କଳାକାର ଭତ୍ତା ପାଇ ନଥିବା ଅଭିଯୋଗ

ପାରଳାଖେମୁଣ୍ଡି, ୧୨ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ କଳାକାର ଭତ୍ତା ନପାଇ ଜିଲାର କିଛି ମୃଦଙ୍ଗ କଳାକାର ଅଭିଯୋଗ କରିଛନ୍ତି। ଏମାନେ ସମସ୍ତେ ଗୋଷାଣୀ ବ୍ଳକ ଅନ୍ତର୍ଗତ କେରାଣ୍ଡି ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ ବହୁ ବର୍ଷ ହେବ ଏମାନେ ଏହି ପୁରାତନ କଳାକୁ ବଞ୍ଚାଇ ରଖିଛନ୍ତି। ରଥ ଯାତ୍ରା ଠାରୁ ଆରମ୍ଭ କରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ମେଳା ମହୋତ୍ସବରେ ଏମାନେ ସଂକିର୍ତ୍ତନ ମଧ୍ୟରେ ମୃଦଙ୍ଗ ପରିବେଷଣ କରି ଶ୍ରଦ୍ଧାଳୁମାନଙ୍କ ମନମୁଗ୍ଧ କରିଥାନ୍ତି। ମାତ୍ର ଏହି କିଛି ମାସ ତଳେ କଳାକାରମାନଙ୍କ ପାଇଁ ସରକାର ଭତ୍ତା ଘୋଷଣା କରିଥିଲେ ମଧ୍ୟ ଏହି କଳାକାରମାନେ ସେହି ଭତ୍ତାରୁ ବଞ୍ଚିତ ଅଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି। ଏମାନେ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଭାରାପ୍ରାପ୍ତ ସଂସ୍କୃତି ଅଧିକାରୀ ରବି ଚନ୍ଦ୍ର ନାୟକଙ୍କୁ ଏହି ସମସ୍ୟା ତୁରନ୍ତ ସମାଧାନ କରିବା ପାଇଁ ନିବେଦନ ଜଣାଇଛନ୍ତି। ତେବେ ସଂସ୍କୃତି ଅଧିକାରୀ ଜିଲାପାଳଙ୍କୁ ଭେଟି ଏହି ସମସ୍ୟାର ସମାଧାନ କରିବେ ବୋଲି କହିଛନ୍ତି। ଅଭିଯୋଗ ଆଣିଥିବା କଳାକାରମାନଙ୍କ ପକ୍ଷରୁ ସିମାଦ୍ରି ପରିଡା, ଅଭିମନ୍ୟୁ ଜେନା, ଏ.ବୈରାଗୀ, ଉଦୟ ସ୍ୱାଇଁ, ସଚିତାନନ୍ଦ ସାମଲ ପ୍ରମୁଖ ସଂସ୍କୃତି ଅଧିକାରୀଙ୍କୁ ଭେଟିଥିଲେ।

Leave a Reply

Your email address will not be published. Required fields are marked *