ଓଡ଼ିଶା

କଳାଜଗତରୁ କଳିଙ୍ଗ ଷ୍ଟୁଡିଓକୁ ବିଚ୍ଛିନ୍ନ କରିବାକୁ ଚକ୍ରାନ୍ତ କରୁଛନ୍ତି ରାଜ୍ୟସରକାର: ବିଜେପି

କଳିଙ୍ଗ ଷ୍ଟୁଡିଓରେ ସ୍ପୋର୍ଟସ କମ୍ପ୍ଲେକ୍ସ କରିବାକୁ କ୍ରୀଡା ବିଭାଗ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖିବା ପ୍ରସଙ୍ଗରେ

– କଳିଙ୍ଗ ଷ୍ଟୁଡିଓରେ ସ୍ପୋର୍ଟସ କମ୍ପ୍ଲେକ୍ସ କରିବା ଦୁଃସାହସ ବିରୁଦ୍ଧରେ ରାଜ ରାସ୍ତାକୁ ଓହ୍ଲାଇବ ବିଜେପି
– ଓଡିଶାର କଳାଜଗତ ଓ କଳାକାର ମାନେ କ’ଣ ଅଭିଶପ୍ତ ?
– କଳିଙ୍ଗ ଷ୍ଟୁଡିଓର ପୁର୍ନରୁଦ୍ଧାର କରିବା ପରିବର୍ତେ ବାଟିଂବାକୁ ପ୍ରୟାଶ କରୁଛନ୍ତି ରାଜ୍ୟସରକାର
– କଳିଙ୍ଗ ଷ୍ଟୁଡିଓର ପୁନରୁଦ୍ଧାର ଏବଂ ନୂଆ ରୂପରେ ନୂଆ ଜ୍ଞାନ କୌଶଳ ସହ ଗଢି ତୋଳିବାକୁ ପ୍ରାରମ୍ଭିକ ପଦକ୍ଷେପ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପିର କୃତଜ୍ଞତା ସହ ଧନ୍ୟବାଦ

ଭୁବନେଶ୍ୱର, ତା ୦୬/୦୫ (ଓଡ଼ିଆ ପୁଅ) : ଅନ୍ୟ ଶିଳ୍ପାନୁଷ୍ଠାନ ଭଳି ରାଜ୍ୟର ଐତିହ୍ୟ, କଳା ଓ ସଂସ୍କୃତିର ପରିଚୟ ବୋଲାଉଥିବା ଚଳଚିତ୍ର ଶିଳ୍ପକୁ ମଧ୍ୟ ଧ୍ୱଂସ କରିବାର ଅପପ୍ରୟାସକୁ କେବେହେଲେ ବରଦାସ୍ତ କରାଯାଇ ପାରିବ ନାହିଁ। ରାଜ୍ୟବାସୀଙ୍କ ଭାବାବେଗ ସହ ଖେଳିବାକୁ ରାଜ୍ୟ ସରକାର ଆଦୈା ଉଦ୍ୟମ କରିବା ଉଚିତ୍ ନୁହେଁ। ନଚେତ୍ ପରିଣାମ ଅତ୍ୟନ୍ତ ଭୟାଭୟ ହେବ ଏବଂ ଏଥି ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ ରହିବେ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ଜହିଛନ୍ତି।

କଳିଙ୍ଗ ଷ୍ଟୁଡିଓରେ ସ୍ପୋର୍ଟସ କମ୍ପ୍ଲେକ୍ସ କରିବାକୁ କ୍ରୀଡା ବିଭାଗ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖି ଜଣାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି ଚିଠି ପରେ ପୂରା ଓଡିଆ ସିନେ ଜଗତ ଚିନ୍ତିତ ହୋଇ ପଡିଛି। ରାଜ୍ୟସରକାର କଳିଙ୍ଗ ଷ୍ଟୁଡିଓକୁ ପୁର୍ନରୁଦ୍ଧାର କରିବା ପରିବର୍ତେ ତାକୁ ବାଟିଂବାକୁ ପ୍ରୟାସ କରୁଛନ୍ତି। ଏହା ଅତ୍ୟନ୍ତ ନିନ୍ଦନୀୟ ବୋଲି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିଜେପି ନେତା ଓ ବରିଷ୍ଠ ଓଡିଆ ସିନେ ଅଭିନେତା ଶ୍ରୀ ମିହିର ଦାସ କହିଛନ୍ତି।

ରାଜ୍ୟର ଅଗଣିତ କଳାକାରର ଆତ୍ମ ପରିଚୟର ସ୍ଥାନ ଏବଂ ଭାବାବେଗର ସ୍ଥାନ ହେଉଛି କଳିଙ୍ଗ ଷ୍ଟୁଡିଓ। ଏଭଳି ଏକ ସ୍ଥାନକୁ ସରକାର କେମିତି ବାଟିଂଦେବେ ବୋଲି ଭାବୁଛନ୍ତି ? ଓଡିଶାର କଳାକାର ମାନେ କ’ଣ ଅଭିଶପ୍ତ ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି

ରାଜ୍ୟ ସରକାର କଳିଙ୍ଗ ଷ୍ଟୁଡିଓର ପୁର୍ନରୁଦ୍ଧାର କରିବେ ବୋଲି କହି କଳାକାରମାନଙ୍କୁ ବହୁ ଥର ପ୍ରତିଶୃତି ଦେଇଥିଲେ ବି ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ନିଜକୁ ପ୍ରଖ୍ୟାତ ଲେଖକ ଭାବେ ପରିଚୟ ଦେଉଥିବା ମୁଖ୍ୟମନ୍ତ୍ରୀ ଓଡିଆ କଳା ସଂସ୍କୃତିକୁ ଗୁରୁତ୍ୱ ନଦେଇ ଅଫିସରମାନଙ୍କ ପ୍ରରୋଚନାରେ ଏଭଳି ନିଷ୍ଫତିକୁ ସ୍ୱୀକୃତି ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସବୁ ସମୟରେ କାହିଁକି ରାଜ୍ୟ ସରକାର ଓଡିଶାର ସିନେ କଳାକାକାରମାନଙ୍କୁ ଅଣଦେଖା କରୁଛନ୍ତିି ବୋଲି ବୋଲି ଶ୍ରୀ ଦାସ ପ୍ରଶ୍ନ ଉଠାଇଛନ୍ତି।

କଳିଙ୍ଗ ଷ୍ଟୁଡିଓକୁ ନେଇ ହଜାର ହଜାର ଟେକ୍ନିସିଆନ ନିଜର ପରିବାର ପୋଷଣ କରୁଛନ୍ତି। ପୂର୍ବରୁ ବାହାର ରାଜ୍ୟର ବହୁ ପ୍ରଯୋଜକ ଏବଂ ନିର୍ଦ୍ଦେଶକମାନେ ଆସି ଏହି ଷ୍ଟୁଡିଓରେ କାମ କରିଛନ୍ତି। ମହାରାଷ୍ଟ୍ରରେ ୩୦୦ ଏକର, କେରଳରେ ୭୫ ଏକର ଏବଂ ହାଇଦ୍ରାବାଦରେ ୨ହଜାର ଏକର ବିଶିଷ୍ଟ ଫିଲ୍ମ୍ମ ଷ୍ଟୁଡିଓ ରହିଛି। ୨୨ ଏକର ଜମି ବିଶିଷ୍ଟ କଳିଙ୍ଗ ଷ୍ଟୁଡିଓରେ ଫିଲ୍ମ ନିର୍ମାଣ କରିବା ପାଇଁ ସ୍ଥାନ ଯଥେଷ୍ଟ ନୁହେଁ। ଏପରିକି କଳିଙ୍ଗ ଷ୍ଟୁଡିଓରେ ଏପର୍ଯ୍ୟନ୍ତ ମହିଳାଙ୍କ ପାଇଁ ଏକ ଶୌଚାଳୟ ତିଆରି ହୋଇପାରିନାହିଁ। କଳିଙ୍ଗ ଷ୍ଟୁଡିଓର ପରିସୀମା ବୃଦ୍ଧି କରିବା ପରିବର୍ତେ ଏହି ସ୍ଥାନକୁ ଅନ୍ୟ କାର୍ଯ୍ୟ ପାଇଁ ବ୍ୟବହାର ଜରିବାର ପ୍ରୟାସ ସମଗ୍ର କଳାକାର ଜଗତକୁ ଅସମ୍ମାନ ବୋଲି ବିକେପି ନେତ୍ରୀ ଓ ବରିଷ୍ଠ ଅଭିନେତ୍ରୀ ଶ୍ରୀମତୀ ଅପରାଜିତା ମହାନ୍ତି କ୍ଷୋଭ ପ୍ରକାଶ କରି କହିଛନ୍ତି।

ଓଡିଶାରେ କେବଳ କଳିଙ୍ଗ ଷ୍ଟୁଡିଓକୁ ଛାଡି ଦେଲେ ଆଉ କୌଣସି ଷ୍ଟୁଡିଓ ନାହିଁ। ୧୯୯୯ ମସିହା ମହାବାତ୍ୟା ପରେ କଳିଙ୍ଗ ଷ୍ଟୁଡିଓ ପୁର୍ନଉଦ୍ଧାର କରିବେ ବୋଲି ରାଜ୍ୟସରକାର କେବଳ ମିଥ୍ୟା ପ୍ରତିଶୃତି ଦେଇଆସିଛନ୍ତି। କଳିଙ୍ଗ ଷ୍ଟୁଡିଓକୁ ଛାଡି ରାଜ୍ୟରେ ଅନେକ ସ୍ଥାନ ରହିଛି, ରାଜ୍ୟ ସରକାର ଚାହିଁଲେ ଆଉ କେଉଁଠି ବି ସ୍ପୋର୍ଟସ କମ୍ପ୍ଲେକ୍ସ କରିପାରିବେ। ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣକୁ କଳାକାର ଜଗତ କେବେହେଲେ ବିରୋଧ କରିନାହିଁ କିମ୍ବା କରିବ ନାହିଁ। ମାତ୍ର ଆଳ ଦେଖାଇ କଳିଙ୍ଗ ଷ୍ଟୁଡିଓର ଜମିକୁ ହଡପ୍ କରାଯିବାର ପ୍ରୟାସ ବିରୁଦ୍ଧରେ କଳାକାରକାରମାନେ ସ୍ୱର ଉତୋଳନ କରିବେ ବୋଲି ବିଜେପି ନେତୃବୃନ୍ଦ ତଥା କଳାକାରମାନେ କହିଛନ୍ତି।

ରାଜ୍ୟ ସରକାରଙ୍କ ଏଭଳି ନିଷ୍ଫତି କଳାକାର ଜଗତ ପ୍ରତି ଅତ୍ୟନ୍ତ ଅପମାନଜନକ। କଳାଜଗତ ଓ ରାଜ୍ୟ ସରରକାରଙ୍କ ପ୍ରତି ସହେଯାଗୀ ହୋଇ କଳିଙ୍ଗ ଷ୍ଟୁଡିଓକୁ ନୂଆ ରୂପରେ ନୂଆ ଜ୍ଞାନ କୌଶଳ ସହ ଆଗାମୀ ଦଶ ଦଶନ୍ଧି ଧରି ଓଡିଆ ପରିଚୟ ରୂପରେ ଗଢି ତୋଳିବା ପାଇଁ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ସହ ଆଲୋଚନା କରିବେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏଥି ସହ କଳିଙ୍ଗ ଷ୍ଟୁଡିଓ ପାଇଁ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପାଇଁ କେନ୍ଦ୍ରସରକାରଙ୍କୁ ଅନୁରୋଧ କରିବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସୂଚନା ଦେଇଥିବାରୁ ବିଜେପି ତରଫରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ଦିଆଯାଇଛି।

ଓଡିଶାର କଳାକାରଙ୍କ ପ୍ରତି ରାଜ୍ୟ ସରକାର ଅନ୍ୟାୟ କଲେ ବିଜେପି କଦାପି ବରଦାସ୍ତ କରିବ ନାହିଁ। ରାଜ୍ୟରେ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ କରିବାକୁ କେହି ବିରୋଧ କରୁନାହାଁନ୍ତି। ରାଜ୍ୟସରକାର ସ୍ପୋର୍ଟସ କମ୍ପ୍ଲେକ୍ସ ପାଇଁ ଜାତୀୟ ଏବଂ ଆର୍ନ୍ତଜାତୀୟ ସ୍ତରର ଜ୍ଞାନକୌଶଳ ବ୍ୟବହାର କରି ଉନ୍ନତମାନର ଭିତିଭୂମି ନିର୍ମାଣ କରନ୍ତୁ। ଏହା ଆମ ରାଜ୍ୟ ପାଇଁ ଗୌରବ ହେବ କିନ୍ତୁ ସ୍ପୋର୍ଟସ କମ୍ପ୍ଲେକ୍ସ ଆଳରେ କଳାକାରମାନଙ୍କ ଭାବାବେଗ ସହ ସରକାର ଖେଳିବା ବନ୍ଦ ନକଲେ ଆଗାମୀ ଦିନରେ ବିଜେପି ରାଜ ରାସ୍ତାକୁ ଓହ୍ଲାଇବ ବୋଲି ବିଜେପି ସାଂସ୍କୃତିକ ପ୍ରକୋଷ୍ଠ ଆବାହକ ଶ୍ରୀ ପଂଚାନନ ନାୟକ ଚେତାବନୀ ଦେଇଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମାଙ୍କ ସମେତ ମିହିର ଦାଶ, ଅପରାଜିତା ମହାନ୍ତି, ଶ୍ରୀତମ ଦାସ, ପିଙ୍କି ପ୍ରଧାନ, ଅନୁ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top