କଳାକ୍ଷେତ୍ରରେ ଜାତୀୟ ସ୍ତରରେ ଓଡ଼ିଶାର କୃତିତ୍ୱ

ବୌଦ୍ଧ, ୦୯ା୦୨(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବାଲେଶ୍ୱରର ଅନ୍ନୋନ ଆର୍ଟ ଗ୍ରୁପ ପକ୍ଷରୁ ଉତ୍ତର ପ୍ରଦେଶ ଗୋରଖପୁରର ଦୀନଦୟାଲ ଉପାଧ୍ୟାୟ ବିଶ୍ୱବିଦ୍ୟାଳୟର ଅମୃତ କଳା ବିଥିକା ଗ୍ୟାଲେରିଠାରେ ଏକ ଚାରିଦିନିଆ ଚିତ୍ରକଳା ପ୍ରଦର୍ଶନୀ ତଥା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଭି, କେ.ସିଂହ ଏହି ପ୍ରଦର୍ଶନୀକୁ ଆନୁଷ୍ଠାନୀକ ଭାବେ ଉଦଘାଟନ କରି ଏ ପ୍ରକାର ପ୍ରଚେଷ୍ଟାର ବିପୁଳ ପ୍ରଶଂସା କରିବା ସଙ୍ଗେ ସଙ୍ଗେ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଚିତ୍ରକଳା ପ୍ରଦର୍ଶନୀ ତଥା କର୍ମଶାଳାରେ ଆମ ରାଜ୍ୟର ବାଲେଶ୍ୱର ଆର୍ଟ କଲେଜରୁ ଶ୍ରୀବଣୀ ମହାନ୍ତୀ, ଶ୍ରୀବନ୍ତୀ ମିଶ୍ର, ଶାନ୍ତ୍ୱନୁ ଦାସ, ସସ୍ମିତା ସିଂହ, ଭାଗ୍ୟଶ୍ରୀ ବେହେରା, ଅବନୀନ୍ଦ୍ର କର, ବିଶ୍ୱଜିତ ଘଡ଼ିଆ, ଦୀପରଂଜନ, ରାମ କିଶୋର, ମୟଙ୍କ ସାଇନି ଓ ସନ୍ଦୀପ ଦେବ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରୁ ସମରେନ୍ଦ୍ର ବେହେରା, କେଦାର ନାୟକ, ଶତୃଘ୍ନ ସାହୁ, ବାବୁରାମ ଦଳାଇ, ଦୀପାଲି ନନ୍ଦୀ, ସନ୍ଦୀପ ଘଡ଼ାଇ, କୋଲକତାର ସରକାରୀ ଆର୍ଟ ଓ କ୍ରାପ୍ଟ ମହାବିଦ୍ୟାଳୟ ତରଫରୁ ସଞୟ କୁମାର ରାଉଳ ଓ ସୀମାନ୍ତ ପାଲ, ବିଶ୍ୱଭାରତୀ ଶାନ୍ତି ନିକେତନ ତରଫରୁ ଅତ୍ରିଚେତନ, ଜେ.କେ. ସ୍କୁଲ ଅଫ୍ ଆର୍ଟ ମୁମ୍ବାଇରୁ ପ୍ରାଚୀ ସହସ୍ରବୃଦ୍ଦେ, ସୁଭାରତୀ ବିଶ୍ୱବିଦ୍ୟାଳୟ ମିରଟରୁ ଆୟୁଷ ବଂଶଲ, ବର୍ଦ୍ଧମାନ କଲେଜ ଅଫ ଆର୍ଟ ଆଣ୍ଡ ଡ଼ିଜାଇନ୍ ତରଫରୁ ଜୟନ୍ତି ମାଣ୍ଡି, ରାଜସ୍ଥାନ ବିଶ୍ୱବିଦ୍ୟାଳୟ ତରଫରୁ ଚନ୍ଦ୍ର ପ୍ରକାଶ ଜୈନ ପ୍ରମୁଖ ଯୋଗ ଦେଇଥିଲେ। ସୁପ୍ରସିଦ୍ଧ ଚିତ୍ରଶିଳ୍ପୀ ନିଶା ଅଗ୍ରୱାଲ ଏହି କାର୍ଯ୍ୟକ୍ରମରେୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଶିଳ୍ପୀ ତଥା କଳାକାରମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ କଳାର ପ୍ରଶଂସା କରିଥିଲେ। ଏହି ପ୍ରଦର୍ଶନୀ ଓ କର୍ମଶାଳାରେ ଯୋଗଦେବା ପୂର୍ବରୁ ଏହି କଳାକାରମାନେ ବିଭିନ୍ନ ସମୟରେ ଅନ୍ନୋନ ଆର୍ଟ ଗ୍ରୁପ ପକ୍ଷରୁ ଭୁବନେଶ୍ୱର ମଡର୍ଣ୍ଣ ଆର୍ଟ ଗେଲେରି, ପଂଜାବର ଇଣ୍ଡିଆନ ଏକାଡେମୀ ଅଫ ଫାଇନ ଆର୍ଟ ଠାରେ ସମଧରଣର ପ୍ରଦର୍ଶନୀ ଓ କର୍ମଶାଳାରେ ଅଂଶଗ୍ରହଣ କରିଛନ୍ତି। ଗୋରଖପୁର ଠାରେ ଆୟୋଜିତ ଏହି କର୍ମଶାଳାରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ସ୍ଥାନୀୟ ମାଜିଷ୍ଟେଟ୍ ସ୍ଥପତିମାନେ ଉପସ୍ଥିତ ଥିଲେ। ସନ୍ଦୀପ୍ କୁମାର ଦେବଙ୍କ ଚିତ୍ରକୁ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ପତ୍ନୀ ନୀରଜା ଦେବୀ ୫୫ ହଜାର ଟଙ୍କାରେ କ୍ରୟ କରି ନିଜର କଳାପ୍ରିତିର ଅପୂର୍ବ ପରିଚୟ ଦେଇଥିଲେ। ଏହି ଅବସରରେ ସମରେନ୍ଦ୍ର ବେହେରାଙ୍କ ଗଡସ୍ ଗିଫ୍ଟ ଶିରୋନାମାରେ ଥିବା ଫଟୋଗ୍ରାଫି ମଧ୍ୟ ୬ ହଜାର ଟଙ୍କାରେ ବିକ୍ରି ହୋଇଥିଲା। ସ୍ଥାନୀୟ ପ୍ରଶାସନ ତରଫରୁ କଳାକାରମାନଙ୍କୁ ଗୋରଖପୁର ର ପ୍ରସିଦ୍ଧ ଦର୍ଶନୀୟ ସ୍ଥାନ ଭ୍ରମଣର ବ୍ୟବସ୍ଥା କରାଯିବା ସହିତ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା। ଦର୍ଶକମାନେ ଅନ୍ନୋନ ଆର୍ଟ ଗ୍ରୁପର କଳାତ୍ମକ ଦକ୍ଷତାର ପ୍ରଶଂସା କରିବା ସଙ୍ଗେ ସଙ୍ଗେ ଏପରି ଚିତ୍ରକଳା ପ୍ରଦର୍ଶନୀ ତଥା କର୍ମଶାଳାର ଆୟୋଜନ ଫଳରେ କଳାକାରମାନଙ୍କ ନିକଟରେ ଥିବା ଲୁକ୍କାଇତ ପ୍ରତିଭା ଲୋକଲୋଚନକୁ ଆସିପାରିବ ବୋଲି ମତ ବ୍ୟକ୍ତ କରିଥିଲେ।

Leave a Reply

Your email address will not be published. Required fields are marked *