିନି ଟଙ୍କା ହାରରେ ଚାରିରୁ ପାଂଚ ଲକ୍ଷ ଟଙ୍କା ଚାଷ ବାବଦକୁ ଋଣ ନେଇ ଚାଷ କରିଥିବା ତା ପୁଅ ଓ ସଂପର୍କିୟ ଲୋକେ କହି ବସନ୍ତି । ଧାନ ଫଷଲ ଚାଷ କରିବାପାଇଁ ବିଭିନ୍ନ ଦୋକାନୀ ଓ ମହାଜନ ଙ୍କ ଠାରୁ ଭିନ୍ନ ଭିନ୍ନ ସମୟରେ ହାରା ହାରି ୪ ରୁ ୫ ଲକ୍ଷ୍ୟ ଟଙ୍କା ଧାର ନେଇ ଚାଷ କରିଥିବାର ସ୍ଥାନିୟ ଲୋକେ ମଧ୍ୟ କହନ୍ତି । ବୃନ୍ଦା ସାହୁ ତାଙ୍କ ଚାଷ କୁ ସହଯୋଗ କରିବାପାଇଁ କୁଲି ଜଣକୁ ମଧ୍ୟ ରଖିଥିଲେ । ଫସଳ ନଷ୍ଟ ନେଇ ବାରମ୍ବାର ଅଭିଯୋଗ ପରେ ଉଚ୍ଚ ପଦସ୍ଥ ଅଧିକାରୀ ମଧ୍ୟ ଶୁଣିଲେ ନାହିଁ । ଫଳରେ ଚିନ୍ତାର ମାତ୍ରା ବୃଦ୍ଧି ହେବାକୁ ଲାଗିଲା । ଏକ ପଟେ ମହାଜନି ଋଣ, ଅନ୍ୟପଟେ ଭାଗ ଚାଷୀକୁ ଧାନ ଫେରସ୍ତ ଏବଂ ଅନ୍ୟପଟେ ପରିବାର ପ୍ରତିପୋଷଣ ସାଙ୍ଗକୁ ପୁଅଝୀଅ ମାନଙ୍କର ପାଠପଢା ବାବଦକୁ ଖର୍ଚ୍ଚ, ଏସବୁ ନେଇ ତା ମୁଣ୍ଡକୁ ଘାରିଥିଲା ନିତିଦିନ ଚିନ୍ତା । ଏସବୁ ସମସ୍ୟା ନେଇ ନିଜ ଘର ପରିବାରକୁ କେବେ ହେଲେ ସମସ୍ୟା ବାବଦରେ ଚର୍ଚ୍ଚା କରୁନଥିଲେ କି କହୁନଥିଲେ । ସେ ସଦାବେଳେ ପରିବାର ଲୋକଙ୍କୁ ସୁଖିରେ ରଖିବାକୁ ଚାହୁଁଥିଲେ । ତିଳେ ହେଲେ ଚିନ୍ତା ଦେବାକୁ ଚାହୁଁନଥିଲେ । କେବଳ ଚାଷି ଭାଇ ମାନଙ୍କ ସହ ନିଜ ଦୁଃଖ କଥା ଜଣାଇ ସଦାବେଳେ କହୁଥିଲେ ଫସଳ ସବୁ ନଷ୍ଟ ହୋଇଗଲା ବୋ, ଟଙ୍କା ଜହ ଖର୍ଚ୍ଚ ହୋଇଛେ, ଋଣ ସୁଝୀ ହେବ ନାହିଁ, ଭାରି ମୁସକିଲ୍ ପଡିଗଲା ବୋଲି ବାରମ୍ବାର କହି ବସୁଥିଲେ । ଶେଷରେ ରାଗ ହୋଇ ନିଜ ଧାନ ଫସଳକୁ ବାଧ୍ୟ ହୋଇ ପୋଡି ଦେଇଥିଲେ । ଏହା ପରେ ସ୍ଥାନୀୟ ପ୍ରଶାସନ ର ସାମନ୍ୟ ଚେଇଁବା ଆରମ୍ଭ ହୋଇଥିଲା । ୧ ନଭେମ୍ବର ୨୦୧୭ ମସିହା ରେ ବୃନ୍ଦା ସାହୁ ବିଷ ପାନ କରି ନିଜ ଜମି ରେ ଆତ୍ମ ହତ୍ୟା କରିଥିଲେ ବୋଲି ତାଙ୍କ ପୁଅ ରାଜେଶ ସାହୁ, କାକା ପୁଅ ଅନନ୍ତ ସାହୁ ଓ ବୃନ୍ଦା ଙ୍କ ବଡ ଭାଇ ନାରଦ ସାହୁ କହି ବସନ୍ତି । ବେଶି ପରିମାଣରେ ସାର ବାବଦ କୁ ଖର୍ଚ୍ଚ ଏକର ପିଛା ତିନି ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା । ପୁଣି ଅନ୍ୟାନ୍ୟ ଖର୍ଚ୍ଚ ଚାଷ ସମୟ ରେ ଲାଗିଥିବା ନେଇ ତା ସାଥି ଚାଷି ଭାଇ ମାନଙ୍କୁ ବାରମ୍ବାର କହି ବସୁଥିଲେ ।


ସରକାର ଯଦି ମୋ ବାପା ଙ୍କ କଥା କୁ ଟିକିଏ ହେଲେ ଆଗତୁରା ଶୁଣିଥାନ୍ତେ ଓ ତାଙ୍କୁ କିଛିନହେଲେ ମଧ୍ୟ ଆଶ୍ୱାସନାଟିଏ ଦେଇଥାନ୍ତେ ତାହା ହେଲେ ମୋର ବାପା ଆତ୍ମ ହତ୍ୟା କରିନଥାନ୍ତା ବୋଲି କହି ବସନ୍ତି ତାର ପୁଅ ରାଜେଶ ଓ କାକା ପୁଅ ଅନନ୍ତ । ରାଜସ୍ୱ ଅଧିକାରି ଶୁଣିନାହିଁ କି ତହସିଲଦାର ମହୋଦୟ ମଧ୍ୟ ଶୁଣିଲେ ନାହିଁ ବା ଧର୍ଯ୍ୟ ଧରିବାପାଇଁ ରାହାତ ମୁଲକ କ୍ଷତି ପୁରଣ କଥା କହିନଥିଲେ । ଚକଡା ପୋକ ଦାୟୀ ନୁହଁ, ପ୍ରଶାସନିକ ଅବହେଲା ଦାୟୀ ବୋଲି ତାର ପୁଅ ଓ ଭାଇ ପୁଅ କହି ବସନ୍ତି । କିନ୍ତୁ ଏ ନେଇ ବରଗଡ ଜିଲ୍ଲା କୃଷି ବିଭାଗର କୃଷି ଉପ-ନିଦେ୍ର୍ଦଶକ ତଥା ପ୍ରକଳ୍ପ ନିଦେ୍ର୍ଦଶକ ଆତ୍ମା ର ଶ୍ରୀ ଦୀନବନ୍ଧୁ ଗାନ୍ଧୀଙ୍କୁ ପଚାରିବାରେ ସେ କହିଥିଲେ ୧୬ ଏକର ଭାଗଚାଷ ପରିବର୍ତ୍ତେ ୧୩ ଏକର ଚାଷ କରିଥିବା କଥା କହିଥିଲେ, ପୁଣି ୧୮ ଡିସମିଲ ଜାଗାରେ ଚକଡା ପୋକ ଖାଇଥିଲା, ତାହା ଆମ୍ଭେ ମାନେ ଆକଳନ କରିଥିଲୁ । ତାଙ୍କୁ ଲୋକେ ଉସ୍କାଇବା ଦ୍ୱାରା ଆତ୍ମହତ୍ୟା କରିନେଇଥିଲା, ନଚେତ କରିନଥାନ୍ତା । ଆତ୍ମହତ୍ୟା ପୂର୍ବରୁ ସର୍ବେ କାମ କରାଯାଇଥିଲା ଓ ଇନ୍ପୁଟ୍ ସବ୍ସିଡି ଦିଆଯିବ ବୋଲି ଘୋଷଣା ମଧ୍ୟ ହୋଇଥିଲା । ସେ ଧର୍ଯ୍ୟହରା ହୋଇଥିଲେ ବୋଲି କହନ୍ତି । ପୁଣି କହିଥିଲେ ଯେଉଁ ମାନେ ଆତ୍ମହତ୍ୟା କରୁଛନ୍ତି ଚାଷ ଜମିକୁ ନେଇ ତାହା ଆତ୍ମହତ୍ୟା ନୁହଁ, ବିଭିନ୍ନ କାରଣରୁ ହୋଇଛି । ବିଶେଷ କରି ପାରିବାରିକ ସମସ୍ୟା ନେଇ ହୋଇଛି । ତାହାକୁ ରୁପ ଦିଆଯାଇଛି ଚାଷକ୍ଷତିରୁ ଛଆତ୍ମହତ୍ୟା ବୋଲି । ଆଗରୁ ଯେମିତି ଚାଷ ହେଉଥିଲା ଏବେ ମଧ୍ୟ ସେମିତି ହୋଇଛି । ପୁଣି ସଙ୍ଗିନ ମତ ଦିଅନ୍ତି ପୋଲିସ ଦଣ୍ଡବିଧାନକୁ ଫାଙ୍କିବାପାଇଁ ସହଜ ଉପାୟ । ଏହା ବ୍ୟତିତ ସରକାରୀ ସହାୟତା ରାଶି ମିଳିବ କେମିତି ଏଥିନେଇ ଏହିସବୁ କାରଣ ଭିଆଉଛନ୍ତି । ବୃନ୍ଦା ସାହୁଙ୍କ ଆତ୍ମହତ୍ୟାକୁ ନେଇ ରାଜସ୍ୱ ଅଧିକାରୀ କଲାପାଣିର ଶ୍ରୀ ବାବାଜି କୁମାର ଧିର କହନ୍ତି, ପୂର୍ବରୁ ବୃନ୍ଦା ସାହୁଙ୍କ ଚାଷ ତଦନ୍ତ କରାଯାଇଥିଲା, ଚକଡା ପୋକ ଖାଇଥିବା ନେଇ ତଦନ୍ତ କରିଥିବା ସମୟର ଭିଡିଓ କ୍ଲିପିଙ୍ଗ ମଧ୍ୟ ସାକ୍ଷ ଭାବେ ମହଜୁଦ ହୋଇ ରହିଛି । ୧୬ ଏକର ଜମିରେ ଭାଗ ଚାଷ କରିଥିବା କଥା ସ୍ୱିକାର କରି ୧୬ ଏକର ଜମି ମଧ୍ୟରୁ ବରାହଗୁଡା ଓ କଲାପାଣି ଗ୍ରାମରେ ରହିଥିବା ଜମି ମାନଙ୍କରେ ୬ ଏକର ଜମିରେ ଚକଡା ପୋକ ଲାଗିଥିଲା । ବରଗଡ ଜିଲ୍ଲାପାଳ ୨୫ ନଭେମ୍ବର ୨୦୧୭ରେ ଚକଡା ସମ୍ବନ୍ଧିୟ ମିଟିଙ୍ଗର ଆୟୋଜନ କରିଥିଲେ ଏବଂ ୨୯ ତାରିଖ ସୁଦ୍ଧା ରିପୋର୍ଟ ପ୍ରଦାନ କରିବା ପାଇଁ ବରଗଡ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିଦେ୍ର୍ଦଶ ଦିଆଯାଇଥିଲା । କିନ୍ତୁ ତା ପୂର୍ବରୁ ମୁଁ ବୃନ୍ଦା ସାହୁଙ୍କ ଜମିକୁ ପରିଦର୍ଶନ କରିଯାଇଥିଲି, କେବଳ ୧୮ ଡିସିମିଲ ଜାଗାରେ ହୋଇଥିବା ଧାନ ଫସଳକୁ ପୋଡି ଦେଇଥିଲେ । କୃଷି ଉପନିଦେ୍ର୍ଦଶକ କହିବା ଭୁଲ୍ ଥିଲା । ତାହା ମଧ୍ୟ ତା’ ଜମିକୁ ଲାଗି ଅନ୍ୟ ଦୁଇଜଣ ଭାଗ ଚାଷିଙ୍କ ଜମିରେ ମଧ୍ୟ ନିଆଁ ଲାଗିଥିଲା । କିନ୍ତୁ ବୃନ୍ଦା ସାହୁଙ୍କ ଜମିରେ ନିଆଁ ଲାଗିଥିବା ରିପୋର୍ଟ ଦର୍ଶାଇଥିଲୁ । ସେ ଚାଷ ଜାଲି ଦେଇଥିବା ନେଇ ଅନ୍ୟ ମାନେ ତାଙ୍କୁ ଭୟଭିତ କରାଇଥିଲେ ଓ ଅନ୍ୟ ପ୍ରକାରର ତାଙ୍କୁ ଚିତ୍ରଣ କରିବାରୁ ସେ ଭୟଭିତ ହୋଇ ଆତ୍ମହତ୍ୟା କରିଥାନ୍ତି ବୋଲି ରାଜସ୍ୱ ଅଧିକାରି କହନ୍ତି । ପୁଣି କହି ବସନ୍ତି ବୃନ୍ଦା ସାହୁଙ୍କ ସ୍ତ୍ରୀଙ୍କ ନାମରେ ୬ ଡିସିମିଲ ରୟତି ଜାଗା ଥିବାରୁ କଲାପାଣିରେ ଘର ତିଆରି କରିଥିଲେ, ତାହା ମଧ୍ୟ ଇନ୍ଦିରା ଘର ବାବଦରୁ ପାଇଥିଲେ ୨୫ ହଜାର ଟଙ୍କା, ତାହା ସ୍ପଷ୍ଟ ତଦନ୍ତରୁ ଜଣାପଡିଥିଲା । ଚକଡା ପୋକ ବାବଦରେ ଚାଷର କ୍ଷତି ନେଇ ଦୁଇ ହେକ୍ଟରକୁ ୨୭ ହଜାର ଟଙ୍କା ଇନ୍ପୁଟ ସବ୍ସିଡି ଦିଆଯାଇଥିଲା । ସେହିବର୍ଷ କଲାପାଣି ଗାଁରେ ୭୦ ଶତକଡା ଓ ବରାହଗୁଡା ଗାଁରେ ୬୫ ଶତକଡା ଚାଷ ଜମିରୁ ଚକଡା ପୋକ ଲାଗି କ୍ଷତି ହୋଇଥିବା କଥା ରାଜସ୍ୱ ଅଧିକାରୀ କହିବସନ୍ତି । ଏ ନେଇ ବୃନ୍ଦା ସାହୁଙ୍କ କାକା ପୁଅ ଅନନ୍ତ କହନ୍ତି, ବୃନ୍ଦାଙ୍କ ସ୍ୱଶୁର ତା’ ଝୀଅ ପାଇଁ ଯିଏକି ମୋ ମାଇଁ ହେବ ତାଙ୍କ ନାମରେ କୌଣସି ଜାଗା ନଥିବା ନେଇ ମାତ୍ର ୬ ଡିସିମିଲ ଜାଗା ବରାହଗୁଡାରେ ବିବାହ ସମୟରେ ଦେଇଥିଲେ । କିନ୍ତୁ ବୃନ୍ଦାଙ୍କ ନାମରେ କୌଣସି ଜମିନଥିବା କହିବସିଥିବା ବେଳେ ତା ପୁଅ ରାଜେଶ ମଧ୍ୟ ଜମି ଦେଇଥିବା କଥା ସ୍ୱିକାର କରନ୍ତି । ବର୍ତ୍ତମାନ ବୃନ୍ଦା ସାହୁ ମୃତ୍ୟୁ ହୋଇ ପାଂଚ ମାସ ବିତିଗଲାଣି କିନ୍ତୁ ଜମିର ଫସଳ ବିମା ଆଜିଜାଏ ମିଳି ପାରି ନାହିଁ । ସରକାରଙ୍କ ଦେଇଥିବା ଗାଢ ପ୍ରତିଶୃତି ଯାହାକି ଚାରି ଡିସିମିଲ ଜାଗା ଓ ରହିବା ପାଇଁ ଘର ଯୋଗାଇବାର ବ୍ୟବସ୍ଥା ଆଯିଜାଏ ମିଳିପାରି ନାହିଁ । କେବଳ ଭାଗ ଚାଷ କରିଥିବା ୧୬ ଏକରରୁ ୨୬ ହଜାର ଟଙ୍କା ଇନ୍ପୁଟ୍ ସବ୍ସିଡି ଆକାରରେ ଦିଆଯାଇଥିଲା । ତାହା ମଧ୍ୟ ଗତ ଏପ୍ରିଲ ଓ ମାର୍ଚ୍ଚ ମାସରେ ଦୁଇ କିସ୍ତିରେ ମିଳିଥିଲା । କିନ୍ତୁ ଏ ଯାବତ୍ ଜମିର ସବୁ ପରିମାଣ ଟଙ୍କା ମିଳିପାରି ନାହିଁ । ସରକାର ଘୋଷଣା କରିଥିଲେ ଯେ ଜଳସେଚିତ ଜମି ମାନଙ୍କରେ ହେକ୍ଟର ପିଛା ୧୩ହଜାର ୫୦୦ ଟଙ୍କା ଦିଆଯିବା ପାଇଁ । ତାହା ମଧ୍ୟ ମିଳିପାରି ନାହିଁ । କେବଳ ଆତ୍ମହତ୍ୟା ପରେ ସରକାରି ରେଡ୍କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନାରୁ ୨ ହଜାର ଟଙ୍କା ଦିଆଯାଇଥିଲା ।
ଚାଷୀ ଆତ୍ମହତ୍ୟା ମୂଳ କାରଣ ସଂପର୍କରେ ସ୍ଥାନୀୟ ବୁଦ୍ଧିଜିବୀ ତଥା ସମାଜସେବୀ କମଳେଶ ମହାନ୍ତି ମତ ଦିଅନ୍ତି
– ଓଡିଶାରେ ଚାଷକୁ ଶିଳ୍ପିର ମାନ୍ୟତା ଦିଆଯାଇ ପାରୁନାହିଁ ।
– କୃଷି ଉତ୍ପାତ ସାମଗ୍ରୀର ଉଚ୍ଚିତ ମୂଲ୍ୟ ଚାଷି ପାଇ ପାରୁ ନାହିଁ ।
– ବଜାର ସହ ତାଲ ଦେଇ ଚାଷ ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ନିର୍ଧାରଣ ହୋଇ ପାରୁ ନାହିଁ ।
– ଜୈବି ଦୁର୍ବିପାକ ପାଇଁ ଯୁଦ୍ଧ କାଳିନ ଭିତ୍ତିରେ ସରକାର ଠୋସ ପଦକ୍ଷେପ ନେବାରେ ବିଫଳ ହୋଇଛନ୍ତି
ବରଗଡର ସମାଜସେବୀ ଡ. ବିରେନ୍ଦ୍ର କୁମାର ବାଗ ମତ ଦିଅନ୍ତି, ଆତ୍ମହତ୍ୟା କୌଣସି ସମାଧାନର ପନ୍ଥା ନାହିଁ । ବରଂ ଆତ୍ମହତ୍ୟ କଲେ ନିଜ ପରିବାର ସମୂଳେ ଦୁଃଖରେ କବଳିତ ହୋଇଯିବ । ସ୍ତ୍ରୀ, ପୁଅ, ଝୀଅ ସମସ୍ତେ ଘରର ମୁରବୀର ଅନୁପସ୍ଥିତିରେ ଆହୁରି ବୋଝ ଅନୁଭବ କରିବେ । ପୁଣି ବଡ ଦୁର୍ଭାଗ୍ୟର କଥା ସେହି ଜମି କ୍ଷେତକୁ ଆଶରା କରି ପରବର୍ତ୍ତୀ ଜୀବନହିଁ ବିତିବ । ତେବେ କୌଣସି ଆତ୍ମହତ୍ୟା ନକରି ତାର ସମାଧାନର ପନ୍ଥା ପାଇଁ ସରକାରର କୃଷି ବିଭାଗ, ବ୍ୟାଙ୍କ ଏପରିକି କୌଣସି ବ୍ୟକ୍ତି ମହାଜନଙ୍କ ଠାରୁ ଆଣିଥିବା ଋଣ ସଂପର୍କରେ ଆଲୋଚନା କରି ତାକୁ ପରବର୍ତ୍ତି ସମୟରେ ପରିଶୋଧ ପାଇଁ ଅନୁରୋଧ କରିବା ଉଚ୍ଚିତ । ଏତଦ୍ ବ୍ୟତିତ ସରକାର ମଧ୍ୟ କୌଣସି ଚାଷି ଆତ୍ମହତ୍ୟାକୁ ଦାୟିତ୍ୱହୀନ ମନ୍ତବ୍ୟ ନଦେଇ ତାକୁ ଗୁରୁତ୍ୱ ସହ ବିଚାର କରିବା ଉଚିତ ।

ନିରାକରଣ ମାଧ୍ୟମ –
– ଚାଷର ସର୍ବନିମ୍ନ ମୂଲ୍ୟ ନିଦ୍ଧାରଣ ସମୟରେ ବଜାର ସହ ତାଲ ଦେଇ ମୂଲ୍ୟ ନିଦ୍ଧାରଣ କରିବାର ଜରୁରି ।
– ଚାଷି ମାନଙ୍କୁ ଚାଷ ସଂପର୍କରେ ଟେକ୍ନିକାଲ ତାଲିମ ଦେବାର ଆବଶ୍ୟକତା ରହିଛି ।
– ସରକାର ବା କର୍ମଚାରୀ ଜଣେ କୌଣସି ପଦବୀରେ ଅଲଂକୃତ କରିବା ପୂର୍ବରୁ ବିଭିନ୍ନ ପ୍ରକାର ପ୍ରଶିକ୍ଷଣ ବ୍ୟବସ୍ଥା କେନ୍ଦ୍ର ଓ ରାଜ୍ୟ ସରକାର କରିଥାନ୍ତି । କିନ୍ତୁ ଚାଷକୁ ଚିରାଚରିତ କଥା ଭାବରେ ବିବେଚନା କରି ଚାଷକୁ ଚାଷ ଉପଯୋଗୀ ପ୍ରଶିକ୍ଷଣରୁ ବଂଚିତ କରାଯିବାରୁ ମନଇଚ୍ଛା ଚାଷ କରି କ୍ଷତି ସହି ଶେଷକୁ ଆତ୍ମ ହତ୍ୟାର ରାସ୍ତାକୁ ବାଛନ୍ତି । ପ୍ରଶିକ୍ଷଣ ନିହାତି ଜରୁରି, ଏହାକୁ କେହିବି ଏଡାଇ ପାରିବେ ନାହିଁ ।
– ଜଳ ସେଚନ ଲାଗି ଅଣୁ ଯୋଜନା ଅର୍ଥାତ୍ ଗୃହ ଯୋଜନା ନ କରି ଅଣୁ ଯୋଜନା ତିଆରି କରିବା
– ପାଂଚ ଜଣ ଚାଷି ଭାଇଙ୍କ ଆଡି ଉପରେ ପୋଖରି ଖନନ, ବନ୍ଧକଟା ଖନନ, ଗଭୀର କୁଅ ଖନନ
– ଜଳ ସେଚୀତ ଅଂଚଳରେ ରସାୟନିକ ସାର ଓ କିଟ ନାଶକର ବହୁଳ ବ୍ୟବହାରକୁ ଖୁବ୍ ଶିଘ୍ର ରୋକାଯିବାକୁ ସରକାରି ଉଦ୍ୟମ ନହେଲେ କ୍ରମାଗତ ଭାବେ ଚାଷ ଉତ୍ପାଦନ ହ୍ରାସ ଘଟିବା ସହ ରୋଗପୋକ ଦାଉରୁ ଚାଷକୁ ରକ୍ଷା କରିବା ସରକାରଙ୍କ ପକ୍ଷେ ମଧ୍ୟ ସଂଭବ ହେବ ନାହିଁ । ଏଣୁ ଜୈବିକ ସାରର ବହୁଳ ବ୍ୟବହାର ଓ ଜୈବିକ କିଟନାଶକର ବହୁଳ ବ୍ୟବହାର କରାଯାଇ ଚାଷ ଜମିର ଉତ୍ପାଦନ ଦକ୍ଷଦା ବୃଦ୍ଧି ଓ ରୋଗ ପୋକ ଦମନ କରାଯିବା ପଦ୍ଧତିକୁ ସରକାର ତୁରନ୍ତିକରଣ ପାଇଁ ବିଧିବଦ୍ଧ ଭାବେ ପଦକ୍ଷେପ ନେବା ଜରୁରି ।
– ଜମିର ଉର୍ବରତାକୁ ବଂଚାଇବା ପାଇଁ ଶହନ କୃଷି ପ୍ରଣାଳି କରିବା ପାଇଁ ପ୍ରଚଳନର ଆବଶ୍ୟକ ।
– ମରୁଡିପ୍ରବଣ ପ୍ରଭାବିତ ଚାଷି ହେଉ ବା ରୋଗଗ୍ରସ୍ତ ଚାଷି ହେଉ ଚାଷିର ମୁଳଖର୍ଚ୍ଚ କ୍ରମ ଦିବସ ଆକଳନ (କେତେ ଶ୍ରମିକ କେତେ ଦିନ କାମ କରିଥିଲେ ତାର ସଠିକ ଆକଳନ ଓ ମଜୁରୀ ବାବଦକୁ ଖର୍ଚ୍ଚ ଚାରି ମାସ ଧରି ପରିବାରର ମଜୁରୀ ଖର୍ଚ୍ଚ ଓ ସମ ଖର୍ଚ୍ଚ ପୂର୍ଣ୍ଣାଙ୍ଗ ଭାବେ ଏ ସବୁର ଆକଳନ ସରକାରୀ ସ୍ତରରେ କରାଯାଇ ତାକୁ କ୍ଷତି ପୁରଣ ଭାବେ ଆକଳନ କରାଗଲେ ଯାଇ ଚାଷି ଆତ୍ମହତ୍ୟାର ନିରାକରଣ ସରକାର କରିପାରିବେ ବୋଳି ବିସ୍ୱାସ ନଚେତ ପ୍ରଶହନ ମୂଳକ ଘୋଷଣା, ରାଜନୀତିକ ରଂଗବାଜ,ି ଚାଷି ଆତ୍ମହତ୍ୟାକୁ କଦାପି ଏବେବି ରୋକିବାରେ ସମର୍ଥ ହେବ ନାହିଁ ।
ରାଜ୍ୟ ଓ କେନ୍ଦ୍ର ସରକାର ଏଥିପ୍ରତି ବେଳଥାଉ ତ୍ୱରିତ ବେଗରେ ସରକାରୀ କାର୍ଯ୍ୟ ଉନ୍ନୟନ ପ୍ରତି ଦୃଷ୍ଟି ଦେବା ସମୟ ଆସିଛି ବୋଲି ବରିଷ୍ଠ ସାମ୍ବାଦିକ ତଥା ସମାଜ ସେବୀ ଧନଂଜୟ ମିଶ୍ର ମତ ଦିଅନ୍ତି ।

ନେସନାଲ୍ ଫାଉଣ୍ଡେସନ ଅଫ୍ ଇଣ୍ଡିଆ

Leave a Reply

Your email address will not be published. Required fields are marked *